Advertisment

ରିଷଭ ପନ୍ତଙ୍କୁ ଚାପୁଡ଼ା ମାରିବେ କପିଳ ଦେବ !

ଗତ ଡିସେମ୍ବର ୩୦ରେ କ୍ରିକେଟର୍ ରିଷଭ ପନ୍ତ୍ ଦୁର୍ଘଟଣାର ଶିକାର ହୋଇଥିଲେ।

ଅଦ୍ୟତନ ହୋଇଛି
Rishabh Pant and Kapil Dev

Rishabh Pant and Kapil Dev

Advertisment

ରିଷଭ ପନ୍ତଙ୍କୁ ଚାପୁଡ଼ା ମାରିବେ କ୍ରିକେଟ୍ ଲିଜେଣ୍ଡ କପିଳ ଦେବ। ଭାରତୀୟ ୱିକେଟ୍ କିପର୍ ରିଷଭ ସୁସ୍ଥ ହୋଇ ଫେରିବା ପରେ ଥାପଡ୍ ମାରିବି ବୋଲି କହିଛନ୍ତି କପିଳ। ଗତ ଡିସେମ୍ବର ୩୦ରେ ଏକ କାର୍‌ ଦୁର୍ଘଟଣାରେ ଶିକାର ହୋଇ ରିଷଭ ଗୁରୁତର ଆହତ ହୋଇଥିଲେ। ସେ ଏବେବି ଚିକିତ୍ସାଧିନ ଅଛନ୍ତି। ହେଲେ ଅସମୟରେ କପିଳ ଏପରି କହିବାର କାରଣ କଣ। ସେ କୌଣସି ରାଗରେ କହିନାହାନ୍ତି ବରଂ ସେ ଶ୍ରଦ୍ଧାରେ କହିଛନ୍ତି। 

Advertisment

ପୂର୍ବତନ ଭାରତୀୟ ବିଶ୍ୱକପ୍‌ ବିଜେତା କ୍ୟାପଟେନ୍ ତଥା କ୍ରିକେଟ୍ ଲିଜେଣ୍ଡ କପିଲ ଦେବ ରିଷଭ ଉପରେ ରାଗିଛନ୍ତି। କିନ୍ତୁ ତାଙ୍କର ଏହି ରାଗ ସ୍ନେହ ଓ ଭଲପାଇବା ଠାରୁ ବି ଉର୍ଦ୍ଧ୍ୱରେ। ସୁସ୍ଥ ହୋଇ ହସ୍ପିଟାଲରୁ ଫେରିବା ପରେ ସେ ରିଷଭକୁ ଚାପୁଡ଼ା ମାରିବେ ବୋଲି କହିଛନ୍ତି। ଯେପରି ପିଲାମାନେ ଭୁଲ କଲେ ବାପା ମା ତାଗିଦ୍‌ କରନ୍ତି ଓ ଚାପୁଡ଼ା ମାରନ୍ତି, ସେମିତି ପନ୍ତ୍‌ ସୁସ୍ଥ ହୋଇ ଫେରିବା ପରେ କପିଲ ବି ତାହା କରିବେ।

କପିଳ ଦେବ କହିଛନ୍ତି ଯେ ମୋର ପନ୍ତ୍ ପ୍ରତି ଯଥେଷ୍ଟ ଭଲପାଇବା ରହିଛି। ମୁଁ ଚାହୁଁଛି ସେ ଜଲଦି ସୁସ୍ଥ ହେଉ, ମୁଁ ଯିବି.. ଆଉ ଚାପୁଡ଼ା ମାରିବି। ତାଙ୍କୁ କହିବି ନିଜର ଯତ୍ନ ନେବା ଶିଖୁ। କାହିଁକିନା ତୁମର ଦୁର୍ଘଟଣାରେ ଟିମ୍‌ରେ ସମସ୍ତେ ମର୍ମାହତ। ମୁଁ ତାକୁ ଭଲପାଏ କିନ୍ତୁ ତା ଉପରେ ମୁଁ ରାଗୁଛି। ବର୍ତ୍ତମାନ ସ୍ଥିତିରେ ଯୁବପିଢି ଏପରି କାହିଁକି ଭୁଲ କରୁଛନ୍ତି? ସେମାନଙ୍କୁ ଚାପୁଡା ଦରକାର। ମୋର ତା ପ୍ରତି ଆଶୀର୍ବାଦ ରହିଛି। ତା’ର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛି। କିନ୍ତୁ ସବୁ ପରେ ବି ପିଲାମାନେ ଭୁଲ କଲେ ବାପା ମା ଚାପୁଡ଼ା ମାରିବା ଉଚିତ୍। 

Advertisment

ଗତ ଡିସେମ୍ବର ୩୦ରେ ୨୫ ବର୍ଷିୟ କ୍ରିକେଟର୍ ରିଷଭ ପନ୍ତ୍ ମାଙ୍କୁ ଦେଖାକରି ରାତିରେ ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କର ଅନେକ ଅଙ୍ଗରେ ଆଘାତ ଯୋଗୁ ଅସ୍ତ୍ରୋପଚାର କରାଯାଇଥିଲା। ଏବେ ସେ ସୁସ୍ଥ ଓ ତାଙ୍କର ଅସ୍ତ୍ରୋପଚାର ସଫଳ ହୋଇଥିବା ଇନଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଛନ୍ତି ନିଜେ ରିଷଭ ପନ୍ତ୍। ଏନେଇ ତାଙ୍କର ସମର୍ଥକ ଓ ଶୁଭେଚ୍ଛୁଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାସହ ଵିସିସିଆଇ, ଜୟ ଶାହ ଓ ସରକାରୀ କର୍ତ୍ତୃପକ୍ଷଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି।  

Team India Rishabh Pant Kapil Dev Car Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ