Advertisment

କେବେ ଖେଳାଯାଇଥିଲା ଭାରତ-ପାକିସ୍ତାନ ମଧ୍ୟରେ ପ୍ରଥମ ମ୍ୟାଚ୍‌, ଜାଣନ୍ତୁ କ’ଣ ଥିଲା ଏହାର ରେଜଲ୍ଟ...

ଆମେ ଭାରତ ଓ ପାକିସ୍ତାନ କ୍ରିକେଟ ଇତିହାସକୁ ଦେଖିବା ତାହାଲେ ଏହି ଦୁଇ ଦଳ ମଧ୍ୟରେ ପ୍ରଥମ ମ୍ୟାଚ୍‌ ୧୯୫୨ରେ ଖେଳାଯାଇଥିଲା। ଏହା ଏକ ଟେଷ୍ଟ ମ୍ୟାଚ୍‌ ଥିଲା।

India vs Pakistan

India vs Pakistan

Advertisment

ଆସନ୍ତାକାଲି ଦିନିକିଆ ବିଶ୍ୱକପ୍‌ରେ ଖେଳାଯିବ ସବୁଠୁ ବନ ମ୍ୟାଚ୍‌। ମୁହାଁମୁହିଁ ହେବେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ। ଏହି ମ୍ୟାଚ୍‌ ଦେଖିବାକୁ ଉତ୍ସୁକତାର ସହ ଚାହିଁ ରହିଛନ୍ତି କ୍ରିକେଟ ପ୍ରେମୀ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ। ଭାରତ ଓ ପାକିସ୍ତାନ ସେମାନଙ୍କ ପ୍ରଥମ ଦୁଇଟ ମ୍ୟାଚ୍‌ ଜିତିଛନ୍ତି। ତେଣୁ ଆସନ୍ତାକାଲିର ମ୍ୟାଚ୍‌ ବେଶ୍ ରୋମାଞ୍ଚକର ହେବ। ଯଦି ଆମେ ଭାରତ ଓ ପାକିସ୍ତାନ କ୍ରିକେଟ ଇତିହାସକୁ ଦେଖିବା ତାହାଲେ ଏହି ଦୁଇ ଦଳ ମଧ୍ୟରେ ପ୍ରଥମ ମ୍ୟାଚ୍‌ ୧୯୫୨ରେ ଖେଳାଯାଇଥିଲା। ଏହା ଏକ ଟେଷ୍ଟ ମ୍ୟାଚ୍‌ ଥିଲା। ସେହିପରି ପ୍ରଥମ ଦିନିକିଆ ମ୍ୟାଚ୍‌ ୧୯୭୮ରେ ଖେଳାଯାଇଥିଲା। ଭାରତ ଉଭୟ ଦିନିକିଆ ଓ ଟେଷ୍ଟ ମ୍ୟାଚ୍‌ରେ ବିଜୟ ଲାଭ କରିଥିଲା।

Advertisment

ଲାଲା ଅମରନାଥଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ପାକିସ୍ତାନ ବିପକ୍ଷରେ ପ୍ରଥମ ଟେଷ୍ଟ ଖେଳିଥିଲା। ଏହି ମ୍ୟାଚ୍‌ ଦିଲ୍ଲୀରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ୩୭୨ ରନ୍ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ବିଜୟ ହଜାରେ ୭୬ ରନ୍‌ କରିଥିବାବେଳେ ହେମୁ ଅଧିକାରୀ ଅପରାଜିତ ୮୧ ରନ୍ ସ୍କୋର କରିଥିଲେ । ଭାରତ ଦେଇଥିବା ଏହି ଟାର୍ଗେଟକୁ ପିଛା କରି ପାକିସ୍ତାନ ପ୍ରଥମ ଇନିଂସରେ ୧୫୦ ରନ୍ ଏବଂ ଦ୍ୱିତୀୟ ଇନିଂସରେ ୧୫୨ ରନ୍ କରି ଅଲଆଉଟ ହୋଇଥିଲା। ଅବଦୁଲ କରଦାରଙ୍କ ଅଧିନାୟକତ୍ୱରେ ପାକିସ୍ତାନ ଏହି ମ୍ୟାଚ୍ ଖେଳିଥିଲା।

ପାକିସ୍ତାନ ବିପକ୍ଷ ଟେଷ୍ଟ ପରେ ଭାରତ ମଧ୍ୟ ପ୍ରଥମ ଦିନିକିଆ ଜିତିଥିଲା । ଭାରତ ଏବଂ ପାକିସ୍ତାନ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍‌ ୧୯୭୮ରେ କ୍ୱେଟାରେ ଖେଳାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ୭ ୱିକେଟ୍ ହରାଇ ୧୭୦ ରନ୍ ସଂଗ୍ରହ କରିଥିଲା। ଏହି ସମୟରେ ମହେନ୍ଦର ଅମରନାଥ ୫୧ ରନର ଚମତ୍କାର ଇନିଂସ ଖେଳିଥିଲେ । ସେହିପରି ଦିଲ୍ଲୀପ ଭେଙ୍ଗସରକାର ୩୪ ଓ ସୁରିନ୍ଦର ଅମରନାଥ ୩୭ ରନ୍ ସଂଗ୍ରହ କରିଥିଲେ। ଏହାର ଜବାବରେ ପାକିସ୍ତାନ ଦଳ ମାତ୍ର ୧୬୬ ରନ୍ ସ୍କୋର୍‌ କରିବାରେ ସଫଳ ହୋଇଥିଲା। ପାକିସ୍ତାନ ପକ୍ଷରୁ ମାଜିଦ୍ ଖାନ୍ ସର୍ବାଧିକ ୫୦ ରନ୍ ସଂଗ୍ରହ କରିଥିଲେ ।

Advertisment

ସୂଚନା ଅନୁସାରେ ଭାରତ-ପାକିସ୍ତାନ ମଧ୍ୟରେ ଏପର୍ଯ୍ୟନ୍ତ ୧୩୪ଟି ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ସେଥିମଧ୍ୟରୁ ୫୬ଟି ମ୍ୟାଚ୍‌ରେ ଭାରତ ବିଜୟ ଲାଭ କରିଥିବାବେଳେ ୭୩ଟି ମ୍ୟାଚ୍‌ରେ ପାକିସ୍ତାନ ବିଜୟ ଲାଭ କରିଛି।

India Pakistan Cricket
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ