ଟି-ଟ୍ୱେଣ୍ଟିରେ କ୍ଲିନ୍ ସୁଇପ୍ କଲା ଟିମ୍ ଇଣ୍ଡିଆ

ଇଡେନ୍ ଗାର୍ଡେନ୍ସରେ ଖେଳାଯାଉଥିବା ତୃତୀୟ ଟି-୨୦ରେ ଟସ୍ ଜିତିଥିଲେ କ୍ୟାରିବିଆନ୍ ଟିମ୍ କ୍ୟାପଟେନ୍ କାଇରନ୍ ପୋଲାର୍ଡ।

Suryakumar Yadav punches off the back foot

କୋଲକାତା: ଓ୍ୱାନ୍ ଡେ ପରି ଟି-ଟ୍ୱେଣ୍ଟିରେ ମଧ୍ୟ କ୍ଲିନ୍ ସୁଇପ୍ କରିଛି ଟିମ୍ ଇଣ୍ଡିଆ। ସିରିଜର ତିନିଟା ଯାକ ମ୍ୟାଚ ଜିତିଛି ଟିମ୍। କୋଲକାତାରେ ଆଜି ଖେଳାଯାଇଥିବା ଶେଷ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୧୭ ରନ୍‌ରେ ପରାସ୍ତ କରିଛି ଭାରତ। ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ୱିକେଟ ହରାଇ କରିଥିଲା ୧୮୪ ରନ୍। ଜବାବରେ ଇଣ୍ଡିଜ ଟିମ୍ ୨୦ ଓଭରରେ ୯ ଓ୍ୱିକେଟ ହରାଇ କରିଥିଲା ୧୬୭ ରନ୍।

ଇଡେନ୍ ଗାର୍ଡେନ୍ସରେ ଖେଳାଯାଉଥିବା ତୃତୀୟ ଟି-୨୦ରେ ଟସ୍ ଜିତିଥିଲେ କ୍ୟାରିବିଆନ୍ ଟିମ୍ କ୍ୟାପଟେନ୍ କାଇରନ୍ ପୋଲାର୍ଡ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଭାରତ ଆରମ୍ଭରୁ ଋତୁରାଜ ଗାଏକ୍ୱାଡ (୪)ଙ୍କ ୱିକେଟ୍ ହରାଇଥିଲା। ତେବେ ଈଶାନ୍ କିଶନ ଓ ଶ୍ରେୟସ ଆୟର୍ ଦ୍ୱିତୀୟ ୱିକେଟ୍ ପାଇଁ ୫୩ ରନ୍ ଯୋଡ଼ି ଭାରତକୁ ଭଲ ସ୍ଥିତିରେ ଆଣିଥିଲେ। ଶ୍ରେୟସ ବଡ଼ ଶଟ୍ ଖେଳିବା ପ୍ରୟାସରେ ନିଜ ୱିକେଟ୍ ଦେଇ ବସିଥିଲେ। ସେ ୧୬ ‍ଲରେ ୨୫ (୪ ଚୌକା) ରନ୍ କରିଥିଲେ। ଈଶାନ୍ ମଧ୍ୟ ଆତ୍ମବିଶ୍ୱାସ ହରାଇ ବସିଥିଲେ ଏବଂ ବ୍ୟକ୍ତିଗତ ୩୪ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ତାଙ୍କୁ ପୁଣିଥରେ ରୋଷ୍ଟନ୍ ଚେଜ୍ ଆଉଟ୍ କରିଥିଲେ।

ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ରୋହିତ୍ ଶର୍ମା (୭) ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ। ଓପନିଂ ପାଇଁ ସର୍ବଦା ପ୍ରସ୍ତୁତ ଥିବା ରୋହିତ୍ ଚତୁର୍ଥ ସ୍ଥାନରେ କ୍ଲିକ୍ କରିନଥିଲେ। ତାଙ୍କୁ ଡୋମିନିକ୍ ଡ୍ରେକ୍ସ କ୍ଲିନ୍ ବୋଲ୍ଡ ହୋଇଥିଲେ। ୯୩ ରନରେ ୪ ୱିକେଟ୍ ହରାଇବା ପରେ ଭାରତର ରନ୍ ଗତି ହ୍ରାସ ପାଇଥିଲେ। କିନ୍ତୁ ଇନଫର୍ମ ସୂର୍ଯ୍ୟକୁମାର ଓ ଭେଙ୍କଟେଶ ଶେଷ ୫ ଓଭରରେ ଧୂଆଁଧାର ବ୍ୟାଟିଂ କରିଥିଲେ। ଫଳରେ ଭାରତ ଶେଷ ୨୯ ବଲରେ ୮୪ ରନ୍ ସଂଗ୍ରହ କରିଥିଲେ। ଏପରିକି ଦୁହେଁ ପଞ୍ଚମ ୱିକେଟ୍ ପାଇଁ ୯୧ ରନ୍ ଯୋଡ଼ିଥିଲେ। ସୂର୍ଯ୍ୟକୁମାର ୬୫ (୩୧ ବଲ୍, ୧ ଚୌକା, ୭ ଛକା) ଓ ଭେଙ୍କଟେଶ୍ ଅପରାଜିତ ୩୫ (୧୯ ବଲ୍, ୪ ଚୌକା, ୨ ଛକା) ରନ୍ କରିଥିଲେ। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଜେସନ୍ ହୋଲ୍ଡର୍, ଶେଫର୍ଡ, ଚେଜ୍, ହେଡେନ୍ ୱାଲ୍ସ ଓ ଡୋମିନିକ୍ ଡ୍ରେକ୍ସ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।