Advertisment

ଫ୍ରାନ୍ସ ବିପକ୍ଷରେ କରିଥିବା ଭୁଲ୍‌ର ପୁନରାବୃତ୍ତି ହେବନି: ଦିଲ୍ଲୀପ ତିର୍କୀ

ସମସ୍ତ କ୍ୱାର୍ଟର ଫାଇନାଲ୍ ମଧ୍ୟରୁ ସମସ୍ତଙ୍କ ନଜର ରହିଛି ଭାରତ ଓ ବେଜିୟମ ଉପରେ। ଜୁନିୟର ବିଶ୍ୱକପର ସେମିଫାଇନାଲ୍ ଟିକଟ ପାଇଁ ହେବ କଡା ଟକ୍କର। ଡିଫେଣ୍ଡିଂ ଚାମ୍ପିୟନ ଭାରତ ଆଗରେ ରହିଛି ବେଲଜିୟମ।

quarter Final Match

quarter Final Match

Advertisment

ଭୁବନେଶ୍ୱର(ନିରଞ୍ଜନ ରେଡ୍ଡୀ): କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ପୁରୁଷ ଜୁନିୟର ବିଶ୍ୱକପ ହକିର ଆସନ୍ତାକାଲି ଅର୍ଥାତ ଡିସେମ୍ବର ୧ତାରିଖରେ କ୍ୱାର୍ଟର ଫାଇନାଲ ମ୍ୟାଚ। ଗୋଟିଏ ଦିନରେ ୪ଟି ଯାକ କ୍ୱାର୍ଟର ଫାଇନାଲ୍ ମ୍ୟାଚ ଖେଳାଯିବ। ସନ୍ଧ୍ୟା ସାଢ଼େ ୭ଟାରେ ଅୟୋଜକ ଭାରତ ଶକ୍ତିଶାଳୀ ବେଲଜିୟମକୁ ସାମ୍ନା କରିବ। ସେହିପରି ଅନ୍ୟ  କ୍ୱାର୍ଟର ଫାଇନାଲ୍ରେ ଫ୍ରାନ୍ସ ଓ ମାଲେସିଆ ମଧ୍ୟରେ ହେବାକୁ ଥିବା ବେଳେ ଜର୍ମାନୀକୁ ଭେଟିବ ସ୍ପେନ। ପୁଣି ଅନ୍ୟ ଏକ କ୍ୱାର୍ଟର ଫାଇନାଲ୍ରେ ଆର୍ଜେଣ୍ଟିନା ଓ ନେଦରଲ୍ୟାଣ୍ଡସ ମଧ୍ୟରେ ଟକ୍କର ହେବ।

Advertisment

ଏ ସମସ୍ତ କ୍ୱାର୍ଟର ଫାଇନାଲ୍ ମଧ୍ୟରୁ ସମସ୍ତଙ୍କ ନଜର ରହିଛି ଭାରତ ଓ ବେଜିୟମ ଉପରେ। ଜୁନିୟର ବିଶ୍ୱକପର ସେମି ଫାଇନାଲ୍ ଟିକଟ ପାଇଁ ହେବ କଡା ଟକ୍କର। ଡିଫେଣ୍ଡିଂ ଚାମ୍ପିୟନ ଭାରତ ଆଗରେ ରହିଛି  ଡିଫେଣ୍ଡିଂ ରନର୍ସ ଅପଟିମ ବେଲଜିୟମ ଚ୍ୟାଲେଞ୍ଜ। ଲକ୍ଷ୍ନୌରେ ଖେଳାଯାଇଥିବା ୨୦୧୬ ବିଶ୍ୱକପ ଫାଇନାଲ୍‌ରେରେ ପରାଜୟର ପ୍ରତିଶୋଧ କଳିଙ୍ଗ ଷ୍ଟାଡିୟମରେ ନେବାକୁ ବେଲଜିୟମ ପ୍ରସ୍ତୁତ। ଫ୍ରାନ୍ସ ଠାରୁ ଭାରତ ୫-୪ଗୋଲରେ ପରାଜୟ ହୋଇଥିଲା।କାନାଡ଼ା ଓ ପୋଲାଣ୍ଡ ବିପକ୍ଷରେ ବିଜୟ ହାସଲ କରି ପୁଲ୍‌ର ଦ୍ୱିତୀୟ ଦଳ ଭାବେ କ୍ୱାର୍ଟର ଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲା।

ସେପେଟ ୨ଟି ମ୍ୟାଚ ବିଜୟ ଏବଂ ଗୋଟିଏ ଡ୍ର ରଖି ପୁଲ ଏ ର ଶ୍ରେଷ୍ଠ ଦଳ ଭାବେ କ୍ୱାର୍ଟର ଫାଇନାଲ୍ ଖେଳିବାକୁ ଟିକଟ ନେଇଥିଲା। କ୍ୟାପେନଟେ ବିବେକ ସାଗରଙ୍କ ସମେତ ସଂଜୟ, ଉତ୍ତମ ସିଂ, ହୁଣ୍ଡାଲ ଆରାଇଜିତ ସିଂ, ଓଡିଆ ତାରକା ସୁଦୀପ ଚିରମାକୋଙ୍କ ଶ୍ରେଷ୍ଠ ବ୍ୟକ୍ତିଗତ ପ୍ରଦର୍ଶନ ଭାରତକୁ ସେମିକୁ ନେବାରେ ସହାୟକ ହେବ।

Advertisment

କ୍ୱାର୍ଟର ଫାଇନାଲ ମ୍ୟାଚକୁ ଆଖି ଆଗରେ ପୂର୍ବତନ ଅଧିନାୟକ ଭାରତୀୟ ହକି ଦଳର କ୍ୟାପଟେନ ଦିଲ୍ଲୀପ ତିର୍କୀ କହିଛନ୍ତି ଯେ ଫ୍ରାନ୍ସ ବିପକ୍ଷ ଲିଗ ମ୍ୟାଚରେ ଭାରତ ଯେଉଁ ଭୁଲ କରିଥିଲା ସେହି ଭୁଲ ବେଲଜିୟମ ବିପକ୍ଷରେ ନକରି ଡିଫେନ୍ସ ସାଙ୍ଗକୁ ଆରମ୍ଭରୁ ଚାପରେ ରଖିଲେ ଟିମ ଜିତିବା ଆଶା ବଢିବ। ଏନେଇ ଟୋକିଆ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ପୂର୍ବତନ ଡିଫେଣ୍ଡର ବିରେନ୍ଦ୍ର ଲାକ୍ରା କହିଛନ୍ତି ଯେ ବେଲଜିୟମ ବିପକ୍ଷରେ ଭାରତକୁ ତୁରନ୍ତ ଫିଲ୍ଡ ଗୋଲ ସହ ମିଳୁଥିବା ପେନାଲିଟି  କଣ୍ଣରକୁ ଗୋଲରେ ପରିଣତକରି  ଚାପରେ ରଖିବାକୁ ପଡିବ।

ପ୍ୟାଟ୍‌ ଇଣ୍ଡିଆର ଡିଫେନ୍ସକୁ ଭେଦ କରି ଗୋଲ ଦେବାରେ ମାହିର ବେଲଜିୟମ। ଷ୍ଟ୍ରାଇକର ଓନାନା ନେଲସନ, ଷ୍ଟକବ୍ରୋଏକ୍ସ ଏବଂ ପୁଟର୍ସ ଲୁକାସ ଭାରତ ପାଇଁ ମୁଣ୍ଡ ବିନ୍ଧାର କାରଣ ହେବେ। ଏହି ଖେଳାଳିଙ୍କ ଗୋଲ ସ୍କୋରରେ ବେଲଜିୟମ କ୍ୱାର୍ଟର ଫାଇନାଲ୍ ପ୍ରବେଶ କରିଛି। ୨୦୧୮ରେ କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଇଥିବା ସିନିୟର ବିଶ୍ୱକପ ହକିରେ ବେଲଜିୟମ ଟାଇଟଲ ଜିଣିଥିଲା। ସେହିପରି ଜୁନିୟର ବେଲଜିୟମ ମଧ୍ୟ କଳିଙ୍ଗ ଷ୍ଟାଡିୟମରେ ତାଜ ପିନ୍ଧିବା ଚକ୍କରରେ ରହିବ।

Advertisment

୨୦୧୩ ଠାରୁ ଆଜି ଯାଏଁ ଜୁନିୟର ସ୍ତରରେ ଭାରତ ଓ ବେଜିୟମ ମଧ୍ୟରେ ହୋଇଥିବା ୨୪ଟି ମୁକାବିଲା ମଧ୍ୟରେ ବେଜିୟମର ପଲ୍ଲା ଭାରି ରହିଛି।  ଭାରତ ୮ଟି ମ୍ୟାଚ ଜିଣିଥିବା ବେଳେ ୧୪ଟି ମ୍ୟାଚ ଜିଣିଛି ବେଲଜିୟମ। ଆଉ 2ଟି ମ୍ୟାଚ ଡ୍ର ରହିଛି। ଭାରତୀୟ ଖେଳାଳିମାନେ ବେଲଜିୟମ ବିପକ୍ଷରେ ଆଗ୍ରେସିଭ  ହୋଇ ଯେମିତି ଗ୍ରୀନ କାର୍ଡ ନ ପାଆନ୍ତି ଓ ୧୦ଜଣରେ ମ୍ୟାଚ ନ ଖେଳନ୍ତି, ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ ବୋଲି ବରିଷ୍ଠ କ୍ରୀଡା ସମୀକ୍ଷକ ସମ୍ବିତ ମହାପାତ୍ର କହିଛନ୍ତି।

ପ୍ରଥମ କ୍ୱାର୍ଟର ଫାଇନାଲ୍ ଜର୍ମାନୀ ସ୍ପେନ ମଧ୍ୟରେ ପ୍ରଥମ କ୍ୱାର୍ଟର ଫାଇନାଲ୍ ସକାଳ ସାଢେ ୧୦ଟାରେ ଖେଳାଯିବ। ସେହିପରି ଦ୍ୱିତୀୟ କ୍ୱାର୍ଟର ଦିନ ୧.୩୦ରେ ନେଦରଲ୍ୟାଣ୍ଡସ ଓ ଆର୍ଜେଣ୍ଟିନା ମଧ୍ୟରେ ଟକ୍କର ହେବ। ତୃତୀୟ କ୍ୱାର୍ଟରରେ ଅପରାହ୍ନ ୪.୩୦ଟାରେ ସାମ୍ନାସାମ୍ନି ହେବେ ଫ୍ରାନ୍ସ ଓ ମାଲେସିଆ। ସନ୍ଧ୍ୟା ସାଢେ ୭ଟାରେ ଭାରତ ଓ ବେଲଜିୟମ ମଧ୍ୟରେ କ୍ୱାର୍ଟର ଫାଇନାଲ୍ ଖେଳାଯିବ।

Bhubaneswar Kalinga Stadium Hockey World Cup Junior Men’s Hockey World Cup
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ