Advertisment

ହାରିଲା ନ୍ୟୁଜିଲାଣ୍ଡ, ପ୍ରଥମ ଦିନିକିଆରେ ଭାରତର ରୋମାଞ୍ଚକର ବିଜୟ

ଶେଷ ପର୍ଯ୍ୟନ୍ତ କ୍ରିଜରେ ରହି ସେ ୭୮ ବଲରୁ ଧୂଆଁଧାର ୧୪୦ରନ୍ କରିଥିଲେ। ତେବେ ତାହା ଦଳକୁ ବିଜୟୀ କରିପାରିନଥିଲା।

ଅଦ୍ୟତନ ହୋଇଛି
IND vs NZ Highlights 1st ODI

IND vs NZ Highlights 1st ODI: IND beat NZ by 12 runs(AP)

Advertisment

ଭାରତର ରୋମାଂଚକର ବିଜୟ। ପ୍ରଥମ ଦିନିକିଆରେ ନ୍ୟୁଜିଲାଣ୍ଡକୁ ୧୨ରନ୍‌ରେ ମାତ୍ ଦେଇଛି ଟିମ୍ ଇଣ୍ଡିଆ। ପ୍ରଥମେ ବ୍ୟାଟିଂ କରି ଭାରତ ୮ ଓ୍ୱିକେଟରେ ୩୪୯ରନ୍ କରିଥିଲା। ଓପନର ଶୁଭମନ ଗିଲ୍ ୧୪୯ ବଲ୍‌ରେ ୨୦୮ ରନ୍ କରିଥିଲେ। ବିଶ୍ୱର ସର୍ବକନିଷ୍ଠ ତଥା ପଂଚମ ଭାରତୀୟ ଖେଳାଳି ଭାବେ ଦିନିକିଆରେ ଦ୍ୱିଶତକ ହାସଲ କରିଥିଲେ ଗିଲ୍।

Advertisment

୩୫୦ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା କିଓ୍ୱି ଟିମ୍। ଆରମ୍ଭରୁ ଓ୍ୱିକେଟ୍ ହରାଇଥିଲା। ଗୋଟିଏ ସମୟରେ ଦଳ ବ଼ଡ ବ୍ୟବଧାନରେ ହାରିବା ନେଇ ଆଶଙ୍କା କରାଯାଉଥିବା ବେଳେ ପାଳି ସମ୍ଭାଳିଥିଲେ ମାଇକେଲ୍ ବ୍ରେସେଓ୍ୱଲ।

ଅଧିକ ପଢ଼ନ୍ତୁ: ଦିନିକିଆରେ ଓପନର ଶୁବମନ ଗିଲଙ୍କ ଦ୍ୱିଶତକ 

ଶେଷ ପର୍ଯ୍ୟନ୍ତ କ୍ରିଜରେ ରହି ସେ ୭୮ ବଲରୁ ଧୂଆଁଧାର ୧୪୦ରନ୍ କରିଥିଲେ। ତେବେ ତାହା ଦଳକୁ ବିଜୟୀ କରିପାରିନଥିଲା। ନ୍ୟୁଜିଲାଣ୍ଡ ଟିମ୍ ୩୩୭ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଫଳରେ ୧୨ ରନ୍‌ରେ ପ୍ରଥମ ଦିନିକିଆକୁ ଜିତିନେଇଛି ଟିମ୍ ଇଣ୍ଡିଆ। ଏଥିସହ ତିନି ମ୍ୟାଚ ବିଶିଷ୍ଟ ସିରିଜ୍‌ରେ ଭାରତ ୧-୦ରେ ଆଗୁଆ ହୋଇଛି।  

Advertisment
Cricket Ind Vs NZ
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ