Advertisment

ଆକାଶରେ ଜଲୱା ଦେଖାଇବ ବାୟୁସେନା, ଭାରତର ବିଜୟ କାମନା କରି ପୂଜାର୍ଚ୍ଚନା

ବିଶ୍ୱକପରେ ସୂର୍ଯ୍ୟକିରଣ ଟିମର ଜଲୱା । ବିଶ୍ୱକପ୍ ଫାଇନାଲ୍ ପୂର୍ବରୁ ଆକାଶରେ ସୂର୍ଯ୍ୟ କିରଣ ଏରୋବାଟିକ୍ ଟିମ୍ ଦେଖାଇବ ଜଲୱା ।

ଅଦ୍ୟତନ ହୋଇଛି
ICC Cricket World Cup 2023

Prayer for the victory of India

Advertisment

ବିଶ୍ୱକପରେ ସୂର୍ଯ୍ୟକିରଣ ଟିମର ଜଲୱା । ବିଶ୍ୱକପ୍ ଫାଇନାଲ୍ ପୂର୍ବରୁ ଆକାଶରେ ସୂର୍ଯ୍ୟ କିରଣ ଏରୋବାଟିକ୍ ଟିମ୍ ଦେଖାଇବ ଜଲୱା । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ ଉପରେ ଫ୍ଲାଏପାଷ୍ଟ କରିବ ଭାରତୀୟ ବାୟୁସେନାର ଏରୋବେଟିକ୍ ଟିମ୍ । ଆସନ୍ତା ୧୯ ତାରିଖ ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ଫାଇନାଲ୍ ଫାଇଟ୍ ରହିଛି ।

Advertisment

ଅନ୍ୟପଟେ ଟିମ୍ ଇଣ୍ଡିଆର ସଫଳତା ଲାଗି ପୂଜାର୍ଚ୍ଚନା କରା ଯାଉଛି । ପଞ୍ଜାବର ଜଳନ୍ଧର ଅଞ୍ଚଳରେ ଅଖିଳ ଭାରତୀୟ ଶିବସେନା ରାଷ୍ଟ୍ରବାଦୀ ସଂଘ ପକ୍ଷରୁ ମନ୍ଦିରରେ ପୂଜାର୍ଚ୍ଚନା ଓ ହୋମଯଜ୍ଞ କରାଯାଉଛି । ଭାରତ ଯେଭଳି ଭାବେ ଅପରାଜେୟ ହୋଇ ଫାଇନାଲରେ ପ୍ରବେଶ କରିଛି, ଫାଇନାଲରେ ମଧ୍ୟ ଜିତି ବିଶ୍ୱକପ୍ ଚ୍ରଫି ଆଣୁ ବୋଲି ସମସ୍ତେ ଆଶା ରଖିଛନ୍ତି ।

ଅଧିକ ପଢ଼ନ୍ତୁ: ରାହୁଲ ଦ୍ରାବିଡ଼ଙ୍କ କୋଚିଂରେ ଭାରତ ଜିତିବ କି ବିଶ୍ୱକପ୍‌

ଟିମ୍ ଇଣ୍ଡିଆ ଗତ ୨୦୦୩ ବିଶ୍ୱକପରେ ଅଷ୍ଟ୍ରେଲିଆ ସହ ଫାଇନାଲ୍ ମୁକାବିଲା ଖେଳିଥିଲା। ମାତ୍ର ଅଷ୍ଟ୍ରେଲିଆ ସେତେବେଳେ ଭାରତକୁ ହରାଇ ବିଶ୍ବକପ୍ ଜିତିଥିଲା । ଏଥର ମଧ୍ୟ ଫାଇନାଲରେ ଅଷ୍ଟ୍ରେଲିଆ ସହ ଭାରତ ମୁହାଁମୁହିଁ ହେବାକୁ ଯାଉଛି । ତେବେ ଏଥର ଅଷ୍ଟ୍ରେଲିଆକୁ ହରାଇ ଭାରତ ଟ୍ରଫି ଆଣୁ ବୋଲି ସମସ୍ତେ ଆଶା ରଖିଛନ୍ତି । ଏଣୁ ଭାରତର ସଫଳତା କାମନା କରି ଫାଇନାଲ ପାଇଁ ପୂଜାର୍ଚ୍ଚନା କରା ଯାଉଛି ।

Advertisment
World Cup ICC Cricket World Cup
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ