Advertisment

ସୁପର-୪ର ଅନ୍ତିମ ମ୍ୟାଚ୍‌ରେ ଜିତିଲା ଭାରତ

ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨ ଓ୍ୱିକେଟ ହରାଇ ୨୧୨ ରନ କରିଥିଲା।

ଅଦ୍ୟତନ ହୋଇଛି
Asia Cup

Asia Cup

Advertisment

ଦୁବାଇରେ ଖେଳା ଯାଉଥିବା ଭାରତ-ଆଫଗାନିସ୍ତାନ ମ୍ୟାଚ୍‌ରେ ଜିତିଲା ଭାରତ। ଆଫଗାନିସ୍ତାନକୁ ୧୦୧ ରନ୍‌ରେ ହରାଇଲା ଭାରତ। ଆଫଗାନିସ୍ତାନ ଅଧିନାୟକ ମହମ୍ମଦ ନବି ଟସ୍‌ ଜିତି ଭାରତକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲେ। ରୋହିତ ଶର୍ମା ଖେଳୁ ନଥିବାରୁ କାମଚଳା ଅଧିନାୟକ କେଏଲ ରାହୁଲଙ୍କ ସହ ବିରାଟ କୋହଲି ଇନିଂସ ଆରମ୍ଭ କରିଥିଲେ। ଉଭୟ ଦ୍ରୁତ ଗତିରେ ରନ ସଂଗ୍ରହ କରିବା ସହ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨ ଓ୍ୱିକେଟ ହରାଇ ୨୧୨ ରନ କରିଥିଲା। ଆଫଗାନିସ୍ତାନ ୨୧୩ ରନର ବିଜୟ ଲକ୍ଷ୍ୟ ନେଇ ହାର ମାନିଛି। ହେଲେ ଭାରତ ପାକିସ୍ତାନ ଓ ଶ୍ରୀଲଙ୍କା ନିକଟରୁ ପରାସ୍ତ ହୋଇଥିବାରୁ ଏସିଆ କପ୍‌ରୁ ବିଦା ହୋଇଛି। 

Advertisment

ଆଫଗାନିସ୍ତାନ ବିପକ୍ଷ ଏସିଆ କପ ସୁପର ୪ର ଶେଷ ମ୍ୟାଚ୍‌ରେ ବିରାଟ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ସେ ମାତ୍ର ୫୩ ବଲରେ ଛକା ମାରି ଶତକ ହାସଲ କରିଛନ୍ତି। ଶତକ ହାସଲ ପରେ ପରେ ତାଙ୍କ ମୁହଁରେ ବିରାଟ ହସ ଫୁଟିବା ସହ ସେ ନିଜର ବିବାହ ରିଗିଂକୁ କିସ୍‌ ମଧ୍ୟ କରିଥିଲେ।

ବିରାଟଙ୍କ ଏହି ଅବିଶ୍ୱସନୀୟ ଇନିଂସ ଯୋଗୁ ଟିମ୍‌ ଇଣ୍ଡିଆ ଆଫଗାନିସ୍ତାନକୁ ବିଶାଳ ୨୧୩ ରନର ଟାର୍ଗେଟ ଦେଇଛି। ଦଳ ନିର୍ଦ୍ଧାରିତ ୨୦ ଓଭରେ ମାତ୍ର ୨ଟି ୱିକେଟ ହରାଇ ୨୧୨ ରନ କରିଛି। ବିରାଟ ଏକାକୀ ଅପରାଜିତ ୧୨୨ ରନର ଇନିଂସ ଖେଳିଛନ୍ତି।

Advertisment
Asia Cup IND Vs AFG
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ