Advertisment

ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ଶତକ: ଶ୍ରୀଲଙ୍କା ବିପକ୍ଷରେ ଟିମ୍ ଇଣ୍ଡିଆର ଦମଦାର ବିଜୟ

ମାତ୍ର ୫୧ଟି ବଲ ଖେଳି ୯ଟି ଛକା ସହାୟତାରେ ୧୧୨ ରନ କରି କ୍ରିଜରେ ଅପରାଜିତ ରହିଥିଲେ।

ଅଦ୍ୟତନ ହୋଇଛି
India defeated Sri Lanka 91 Runs

India beat srilanka and won by 91 runs

Advertisment

ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଶତକ ବଳରେ ଶ୍ରୀଲଙ୍କା ବିପକ୍ଷ ନିର୍ଣ୍ଣାୟକ ଟି ଟ୍ୱେଣ୍ଟିରେ ଭାରତର ଜବରଦସ୍ତ ବିଜୟ ଶେଷ ମ୍ୟାଚକୁ ୯୧ ରନରେ ଜିତି ସିରିଜ ବିଜୟୀ ହେଲା ଟିମ୍ ଇଣ୍ଡିଆ। ଆଜି ରାଜକୋଟର ସୌରାଷ୍ଟ୍ର କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଭାରତ-ଶ୍ରୀଲଙ୍କା ତୃତୀୟ ତଥା ଅନ୍ତିମ ଟି ଟ୍ୱେଣ୍ଟିରେ ଭ୍ରମଣକାରୀ ଦଳ ପାଇଁ ୨୨୯ ରନର ବିଜୟ ଲକ୍ଷ୍ୟ ରଖିଥିଲା ଟିମ୍ ଇଣ୍ଡିଆ।

Advertisment

ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ପକ୍ଷରୁ ଓପନର ଇଶାନ କିଷନ ମାତ୍ର ୧ ରନ କରି ପାଭିଲିୟନ ଫେରିଥିଲେ। ପରେ ରାହୁଲ ତ୍ରିପାଠୀ ଓ ଶୁଭମାନ ଗିଲ ଇନିଂସ ସମ୍ଭାଳି ନେଇଥିଲେ। ଶୁଭମାନ ୩୬ ବଲରେ ୪୬ ରନ କରି ଆଉଟ ହୋଇଥିଲେ। ଚତୁର୍ଥ ଓ୍ୱିକେଟ ଯୋଡ଼ିରେ କ୍ରିଜକୁ ଆସି ଦମଦାର ପ୍ରଦର୍ଶନ କରିଥିଲେ ସୂର୍ଯ୍ୟକୁମାର ଯାଦବ।

ସେ ମାତ୍ର ୫୧ଟି ବଲ ଖେଳି ୯ଟି ଛକା ସହାୟତାରେ ୧୧୨ ରନ କରି କ୍ରିଜରେ ଅପରାଜିତ ରହିଥିଲେ। ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ୱିକେଟ ହରାଇ କରିଥିଲା ୨୨୮ ରନ୍। ଜବାବରେ ଶ୍ରୀଲଙ୍କା ମାତ୍ର ୧୬ ଓଭର ୪ ଟି ବଲରେ ସମସ୍ତ ଓ୍ୱିକେଟ ହରାଇ କରିଥିଲା ୧୩୭ ରନ୍। ୩ ମ୍ୟାଚ୍ ବିଶିଷ୍ଟ ଭାରତ-ଶ୍ରୀଲଙ୍କା ଟି ଟ୍ବେଣ୍ଟି ଶୃଙ୍ଖଳାରେ ଉଭୟ ଗୋଟିଏ ଲେଖାଏଁ ମାଚ୍ ଜିତି ଥିବାରୁ ସିରିଜ୍ ୧-୧ରେ ବରାବର ରହିଥିଲା।

Advertisment
Cricket Ind Vs SL T-20
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ