Advertisment

ଜୁନିଅର ହକି ବିଶ୍ୱକପ୍ ସେମିରେ ଭାରତ

ମ୍ୟାଚର ବାକି ସମୟ ଉଭୟ ଦଳ ପରସ୍ପରକୁ କଡ଼ା ଟକ୍କର ଦେଇଥିଲେ। ଉଭୟ ଭାରତ ଓ ବେଲଜିୟମର ଆଟାକ୍ ଦମଦାର ଥିଲା

India vs Belgium

India vs Belgium

Advertisment

ଭୁବନେଶ୍ୱର (ନିରଞ୍ଜନ ରେଡ୍ଡୀ): ଜୁନିଅର ହକି ବିଶ୍ୱକପ୍ ସେମିରେ ଭାରତ। କ୍ୱାର୍ଟରରେ ବେଲଜିଅମକୁ ୧-୦ ଗୋଲ୍‌ରେ ହରାଇଲା ଭାରତ। କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ୍ ଜୁନିୟର ପୁରୁଷ ହକି ବିଶ୍ୱକପର ସେମିଫାଇନାଲରେ ପହଞ୍ଚିଛି ଆୟୋଜକ ଭାରତ। ବୁଧବାର ଡିଫେଣ୍ଡିଂ ଚାମ୍ପିୟନ୍ ଭାରତ କ୍ୱାର୍ଟର୍ ଫାଇନାଲରେ ବେଲଜିୟମକୁ ୧-୦ ଗୋଲରେ ହରାଇଛି। ଏହାସହ ଚତୁର୍ଥ ଦଳ ଭାବେ ଭାରତ ସେମିଫାଇନାଲ୍ ଟିକେଟ୍ କାଟିଛି। ସେମିରେ ଜର୍ମାନୀକୁ ଭେଟିବ ଭାରତ।

Advertisment

ଶରଦାନନ୍ଦ ତିୱାରୀ ଭାରତ ପକ୍ଷରୁ ଏକମାତ୍ର ଗୋଲ୍ ଦେଇଥିଲେ। ଶାରଦାନନ୍ଦ ୨୧ତମ ମିନିଟରେ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ଭାରତକୁ ବିଜୟୀ କରାଇଥିଲେ। ତେବେ ମ୍ୟାଚର ବାକି ସମୟ ଉଭୟ ଦଳ ପରସ୍ପରକୁ କଡ଼ା ଟକ୍କର ଦେଇଥିଲେ। ଉଭୟ ଭାରତ ଓ ବେଲଜିୟମର ଆଟାକ୍ ଦମଦାର ଥିଲା। ଆଗରୁ ଭାରତ ବ୍ୟତୀତ ଜର୍ମାନୀ, ଆର୍ଜେଣ୍ଟିନା, ଫ୍ରାନ୍ସ ଟିମ୍ ସେମିଫାଇନାଲରେ ପହଞ୍ଚିଛନ୍ତି।

Bhubaneswar Kalinga Stadium Hockey World Cup Junior Men’s Hockey World Cup
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ