Advertisment

ଧୂଳିସାତ୍‌ ହେଲା ଟିମ୍‌ ଇଣ୍ଡିଆର ଆଶା, ଦକ୍ଷିଣ ଆଫ୍ରିକାଠାରୁ ୨-୧ରେ ହାରିଲା ସିରିଜ୍

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୧ରେ ଜିତି ନେଇଛି ଦକ୍ଷିଣ ଆଫ୍ରିକା । ପ୍ରଥମ ମ୍ୟାଚ୍‌ ଭାରତ ଜିତିଥିବା ସତ୍ତ୍ୱେ ସିରିଜ ହରାଇଛି ଦଳ । କାରଣ ସିରିଜର ବାକି ୨ଟି ମ୍ୟଚରେ ଦକ୍ଷିଣ ଆଫ୍ରିକାଠୁ ଶୋଚନୀୟ ପରାଜୟ ବରଣ କରିଛି ଟିମ୍‌ ଇଣ୍ଡିଆ ।

India Team

India Team

Advertisment

ବିଦେଶ ମାଟିରେ ପୁଣି ହାରିଲା ବିରାଟ ବାହିନୀ । ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ବିଫଳ ହେଲା ଟିମ୍ ଇଣ୍ଡିଆ । ଭାରତକୁ ୨-୧ରେ ମାତ୍‌ ଦେଇ ଟେଷ୍ଟ ସିରିଜ ହାତେଇଇଲା ଦକ୍ଷିଣ ଆଫ୍ରିକା । ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୧ରେ ଜିତି ନେଇଛି ଦକ୍ଷିଣ ଆଫ୍ରିକା । ପ୍ରଥମ ମ୍ୟାଚ୍‌ ଭାରତ ଜିତିଥିବା ସତ୍ତ୍ୱେ ସିରିଜ ହରାଇଛି ଦଳ । କାରଣ ସିରିଜର ବାକି ୨ଟି ମ୍ୟଚରେ ଦକ୍ଷିଣ ଆଫ୍ରିକାଠୁ ଶୋଚନୀୟ ପରାଜୟ ବରଣ କରିଛି ଟିମ୍‌ ଇଣ୍ଡିଆ ।

Advertisment

ତେବେ ଦକ୍ଷିଣ ଆଫ୍ରିକାକୁ ତା’ ନିଜ ମାଟିରେ ହରାଇବାର ଟିମ୍ ଇଣ୍ଡିଆର ସ୍ୱପ୍ନ ପୁଣିଥରେ ଧୂଳିସାତ୍ ହୋଇଯାଇଛି। ୨୦୧୮ ଭଳି ପୁଣିଥରେ ଟିମ୍ ଇଣ୍ଡିଆର ଖରାପ ବ୍ୟାଟିଂ ଇତିହାସ ରଚିବାର ସୁଯୋଗ ଛଡ଼ାଇ ନେଇଛି । କେପ୍ ଟାଉନରେ ଖେଳାଯାଇଥିବା ଟେଷ୍ଟ ସିରିଜର ତୃତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୭ ୱିକେଟରେ ଭାରତକୁ ହରାଇଛି । ମ୍ୟାଚରେ ତୃତୀୟ ଦିବସରେ ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ ୧୧୧ ରନ୍ ଦରକାର ଥିଲା ବେଳେ ଭାରତକୁ ୮ ୱିକେଟ୍ ଆବଶ୍ୟକ ହେଉଥିଲା। କିନ୍ତୁ କୀଗାନ ପିଟରସନ୍ ଓ ରାସି ଭାନ୍ ଡର୍ ଡୁସେସନଙ୍କ ଇନିଂସ୍ ଦମରେ ଦକ୍ଷିଣ ଆଫ୍ରିକା ସହଜରେ ଲକ୍ଷ୍ୟକୁ ହାସଲ କରିନେଇଥିଲା।

ଟିମ୍ ଇଣ୍ଡିଆ ଉଭୟ ଇନିଂସରେ ନୈରାଶ୍ୟଜନକ ବ୍ୟାଟିଂ କରିଥିଲା। ଯେଉଁ କାରଣରୁ ଘରୋଇ ଦଳ ଆଗରେ ଭାରତ ୨୧୨ ରନର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଦକ୍ଷିଣ ଆଫ୍ରିକା ମାତ୍ର ୩ ୱିକେଟ୍ ହରାଇ ଏହି ଲକ୍ଷ୍ୟ ହାସଲ କରିନେଇଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ କୀଗାନ ପିଟରନସ୍ ସର୍ବାଧିକ ୮୨ ରନ୍ (୧୧୩ ବଲ୍, ୧୦ ଚୌକା) କରି ଆଉଟ୍ ହୋଇଥିବା ବେଳେ ରାସି ଭାନ୍ ଡର୍ ଡୁସେନ୍ ୪୧ ଓ ତେମ୍ବା ବାଭୁମା ୩୨ ରନ କରି ଅପରାଜିତ ଥିଲେ। ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି ଓ ଶାର୍ଦ୍ଦୁଲ ଠାକୁର ଗୋଟିଏ ଲେଖାଏ ସଫଳତା ପାଇଥିଲେ।

Advertisment

ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ୨ ୱିକେଟ ହରାଇ ୧୦୧ ରନ୍ କରିଥିଲା। ଦିବସର ଶେଷ ବଲରେ କ୍ୟାପଟେନ୍ ଡିନ୍ ଏଲଗାର (୩୦)ଙ୍କୁ ଆଉଟ୍ କରି ଯଶପ୍ରୀତ ବୁମ୍ରା ଭାରତ ପାଇଁ ଆଶା ସଞ୍ଚାର କରିଥିଲେ। କିନ୍ତୁ ଚତୁର୍ଥ ଦିବସରେ ଦକ୍ଷିଣ ଆଫ୍ରିକାର ଇନଫର୍ମ ବ୍ୟାଟ୍ସମ୍ୟାନ୍ ପିଟରସନ୍ ଓ ଡୁସେନ୍ ତୃତୀୟ ୱିକେଟ୍ ପାଇଁ ୫୪ ରନର ମହତ୍ତ୍ୱପୂର୍ଣ୍ଣ ଭାଗିଦାରୀ ଥିଲେ। ଏହା ପରେ ଡୁସେନଙ୍କ ସହ ମିଶି ବାଭୁମା ଚତୁର୍ଥ ୱିକେଟ୍ ପାଇଁ ଅପରାଜିତ ୫୭ ରନ୍ ଯୋଡ଼ି ଦଳକୁ ଜିତାଇଥିଲେ।

Cricket India Vs South Africa Sports
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ