ଆଜି ଭାରତ-ପାକିସ୍ତାନ ମହାମୁକାବିଲା, କମ୍ପୁଛି କ୍ରିକେଟ ଜଗତ

ସୁପର ସଣ୍ଡେରେ ସୁପର ମୁକାବିଲା । ବହୁ ପ୍ରତୀକ୍ଷାର ଅନ୍ତ ପରେ ଆଉ ମାତ୍ର କିଛି ଘଣ୍ଟାରେ ଆରମ୍ଭ ହେବାକୁ ଯାଉଛି ଭାରତ-ପାକିସ୍ତାନ ମହାଟକ୍କର । ଟିଟ୍ୱେଣ୍ଟି ବିଶ୍ୱକପରେ ନ୍ୟୁୟର୍କରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ ହେବ ଟକ୍କର ।

Cricket

ସୁପର ସଣ୍ଡେରେ ସୁପର ମୁକାବିଲା । ବହୁ ପ୍ରତୀକ୍ଷାର ଅନ୍ତ ପରେ ଆଉ ମାତ୍ର କିଛି ଘଣ୍ଟାରେ ଆରମ୍ଭ ହେବାକୁ ଯାଉଛି ଭାରତ-ପାକିସ୍ତାନ ମହାଟକ୍କର । ଟିଟ୍ୱେଣ୍ଟି ବିଶ୍ୱକପରେ ନ୍ୟୁୟର୍କରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ ହେବ ଟକ୍କର । ଚଳିତ ବିଶ୍ୱକପରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ । ଆୟର୍ଲାଣ୍ଡ ବିପକ୍ଷରେ ସହଜ ବିଜୟ ପରେ ଏବେ ଆଖି ପାକିସ୍ତାନ ଉପରେ । ସେପଟେ ଆମେରିକାଠୁ ସୁପର ଓଭରରେ ହାରି ବଡ଼ ବିପର୍ଯ୍ୟୟ ଭୋଗିଛି ପାକିସ୍ତାନ ।

ଶୁକ୍ରବାର ଖେଳା ଯାଇଥିବା ମୁକାବିଲାରେ ସୁପର୍ ଓଭରରେ ପାକିସ୍ତାନକୁ ପରାସ୍ତ କରିଛି ଆମେରିକା । ଆଜି ଭାରତକୁ ସାମ୍ନା କରିବାକୁ ଯାଉଛି ପାକିସ୍ତାନ । ସେପଟେ ଗୋଟିଏ ମ୍ୟାଚ୍ ଜିତିଥିବାରୁ ଟିମ୍ ଇଣ୍ଡିଆ ଖେଳାଳିଙ୍କ ମନୋବଳ ଦୃଢ଼ ରହିଛି । ଟିଟ୍ୱେଣ୍ଟି ବିଶ୍ୱକପ୍ ରେକର୍ଡ ଦେଖିଲେ ଭାରତର ପଲ୍ଲା ଭାରି ରହିଛି ।

ଉଭୟ ଦଳ ୭ ଥର ମୁହାଁମୁହିଁ ହୋଇଥିବା ବେଳେ ଭାରତ ୬ଟି ଜିତିଥିବା ବେଳେ ପାକିସ୍ତାନ ଥରେ ଭାରତକୁ ପରାସ୍ତ କରିଛି । ପ୍ରାୟ ୨୦ ମାସ ପରେ ହେବାକୁ ଯାଉଛି ମହାମୁକାବିଲା । ଆଜି ରାତି ୮ରେ ଆରମ୍ଭ ହେବ ମହାଲଢ଼େଇ । ବୁମରା-ବାବର, କୋହଲି-ଅମିରଙ୍କ ଲଢ଼େଇକୁ ନେଇ କମ୍ପିବ କ୍ରିକେଟ ଜଗତ ।

ସବୁବେଳେ ଭାରତ-ପାକିସ୍ତାନ ମ୍ୟାଚ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ଥାଏ । ଦୁଇ ଦେଶର ପ୍ରଶଂସକ ଏପରି ମ୍ୟାଚକୁ ବଡ଼ ଆତୁର ସହକାରେ ଅପେକ୍ଷା କରିଥାଆନ୍ତି । ମ୍ୟାଚ୍‌ ପୂର୍ବରୁ ଉଭୟ ଦଳରେ ନେଟ୍‌ରେ ପ୍ରବଳ ଝାଳ ବୁହାଇଛନ୍ତି । କ୍ରିକେଟର କ୍ରେଜ୍ ଏତେ ଉପରକୁ ଉଠିଛି ଯେ, ଆମେରିକାରେ ଟିକେଟ ଦର ଦେଢ଼ କୋଟି ଟଙ୍କା ଛୁଇଁଛି ।

ସେହିପରି ଭାରତରେ ବିଜ୍ଞାପନର ଖର୍ଚ୍ଚ ମଧ୍ୟ ସେକେଣ୍ତ ପ୍ରତି ଚାରି ଲକ୍ଷ ଟପିଛି । ତେବେ ଟ-ଟ୍ୱେଣ୍ଟି ବିଶ୍ୱକପରେ ଲଗାତାର ବିଜୟ ପରେ ୨୦୨୧ ପ୍ରଥମ ଥର ପାଇଁ ଭାରତ ବିଶ୍ୱକପ୍‌ରେ ପାକିସ୍ତାନଠାରୁ ହାରିଥିଲା । ତେବେ ୨୦୨୨ରେ ଏହାର ପ୍ରତିଶୋଧ ମଧ୍ୟ ନେଇଥିଲା । ଚଳିତ ଥର ପ୍ରତିଶୋଧ ପାଇଁ ପାକିସ୍ତାନ ପାଖରେ ସୁଯୋଗ ରହିଛି ।

୨୦୨୨ ନକ୍‌ଆଉଟ୍ ମୁକାବିଲାରେ ଶେଷ ଥର ପାଇଁ ମୁହାଁମୁହିଁ ହୋଇଥିଲେ ଭାରତ ପାକିସ୍ତାନ । ସେହି ସ୍ମରଣୀୟ ଲଢ଼େଇରେ ବିରାଟ କୋହଲିଙ୍କ ଅବିସ୍ମରଣୀୟ ଇଂନିସ ଆଜି ବି ଦର୍ଶକଙ୍କ ମନରେ ରହିଛି । ସେବେ ପାକିସ୍ତାନ ପଞ୍ଝାରୁ ମ୍ୟାଚ୍ ଛଡ଼ାଇ ଆଣିଥିଲା ଭାରତ । ଭାରତର ଏପରି ବିଜୟରେ କେବଳ ପାକିସ୍ତାନ ନୁହେଁ ପୂରା ବିଶ୍ୱ ଚକିତ ହୋଇଯାଇଥିଲା । ଏଥର ମଧ୍ୟ ଭାରତୀୟ ଦଳ ସେହି ସଫଳତା ଦୋହରାଇବା ଲକ୍ଷ୍ୟରେ ରହିଛି ।