Advertisment

ମ୍ୟାଚ୍ ଜିତିବା ପରେ ପାକିସ୍ତାନ କ୍ୟାପ୍ଟେନ୍‌ଙ୍କ ସହ ଭାରତୀୟ ଖେଳାଳିଙ୍କ ଭିଡିଓ ଭାଇରାଲ

ମ୍ୟାଚ୍‌ ଜିତିବା ପରେ ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଛି ।

ଅଦ୍ୟତନ ହୋଇଛି
Indian Women Cricket Team With Bismah Maroof's Daughter

Indian Women Cricket Team With Bismah Maroof's Daughter

Advertisment

ନ୍ୟୁଜିଲ୍ୟାଣ୍ଡରେ ଆୟୋଜିତ ମହିଳା ବିଶ୍ୱକପ୍‌ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ । ଆଜି ଭାରତ ପ୍ରଥମ ମ୍ୟାଚ୍‌ ଖେଳିଥିବା ବେଳେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୧୦୭ ରନ୍‌ରେ ପରାସ୍ତ କରିଛି । ତେବେ ମ୍ୟାଚ୍‌ ଜିତିବା ପରେ ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଛି ।

Advertisment

ଏହି ଭିଡିଓରେ ଭାରତୀୟ ମହିଳା କ୍ରିକେଟ ଦଳର ଖେଳାଳି ମାନେ ଏକ କୁନି ଛୁଆ ସହ ଖେଳୁଛନ୍ତି । ତାକୁ ଆଦର କରୁଛନ୍ତି । ସ୍ନେହ କରୁଛନ୍ତି । ତାଳି ମାରି ତାକୁ ଡାକୁଛନ୍ତି । ଏବେ ଆପଣ ଭାବୁଥିବେ ଖେଳାଳିମାନେ କୁନି ଛୁଆ ସହ ଖେଳିବା ତ ଏକ ସାଧାରଣ କଥା । ଏଥିରେ ନୂଆ କଥା କ’ଣ ? ଭିଡିଓଟି ଭାଇରାଲ କାହିଁକି ହେଉଛି ? ତେବେ ଭିଡିଓ ଭାଇରାଲ ହେବାର ସବୁଠାରୁ ବଡ଼ କାରଣ ହେଲା ଏଥିରେ ଯେଉଁ କୁନି ଛୁଆଟି ରହିଛି ସେ ତାର ମାଆ କୋଳରେ ରହିଛି । ଆଉ ମାଆ ହେଉଛନ୍ତି ପାକିସ୍ତାନ ଟିମ୍‌ର କ୍ୟାପ୍ଟେନ୍‌ ବିସ୍ମହା ମାରୁଫ୍‌ । ବିସ୍ମହା ତାଙ୍କ ଝିଅକୁ କୋଳରେ ଧରିଥିବା ବେଳେ ଭାରତୀୟ ମହିଳା ବ୍ରିଗେଟ୍‌ ତାଙ୍କ ଚାରିପଟେ ଘେରି କୁନି ଝିଅକୁ ଗେଲ, ସ୍ନେହ ଓ ଆଦର କରୁଛନ୍ତି ।

Advertisment

ଅନ୍ୟପଟେ ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିଥିଲା । ଦଳ ୫୦ ଓଭରରେ ୭ ୱିକେଟ୍ ହରାଇ ୨୪୪ ରନ୍ କରିଥିଲା। ଦଳ ପକ୍ଷରୁ ସ୍ମୃତି ମନ୍ଧାନା (୫୨), ସ୍ନେହା ରାଣା (୫୩) ଓ ପୂଜା ବସ୍ତ୍ରାକର ଅର୍ଦ୍ଧଶତକ ହାସଲ କରିଥିଲେ। ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ ଶେଫାଳି ବର୍ମା, ଅଧିନାୟକ ମିତାଲି ରାଜ୍, ହରମନପ୍ରୀତ କୌର ଓ ରିଚା ଘୋଷ ଫେଲ୍ ମାରିଥିବା ବେଳେ ଟେଲ୍‌ ଏଣ୍ଡରେ ବ୍ୟାଟିଂ କରିବାକୁ ଆସିଥିବା ସ୍ନେହା ରାଣା ଓ ପୂଜା ବସ୍ତ୍ରାକର ସମସ୍ତଙ୍କ ଆଶ୍ଚର୍ଯ୍ୟ କରି ଦେଇଥିଲେ । ଏହି ଦୁଇ ଖେଳାଳି ଭଲ ପଦର୍ଶନ କରିଥିଲେ । ସେଥିପାଇଁ ଦଳ ୨୪୪ ରନ୍ କରିବାକୁ ସକ୍ଷମ ହୋଇଥିଲା।

ସ୍ନେହା ରାଣା ୪୮ଟି ବଲ୍‌ରୁ ୫୩ ରନ୍ କରି ଅପରାଜିତ ରହିଥିଲେ। ସେହିପରି ପୂଜା ବସ୍ତ୍ରାକର ୫୯ଟି ବଲ୍‌ରୁ ୮ଟି ଚୌକା ସହାୟତାରେ ୬୭ ରନ୍ କରିଥିଲେ। ତାଙ୍କୁ ଫତିମା ସନା ବୋଲ୍ଡ କରି ଦେଇଥିଲେ।

Advertisment

ଓପନର ସ୍ମୃତି ମନ୍ଧାନା ୭୫ଟି ବଲ୍‌ରେ ୩ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୫୨ ରନ୍ କରିଥିଲେ। କିନ୍ତୁ ଶେଫାଳି ବର୍ମା ପୂରା ଫେଲ୍ ମାରିଥିଲେ। ସେ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲା। ସେ ଡାଏନା ବେଗ୍‌ଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ୱିକେଟ୍ କିପର ରିଚା ଘୋଷ ୧ ରନ୍ କରି ଆଉଟ୍ ହୋଇଥିଲେ। ଝୁଲଣ ଗୋସ୍ୱାମୀ ୬ ରନ୍ କରି ଅପରାଜିତ ରହିଥିଲେ।

ଅନ୍ୟପକ୍ଷରେ ୨୪୫ ରନ୍‌ର ବିଜୟ ଲକ୍ଷ୍ୟ ହାସଲ କରିବାକୁ ପଡ଼ିଆକୁ ଓହ୍ଲାଇଥିବା ପାକିସ୍ତାନ ଟିମ୍‌ର ମାତ୍ର ଜଣେ ଖେଳାଳି ୩୦ ରନ୍ କରିବାକୁ ସମର୍ଥ ହୋଇଥିଲେ। ଓପନର ସିଦ୍ରା ଅମୀନ ୩୦ ରନ୍ କରିଥିବା ବେଳେ ଅନ୍ୟମାନେ ୧୧, ୧୫, ୫, ୪, ୧୧, ୧୭ ଓ ୧୨ ରନ୍ ଭଳି ସ୍କୋର କରି ଆଉଟ୍ ହୋଇଯାଇଥିଲେ। ଜାଭେରିଆ ୧୧ ରନ୍ କରିଥିବା ବେଳେ ଅଧିନାୟକ ବିସ୍ମା ମରୁଫ ୧୫, ଓମାଇମା ସୋହେଲ ୫, ନିଦାର ୪, ଆଲିୟା ରିଆଜ ୧୧, ଫତିମା ସନା ୧୭, ସଦ୍ରା ନୱାଜ ୧୨ ଓ ଡାଏନା ବେଗ୍ ୨୪ ରନ୍ କରିଥିଲେ।

ଭାରତ ପକ୍ଷରୁ ରାଜେଶ୍ୱରୀ ଗାୟକ୍‌ୱାର୍ଡ ୧୦ ଓଭରରେ ୩୧ ରନ୍ ଦେଇ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ସ୍ନେହା ରାଣା ଓ ଝୁଲଣ ଗୋସ୍ୱାମୀ ୨ଟି ଲେଖାଏଁ ୱିକେଟ୍ ନେଇଛନ୍ତି। ମେଘ୍ନା ସିଂହ ଓ ଦୀପ୍ତି ଶର୍ମା ଗୋଟିଏ ଲେଖାଏଁ ୱିକେଟ୍ ପାଇଛନ୍ତି।

Video Viral Indian Women Cricket Team
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ