Paralympics
ପ୍ୟାରିସ୍ ପାରାଲିମ୍ପିକ୍ସରେ ଭାରତର ନୂଆ ମାଇଲ୍ ଖୁଣ୍ଟ । ରେକର୍ଡ ୨୯ ପଦକ ଜିତି ଅଭିଯାନ ଶେଷ କରିଛି ଭାରତ । ଏଥିରେ ୭ ଟି ସ୍ୱର୍ଣ୍ଣ, ୯ ଟି ରୌପ୍ୟ ଏବଂ ୧୩ ଟି ବ୍ରୋଞ୍ଜ ପଦକ ସାମିଲ ଅଛି। ଭାରତ ସ୍ୱିଜରଲ୍ୟାଣ୍ଡ, ଦକ୍ଷିଣ କୋରିଆ, ବେଲଜିୟମ ଏବଂ ଆର୍ଜେଣ୍ଟିନା ପରି ଦେଶକୁ ପଦକ ତାଲିକାରେ ପଛରେ ପକାଇ ଦେଇଛି।
ଏହି ପ୍ରତିଯୋଗିତା ଲାଗି ୮୪ ଜଣିଆ ଭାରତୀୟ ପାରା ଆଥଲେଟ୍ ୨୫ ପଦକ ଲକ୍ଷ୍ୟ ନେଇ ପ୍ୟାରିସ୍ ଗସ୍ତ କରିଥିଲେ। ହେଲେ ସେମାନଙ୍କ ଅତୁଳନୀୟ ପ୍ରଦର୍ଶନ ସବୁ ରେକର୍ଡ ଭାଙ୍ଗିଛି । ୭ ସ୍ବର୍ଣ୍ଣ, ୯ ରୌପ୍ୟ ଓ ୧୩ କାଂସ୍ୟ ସହ ମୋଟ ୨୯ ପଦକ ପାଇ ଅଷ୍ଟାଦଶ ସ୍ଥାନରେ ରହିଛି ଭାରତ। ଦୌଡ଼କୁଦରୁ ସର୍ବାଧିକ ୧୭ଟି ପଦକ ହାସଲ କରିଛି ।
ପାରାଲିମ୍ପିକ୍ ଗେମ୍ସରେ ଏପର୍ଯ୍ୟନ୍ତ ଭାରତ ନିଜର ସର୍ବୋତ୍ତମ ପ୍ରଦର୍ଶନ କରି ପୂର୍ବ ରେକର୍ଡଗୁଡିକୁ ଭାଙ୍ଗିଛି। ଏହାପୂର୍ବରୁ ପାରାଲିମ୍ପିକ ଗେମ୍ସରେ ଭାରତର ସର୍ବୋତ୍ତମ ପ୍ରଦର୍ଶନ ଟୋକିଓରେ ହୋଇଥିଲା। ୨୦୨୦ ଟୋକିଓ ପାରାଲିମ୍ପିକ୍ସରେ ଭାରତ ୧୯ ପଦକ ଜିତିଥିଲା। ଏଥିରେ ଥିଲା ୫ ଟି ସ୍ୱର୍ଣ୍ଣ, ୮ ଟି ରୌପ୍ୟ ଏବଂ ୬ ଟି ବ୍ରୋଞ୍ଜ ପଦକ ମୋଟ ୧୯ ଟି ପଦକ ସହିତ ୨୪ ତମ ସ୍ଥାନରେ ଏହାର ଯାତ୍ରା ଶେଷ କରିଥିଲା।
ମାତ୍ର ଚଳିତ ଥର ଭାରତ ଆଥଲେଟିକ୍ସରେ ସର୍ବାଧିକ ୧୭ ଟି ପଦକ ଜିତିଛି, ଯେଉଁଥିରେ ୪ଟି ସ୍ୱର୍ଣ୍ଣ ରହିଛି। ଏହା ପରେ ଦ୍ୱିତୀୟ ସ୍ଥାନ ପାରା ବ୍ୟାଡମିଣ୍ଟନ୍ ରେ ଭାରତ ଗୋଟିଏ ସ୍ୱର୍ଣ୍ଣ ସମେତ ୫ ଟି ପଦକ, ପାରାସୁଟିଂରେ ଗୋଟିଏ ସ୍ୱର୍ଣ୍ଣ ସମେତ ୪ ଟି ପଦକ ଜିତିଛି। ଅନ୍ୟପକ୍ଷରେ ପାରା ତୀରନ୍ଦାଜରେ ଗୋଟିଏ ସ୍ୱର୍ଣ୍ଣ ଏବଂ ପାରା ଜୁଡୋରେ ଗୋଟିଏ ବ୍ରୋଞ୍ଜ ପଦକ ସହିତ ୨ ଟି ପଦକ ଜିତିଛି। ପ୍ରଥମ ଥର ପାଇଁ ପାରାଲିମ୍ପିକ୍ ଗେମ୍ସରେ ଭାରତ ଏତେ ସ୍ୱର୍ଣ୍ଣ ପଦକ ଜିତିଛି। ଚୀନ୍ ସର୍ବାଧିକ ୨୨୦ ପଦକ ଜିତି ପ୍ରଥମ, ବ୍ରିଟେନ୍ ୧୨୪ଟି ପଦକ ସହ ଦ୍ବିତୀୟ ଏବଂ ଆମେରିକା ୧୦୫ଟି ପଦକ ସହ ତୃତୀୟ ସ୍ଥାନରେ ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1725856331.jpg)