Advertisment

ICC World Cup 2023: ବିଶ୍ୱକପ୍‌ର ପ୍ରଥମ ମ୍ୟାଚରେ ଭାରତର ଦମ୍‌ଦାର ବିଜୟ

ଏହି ସଙ୍କଟ ସ୍ଥିତିରେ ଭାରତ ପାଇଁ ସଙ୍କଟମୋଚକ ସାଜିଥିଲେ ବିରାଟ କୋହଲି ଓ କେଏଲ ରାହୁଲ । ଉଭୟଙ୍କ ମଧ୍ୟରେ ୧୬୫ ରନ୍‌ର ଜବରଦସ୍ତ ପାର୍ଟନରସିପ୍ ହୋଇଥିଲା। ଯାହାଫଳରେ ଭାରତ ଏହି ମ୍ୟାଚକୁ ଅଷ୍ଟ୍ରେଲିଆ ହାତରୁ ଛଡ଼ାଇ ଆଣିଥିଲା।

ଅଦ୍ୟତନ ହୋଇଛି
undefined

India vs Australia

Advertisment

ବିଜୟରୁ ବିଶ୍ୱକପ୍ ଅଭିଯାନ ଆରମ୍ଭ କଲା ଭାରତ। ଅଷ୍ଟ୍ରେଲିଆକୁ ୬ ୱିକେଟରେ ହରାଇ ଦିନିକିଆ ବିଶ୍ୱକପ୍‌ର ପ୍ରଥମ ମ୍ୟାଚକୁ ନିଜ ନାମରେ କରିଛି ଟିମ୍ ଇଣ୍ଡିଆ । ଅଷ୍ଟ୍ରେଲିଆକୁ ୧୯୯ ରନ୍‌ରେ ଅଲଆଉଟ୍ କରିବା ପରେ ୨୦୦ ରନ୍‌ର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ। କିନ୍ତୁ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା ଭାରତ । ମାତ୍ର ୨ ରନ୍‌ର ୩ଟି ୱିକେଟ ହରାଇଥିଲା । ପ୍ରଥମ ଦୁଇ ଓଭରରେ ୩ଟି ୱିକେଟ ନେଇ ଭାରତକୁ ବ୍ୟାକଫୁଟ୍‌ରେ ରଖିଥିଲା କଙ୍ଗାରୁ ଦଳ ।

Advertisment

ତେବେ ଏହି ସଙ୍କଟ ସ୍ଥିତିରେ ଭାରତ ପାଇଁ ସଙ୍କଟମୋଚକ ସାଜିଥିଲେ ବିରାଟ କୋହଲି ଓ କେଏଲ ରାହୁଲ। ଉଭୟଙ୍କ ମଧ୍ୟରେ ୧୬୫ ରନ୍‌ର ଜବରଦସ୍ତ ପାର୍ଟନରସିପ୍ ହୋଇଥିଲା। ଯାହାଫଳରେ ଭାରତ ଏହି ମ୍ୟାଚକୁ ଅଷ୍ଟ୍ରେଲିଆ ହାତରୁ ଛଡ଼ାଇ ଆଣିଥିଲା। ଭାରତ ପକ୍ଷରୁ କେଏଲ ରାହୁଲ ଅପରାଜିତ ୯୭ ରନ୍‌ କରିଥିବାବେଳେ ବିରାଟ କୋହଲି ୮୫ ରନ୍‌ କରିଥିଲେ। ସେହିପରି ଅଷ୍ଟ୍ରେଲିଆ ପକ୍ଷରୁ ଜୋଶ୍ ହେଜେଲଉଡ୍ ୩ଟି ୱିକେଟ ନେଇଥିଲେ।

Advertisment

ଆଜି ଚେନ୍ନାଇର ଖେଳାଯାଉଥିବା ଏହି ମ୍ୟାଚ୍‌ରେ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ । କିନ୍ତୁ ଭାରତୀୟ ବୋଲରଙ୍କ ଆଗରେ କୌଣସି ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ଅଧିକ ସମୟ ତିଷ୍ଠି ପାରିନଥିଲେ। ଚେନ୍ନାଇରେ ଚମକିଥିଲେ ଭାରତୀୟ ସ୍ପିନର । ମାତ୍ର ୧୯୯ ରନ୍‌ କରି ଅଲଆଉଟ ହୋଇଥିଲା ଅଷ୍ଟ୍ରେଲିଆ। ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟିଭ୍ ସ୍ମିଥ୍ ସର୍ବାଧିକ ୪୬ ରନ୍ କରିଥିଲେ। ଭାରତ ପକ୍ଷରୁ ରବିନ୍ଦ୍ର ଜାଡେଜା ୩ଟି ୱିକେଟ ନେଇଥିବାବେଳେ କୁଲଦୀପ ଯାଦବ ଓ ଯଶପ୍ରୀତ ବୁମ୍ରା ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ।

India Australia India Vs Australia 2023 Men's World Cup
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ