Advertisment

ଦଳକୁ ଫେରିଲେ ବୁମରା, ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ରେ ଦେଖାଇବେ ଜଲୱା

ଜାତୀୟ କ୍ରିକେଟ ଏକାଡେମୀ ବୁମରାଙ୍କୁ ଫିଟ୍ ଘୋଷଣା କରିବା ପରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସ୍କ୍ୱାଡରେ ତାଙ୍କୁ ସାମିଲ କରାଯାଇଛି ।

ଅଦ୍ୟତନ ହୋଇଛି
Jasprit Bumrah

Jasprit Bumrah

Advertisment

ନୂଆବର୍ଷରେ ଭାରତୀୟ କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଆସିଲା ଖୁସିଖବର । ଟିମକୁ ଫେରିଲେ ଦଳର ଷ୍ଟାର ଦ୍ରୁତ ବୋଲର ଜଶପ୍ରୀତ ବୁମରା । ଖୁବଶୀଘ୍ର ମଇଦାନରେ ସେ ନଜର ଆସିବେ । ଶ୍ରୀଲଙ୍କା ବିପକ୍ଷ ଆଗାମୀ ଦିନିକିଆ ସିରିଜ ପାଇଁ ଦଳରେ ସ୍ଥାନ ପାଇଲେ ବୁମରା । ଆହତ କାରଣରୁ ସେପ୍ଟେମ୍ବର ୨୦୨୨ ପରଠୁ କ୍ରିକେଟରୁ ଦୂରରେ ରହିଥିଲେ ବୁମରା । ତେବେ ଜାତୀୟ କ୍ରିକେଟ ଏକାଡେମୀ ବୁମରାଙ୍କୁ ଫିଟ୍ ଘୋଷଣା କରିବା ପରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସ୍କ୍ୱାଡରେ ତାଙ୍କୁ ସାମିଲ କରାଯାଇଛି ।

Advertisment

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଜାନୁଆରୀ ୩ରୁ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ଖେଳାଯାଉଛି । ସିରିଜର ପ୍ରଥମ ମ୍ୟାଚ୍ ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଛି । ଅନ୍ୟପଟେ ଦିନିକିଆ ସିରିଜ ଜାନୁଆରୀ ୧୦ରୁ ଆରମ୍ଭ । ଏହି ସିରିଜରେ ବିରାଟ କୋହଲି, ରୋହିତ ଶର୍ମାଙ୍କ ପରି ସିନିୟର ଖେଳାଳିଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଟି-୨୦ ସିରିଜରୁ ସିନିୟର ଖେଳାଳିଙ୍କୁ ବିଶ୍ରାମ ଦେଇଛି ବୋର୍ଡ ।

ଅନ୍ୟପଟେ ଯଦି ବୁମରା ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ଭଲ ପ୍ରଦର୍ଶନ କରନ୍ତି ତେବେ ଫେବ୍ରୁଆରୀ ମାସରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜକୁ ଫେରିବା ତାଙ୍କ ପାଇଁ ସହଜ ହୋଇଯିବ । ଏହି ସିରିଜ ଟିମ ଇଣ୍ଡିଆ ପାଇଁ ୨୦୨୧-୨୩ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ସାଇକେଲର ଶେଷ ସିରିଜ ହେବ ।

Advertisment

ଅଧିକ ପଢ଼ନ୍ତୁ: ମଲ୍ଟିସ୍ପୋର୍ଟ୍ସ ଇଭେଣ୍ଟରେ ସାମିଲ ହେଲା ଇ-କ୍ରୀଡା, ମିଳିଲା ସରକାରୀ ସ୍ୱୀକୃତି

ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ ଏକାଡେମୀରେ ଦ୍ରୁତ ବୋଲର ଜଶପ୍ରୀତ ବୁମରାଙ୍କ ଚିକିତ୍ସା ଚାଲିଥିଲା । ମଙ୍ଗଳବାର NCA ବୁମରାଙ୍କୁ ଫିଟ୍ ଘୋଷଣା କରିବା ସହ ଏବେ ଖେଳିବାକୁ କ୍ଳିନ୍ ଚିଟ୍ ଦେଇଛି । ଫଳରେ ଭାରତୀୟ ଦିନିକିଆ ଦଳକୁ ଫେରିଛନ୍ତି ଷ୍ଟାର ବୋଲର ବୁମରା । ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେତୃତ୍ୱ ଭାର ମିଳିଛି । ସିନିୟର ଖେଳାଳିଙ୍କୁ ବିଶ୍ରାମ ମିଳିଥିବା ବେଳେ ଏହି ସିରିଜରେ ଅଧିକାଂଶ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଛି । ନିୟମିତ ଅଧିନାୟକ ରୋହିତ ଶର୍ମା ଦିନିକିଆ ଦଳର ନେତୃତ୍ୱ ଭାର ସମ୍ଭାଳିବା ଜାରି ରଖିବେ ଓ ପାଣ୍ଡ୍ୟାଙ୍କୁ ଉପଅଧିନାୟକ ଦାୟିତ୍ୱ ମିଳିଛି ।

Advertisment

ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ ଦିନିକିଆ ସ୍କ୍ୱାଡ୍‌ରେ ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, କେଏଲ ରାହୁଲ (ୱିକେଟ କିପର), ଇଶାନ କିଶନ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ୱାସିଂଟନ ସୁନ୍ଦର, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଚହଲ, ଅକ୍ଷର ପଟେଲ, ଜଶପ୍ରୀତ ବୁମରା, ମହମ୍ମଦ ସାମି, ମହମ୍ମଦ ସିରାଜ, ଉମ୍ରାନ ମଲିକ, ଅର୍ଶଦୀପ ସିଂହ ସାମିଲ ।

Jasprit Bumrah Cricket India Vs Srilanka
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ