Advertisment

India vs England: ବାରବାଟୀରେ ଦିନିକିଆ ମ୍ୟାଚ୍; କାଲି ବିକ୍ରି ହେବ ଅନଲାଇନରେ ଟିକେଟ୍, ଜାଣନ୍ତୁ କେମିତି କିଣିବେ...

ଆସନ୍ତାକାଲି କେବଳ ଅନଲାଇନରେ ଟିକେଟ୍ ବିକ୍ରି ହେବ। ଏଥର ୪ ହଜାର ଟିକେଟ୍ ଅନଲାଇନରେ ବିକ୍ରି ପାଇଁ ସ୍ଥିର ହୋଇଛି। ସେହିପରି ୫ ଓ ୬ ତାରିଖରେ ସାଧାରଣ ଦର୍ଶକଙ୍କ ପାଇଁ କାଉଣ୍ଟରରେ ୧୯ ହଜାରରୁ ୨୦ ହଜାର ଅଫଲାଇନ୍ ଟିକେଟ୍ ମିଳିବ।

How To Buy Tickets Online For The India-England Day-Night Match

How To Buy Tickets Online For The India-England Day-Night Match

Advertisment

ଫେବ୍ରୁଆରୀ ୯ରେ ବାରବାଟୀରେ ହେବାକୁ ଥିବା ଇଣ୍ଡିଆ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ ଆସନ୍ତାକାଲି ମିଳିବ ଟିକଟ। ଆସନ୍ତାକାଲି କେବଳ ଅନଲାଇନରେ ଟିକେଟ୍ ବିକ୍ରି ହେବ। ଏଥର ୪ ହଜାର ଟିକେଟ୍ ଅନଲାଇନରେ ବିକ୍ରି ପାଇଁ ସ୍ଥିର ହୋଇଛି। ସେହିପରି ୫ ଓ ୬ ତାରିଖରେ ସାଧାରଣ ଦର୍ଶକଙ୍କ ପାଇଁ କାଉଣ୍ଟରରେ ୧୯ ହଜାରରୁ ୨୦ ହଜାର ଅଫଲାଇନ୍ ଟିକେଟ୍ ମିଳିବ। ଅବଶିଷ୍ଟ ଅନୁବନ୍ଧିତ ୟୁନିଟକୁ ଟିକେଟ ପ୍ରଦାନ କରିବ ଓସିଏ। ଅଫଲାଇନ୍ ଟିକେଟ ବିକ୍ରି ବେଳେ ମହିଳାଙ୍କ ପାଇଁ ସ୍ବତନ୍ତ୍ର କାଉଣ୍ଟର ରହିବ। ୪ଟି ବ୍ୟାରିକେଡ ମଧ୍ୟରେ ୬ଟି କାଉଣ୍ଟରରୁ ଟିକେଟ୍ କିଣିବେ ଦର୍ଶକ। ତେବେ ତଳ ଭିଡ଼ିଓକୁ ଦେଖି ଜାଣନ୍ତୁ କେମିତି  ଅନଲାଇନରେ ଟିକେଟ୍ କିଣିବେ...

Advertisment

ଏପଟେ ଦୀର୍ଘ ୬ ବର୍ଷ ବ୍ୟବଧାନରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଦିନିକିଆ ମ୍ୟାଚ୍ । ଏଥି ପାଇଁ ସଜେଇ ହେଲାଣି ବାରବାଟୀ । ପିଚଠୁ ଆଉଟ୍ ଫିଲ୍ଡ, ଗ୍ୟାଲେରୀରୁ ସିଟିଂ ବ୍ୟବସ୍ଥା ସବୁ କିଛି ହେଲାଣି ଚକାଚକ୍ । ତେବେ ଖାସ କଥା ହେଲା ଯେ, ଏଥର କଳାହାଣ୍ଡିର କଳା ମାଟିରେ ତିଆରି ହୋଇଛି ପିଚ୍ । ଆଶା କରାଯାଉଛି ଏହି ବ୍ଲାକ୍ ସଏଲ ପିଚରେ ଦେଖିବାକୁ ମିଳିବ ହାଇସ୍କୋରିଂ ମ୍ୟାଚ୍‌ । ସେହିପରି ଅଷ୍ଟ୍ରେଲିଆରୁ ଆସିଥିବା ସ୍ବତନ୍ତ୍ର ଖତକୁ ୩୦ ୟାର୍ଡରେ ପକାଯାଇଛି ।

ଅଧିକ ପଢ଼ନ୍ତୁ: ଅରୁଣ ଜେଟଲୀ ଷ୍ଟାଡିୟମରେ ଫ୍ୟାନ୍ସଙ୍କ ଡିମାଣ୍ଡ; ନାରା ଲଗାଇ କହିଲେ, ବିରାଟ କୋହଲିଙ୍କୁ ଦିଅ ବୋଲିଂ

Advertisment

ଦିବାରାତ୍ର ମ୍ୟାଚ ହୋଇଥିବାରୁ କାକର ପ୍ରତି ବିଶେଷ ଧ୍ୟାନ ରଖିଛନ୍ତି ବାରବାଟୀ କର୍ତ୍ତୃପକ୍ଷ । କାକର ସମସ୍ୟାର ସମାଧାନ ପାଇଁ ମ୍ୟାଚ ପୂର୍ବ ରାତିରେ ପଡ଼ିଆରେ "ଆଣ୍ଟି ଡିୟୁ" ସିଞ୍ଚନ କରାଯିବ । ଫଳରେ ଖେଳାଳିଙ୍କୁ କାକର ଜନିତ ସୃଷ୍ଟି ହେଉଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଓସିଏର ପିଚ୍‌ କ୍ୟୁରେଟର ।

ସେପଟେ ବାରବାଟୀ ଷ୍ଟାଡିୟମର ବାହାର ଓ ଭିତରର କାମ ମଧ୍ୟ ଆଗେଇ ଚାଲିଛି । ଗ୍ୟାଲେରୀର ରଙ୍ଗ କାମ ଶେଷ ହୋଇଥିବାବେଳେ, ରେଡିୟମ ନମ୍ବରିଂ କରାଯିବ । ଏହାସହ ମ୍ୟାଚରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ଭିଆଇପିଙ୍କ ପାଇଁ ସ୍ୱତନ୍ତ୍ର ଷ୍ଟେଜ ପ୍ରସ୍ତୁତି ଚାଲିଛି । ଯେଉଁ ସବୁ ଜିନିଷପତ୍ରରେ ଅଗ୍ନି ସଂଯୋଗ ଆଶଙ୍କା ଥିବ ସେଥିରେ ମ୍ୟାଚ ପୂର୍ବରୁ ଏକ କେମିକାଲ ସ୍ପ୍ରେ କରାଯିବ, ଯାହା ଦ୍ବାରା ଅଗ୍ନିକାଣ୍ଡର ଭୟ ରହିବ ନାହିଁ । ଅନ୍ୟପଟେ ବାରବାଟୀର ଅସ୍ଥାୟୀ ଏବଂ ସ୍ଥାୟୀ ନିର୍ମାଣ ଗୁଡିକର ଏକ ରିପୋର୍ଟ ସରକାରଙ୍କୁ ଦିଆଯାଇଥିବା କହିଛନ୍ତି ଓସିଏ ପ୍ରିନ୍ସପାଲ କନସଲଟାଣ୍ଟ ।

Advertisment

ଅଧିକ ପଢ଼ନ୍ତୁ: ଦିନିକିଆ ପାଇଁ ସଜେଇ ହେଲାଣି ବାରବାଟୀ, କଳାହାଣ୍ଡିର କଳାମାଟିରେ ତିଆରି ହୋଇଛି ପିଚ୍

India Vs England Barabati Stadium Tickets
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ