Advertisment

Barabati Stadium: ବାରବାଟୀର ଇତିହାସ, ଜାଣନ୍ତୁ ODIରେ କ’ଣ ରହିଛି ଟିମ୍ ଇଣ୍ଡିଆର ରେକର୍ଡ...

ବାରବାଟୀରେ ମୋଟ ୧୯ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳାଯାଇଛି । ଏହାମଧ୍ୟରୁ ୧୭ଟି ମ୍ୟାଚ୍ ଖେଳିଛି ମେନ୍ ଇନ୍ ବ୍ଲୁ ଓ ୧୩ଟିରେ ବିଜୟୀ ହୋଇଛି ।

ଅଦ୍ୟତନ ହୋଇଛି
ବାରବାଟୀର ଇତିହାସ

ବାରବାଟୀର ଇତିହାସ

Advertisment

ବାରବାଟୀ ଦିନିକିଆକୁ ନେଇ ବଢ଼ୁଛି ଉତ୍କଣ୍ଠା । ତାରିଖ ଯେତେ ପାଖଉଛି ଉତ୍ସାହ ସେତେ ବଢ଼ିବାରେ ଲାଗିଛି । ଟି-ଟ୍ୱେଣ୍ଟି ସିରିଜରେ ଧମାକାଦାର ବିଜୟ ପରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଦିନିକିଆ ସିରିଜ । ଆଗକୁ ଆଇସିସି ଚାମ୍ପିଅନ୍ସ ଟ୍ରଫି ଥିବାରୁ ଫର୍ମ ବଜାୟ ରଖିବା ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇଁ ଏହି ସିରିଜ ଉଭୟ ଟିମ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଛି । ଫେବ୍ରୁଆରୀ ୬ରେ ସିରିଜର ପ୍ରଥମ ମ୍ୟାଚ୍ ନାଗପୁରରେ ଖେଳାଯାଉଛି । ଏହାପରେ ଭାରତୀୟ ଟିମ ଓଡ଼ିଶା ଆସି କଟକର ବାରବାଟୀ ଷ୍ଟାଡିୟମରେ ସିରିଜର ଦ୍ୱିତୀୟ ମ୍ୟାଚ୍ ଖେଳିବ । ଏହାପରେ ତୃତୀୟ ମ୍ୟାଚ୍ ନରେନ୍ଦ୍ର ମୋଦି ଷ୍ଟାଡିୟମ ଅହମ୍ମଦାବାଦରେ ଖେଳାଯିବା ନେଇ ସୂଚୀ ରହିଛି । 

Advertisment

ତିନି ମାଚ୍ ବିଶିଷ୍ଟ ଦିନିକିଆ ସିରିଜ ହୋଇଥିବାରୁ ପ୍ରଥମ ମ୍ୟାଚରେ ବିଜୟୀ ଟିମ ବାରବାଟୀରେ ବିଜୟ ସହ ସିରିଜ କବଜା କରିବା ଲକ୍ଷ୍ୟରେ ରହିବ । ଅନ୍ୟପକ୍ଷରେ ପରାଜିତ ଟିମ ବାରବାଟୀରେ ସିରିଜ ବରାବର ଲକ୍ଷ୍ୟରେ ରହିବ । ଫଳରେ ସିରିଜର ଫଳାଫଳ ଦୃଷ୍ଟିରୁ ବାରବାଟୀ ଦିନିକିଆ ନିର୍ଣ୍ଣାୟକ ସାବ୍ୟସ୍ତ ହେବାକୁ ଥିବାରୁ ଓଡ଼ିଶା କ୍ରିକେଟ ପ୍ରେମୀଙ୍କୁ ଏକ ହାଇଭୋଲଟେଜ ମ୍ୟାଚ୍ ଦେଖିବାକୁ ମିଳିପାରେ ।

ପୂର୍ବରୁ ୫ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜକୁ ୪-୧ରେ ଜିତିବା ସହ ଏକପାଖିଆ ନିଜ ନାମରେ କରିସାରିଛି ଟିମ ଇଣ୍ଡିଆ । ଫଳରେ ଚାପରେ ରହିଛି ଭ୍ରମଣକାରୀ ଇଂଲଣ୍ଡ । ତେବେ ଦିନିକିଆ ଫର୍ମାଟ ଭିନ୍ନ ହୋଇଥିବାରୁ ଓ ଉଭୟ ଟିମରେ ଏକାଧିକ ମ୍ୟାଚ ବିଜୟୀ ଖେଳାଳି ରହିଥିବାରୁ ସମସ୍ତ ତିନୋଟି ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି ।

Advertisment

ଅଧିକ ପଢ଼ନ୍ତୁ: ଇଣ୍ଡିଆ-ଇଂଲଣ୍ଡ ମ୍ୟାଚ୍ ଟିକେଟ୍ ପାଇଁ ଲଢ଼େଇ, ଦଳାଚକଟା ସ୍ଥିତିରେ ସନ୍ତୁଳି ହେଲେ ଦର୍ଶକ

ଦୀର୍ଘ ବର୍ଷ ବ୍ୟବଧାନ ପରେ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ମ୍ୟାଚ୍ ଖେଳାଯାଉଥିବାରୁ ଦର୍ଶକଙ୍କ ମଧ୍ୟରେ ଜବରଦସ୍ତ ଉତ୍ସାହ ରହିଛି । ସେପଟେ ବାରବାଟୀର ରେକର୍ଡ ଟିମ ଇଣ୍ଡିଆ ସପକ୍ଷରେ ରହିଥିବାରୁ ରୋହିତ ସେନାର ବିଜୟ ଆଶାରେ ରହିଛନ୍ତି କ୍ରିକେଟ ପ୍ରେମୀ । ନଜର ପକାନ୍ତୁ ବାରବାଟୀ ପିଚରେ ଖେଳାଯାଇଥିବା ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚର ରେକର୍ଡ ଉପରେ...

Advertisment

ବାରବାଟୀରେ ମୋଟ ୧୯ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳାଯାଇଛି । ଏହାମଧ୍ୟରୁ ୧୭ଟି ମ୍ୟାଚ୍ ଖେଳିଛି ମେନ୍ ଇନ୍ ବ୍ଲୁ ଓ ୧୩ଟିରେ ବିଜୟୀ ହୋଇଛି । ଦୁଇଥର ଇଂଲଣ୍ଡ ଠାରୁ, ଥରେ ଶ୍ରୀଲଙ୍କା ଓ ଥରେ ନ୍ୟୁଜିଲାଣ୍ଡ ଠାରୁ ପରାଜିତ ହୋଇଛି । ତେବେ ୨୦୦୭ ପରଠାରୁ ବାରବାଟୀରେ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ଅପରାଜେୟ ରହିଛି ଭାରତ । ବାରବାଟୀ ପିଚରେ ପାଞ୍ଚଥର ଦିନିକିଆ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଇଂଲଣ୍ଡ । ଆଉ ବିଜୟ ରେକର୍ଡ ରହିଛି ୩-୨ ।

୧୯୮୨ ଜାନୁଆରୀ ୨୭ ତାରିଖରେ ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ । ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚରେ ବିଜୟୀ ହୋଇଥିଲା ଭାରତ । ଏହାପରେ ୧୯୮୪ ଡିସେମ୍ୱର ୨୭ରେ ବାରବାଟୀରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ ମଧ୍ୟ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିଲା । ପରେ ୨୦୦୨, ୨୦୦୮ ଓ ୨୦୧୭ରେ ବାରବାଟୀ ମୈଦାନରେ ତିନିଥର ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଇଂଲଣ୍ଡ । ଏହି ତିନୋଟି ମ୍ୟାଚରେ ବାଜିମାତ୍ କରିଛି ଟିମ ଇଣ୍ଡିଆ । ୧୯ ଜାନୁଆରୀ ୨୦୧୭ରେ ଶେଷ ଥର ପାଇଁ ବାରବାଟୀରେ ମୁହାଁମୁହିଁ ହୋଇଥିଲେ ଭାରତ ଓ ଇଂଲଣ୍ଡ । ୧୫ ରନରେ ଏହି ମ୍ୟାଚକୁ ଜିତିଥିଲା ଟିମ ଇଣ୍ଡିଆ ।

୨୦୧୯ ଡିସେମ୍ୱର ୨୨ରେ ଭାରତୀୟ ଟିମ ବାରବାଟୀ ଷ୍ଟାଡିୟମରେ ଖେଳିଥିଲା ଶେଷ ଦିନିକିଆ ମ୍ୟାଚ୍ । ପ୍ରତିପକ୍ଷ ଟିମ ଥିଲା ୱେଷ୍ଟଇଣ୍ଡିଜ୍ । ଏହି ମ୍ୟାଚକୁ ମଧ୍ୟ ୪ ୱିକେଟରେ ଜିତି ନିଜ ନାମରେ କରିଥିଲା ଭାରତ । ତେବେ ଏହା ମଧ୍ୟରେ ମହାନଦୀରେ ଅନେକ ପାଣି ପ୍ରବାହିତ ହୋଇସାରିଛି । ଭାରତୀୟ ଟିମ ଏବେ ବିଶ୍ୱ କ୍ରିକେଟରେ ଏକ ଶକ୍ତିଶାଳୀ ଓ ପ୍ରଭାବଶାଳୀ ଟିମ ହୋଇସାରିଛି । ଘରୋଇ ମାଟିରେ ଭାରତୀୟ ଟିମକୁ ପରାଜିତ କରିବା ଇଂଲଣ୍ଡ ପାଇଁ ଏତେ ସହଜ ହେବନାହିଁ । କାରଣ କ୍ରିକେଟର ସମସ୍ତ ବିଭାଗରେ ଭାରତୀୟ ଖେଳାଳି ଚମତ୍କାର ପ୍ରଦର୍ଶନ କରିଆସୁଛନ୍ତି ।

ଭାରତୀୟ ଟିମରେ ବିରାଟ କୋହଲି, ରୋହିତ ଶର୍ମାଙ୍କ ପରି ମହାନ ବ୍ୟାଟର ରହିଛନ୍ତି । ଯୁବ ପାୱାରହିଟର ବ୍ୟାଟର ଶୁବମନ ଗିଲ୍, ଶ୍ରେୟସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା ଓ ରିଷଭ ପନ୍ତଙ୍କୁ ନେଇ ଭାରତୀୟ ମଧ୍ୟକ୍ରମ ବ୍ୟାଟିଂ ଶକ୍ତିଶାଳୀ ରହିଛି । ବୋଲିଂରେ ଅର୍ଶଦୀପ ଓ ହର୍ଷିତ ରାଣା ଚମତ୍କାର ଫର୍ମରେ ରହିଛନ୍ତି । ସ୍ପିନ୍ ବିଭାଗରେ କୁଲଦୀପ ଯାଦବ ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ସାମ୍ନା କରିବା ଇଂଲିସ ଟିମ ପାଇଁ ଚ୍ୟାଲେଞ୍ଜ ହୋଇପାରେ ।
ଇଂଲଣ୍ଡ ଟିମରେ ଜୋ ରୁଟ୍ ଓ ବଟଲରଙ୍କ ଭଳି ଅଭିଜ୍ଞ ଖେଳାଳି ରହଥିଲେ ମଧ୍ୟ ଭାରତୀୟ ପିଚ୍ ରେ ତାଙ୍କର ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । ବୋଲିଂରେ ସ୍ପିଡଷ୍ଟାର୍ ମାର୍ଡ ଉଡ୍ ଓ ଜୋଫ୍ରା ଆର୍ଚରଙ୍କୁ ମୁକାବିଲା କରିବା ଭାରତୀୟ ବ୍ୟାଟରଙ୍କ ପାଇଁ ଚ୍ୟାଲେଞ୍ଜ ହୋଇପାରେ । ଭାରତ ଓ ଇଂଲଣ୍ଡ ମଧ୍ୟରେ ମୋଟ୍ ୧୦୭ଟି ଏକଦିବସୀୟ ମ୍ୟାଚ୍ ଖେଳାଯାଇଛି । ଯେଉଥିରେ ୫୮ଟି ଭାରତ ଜିତିଥିବାବେଳେ, ୪୪ଟିରେ ଇଂଲଣ୍ଡ ବିଜୟୀ ହୋଇଛି ।

ଦିନିକିଆ ସିରିଜ ପାଇଁ ଭାରତୀୟ ସ୍କ୍ୱାଡ୍- ରୋହିତ ଶର୍ମା (କ୍ୟାପଟେନ୍), ଶୁବମନ ଗିଲ୍, ଶ୍ରେୟସ ଆୟର, ଯଶସ୍ୱୀ ଜୟଶ୍ୱାଲ, ବିରାଟ କୋହଲି, ରିଷଭ ପନ୍ତ, କେଏଲ ରାହୁଲ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ୱାସିଂଟନ ସୁନ୍ଦର, ଅର୍ଶଦୀପ ସିଂ, ହାର୍ଦ୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ, ହର୍ଷିତ ରାଣା, ମହମ୍ମଦ ସାମି, ବରୁଣ ଚକ୍ରବର୍ତ୍ତୀ। 

ଇଂଲଣ୍ଡ ସ୍କ୍ୱାଡ୍ – ହାରି ବ୍ରୁକ୍ , ବେନ୍ ଡକେଟ୍, ଜୋ ରୁଟ୍, ଜକାବ ବେଥଲ, ଲିଆମ ଲିଭିଂଷ୍ଟୋନ୍, ବ୍ରେଡନ୍ କାର୍ସ, ଜେମି ଓଭରଟନ, ଜସ୍ ବଟଲର, ଜେମି ସ୍ମିଥ୍, ଫିଲିପ ସଲ୍ଟ , ଜୋଫ୍ରା ଆର୍ଚର, ଜସ୍ ଅଟକିନସନ୍, ଆଦିଲ ରସିଦ, ସାକିବ ମେହମୁଦ, ମାର୍କ ଉଡ୍ ।

ଅଧିକ ପଢ଼ନ୍ତୁ: ପାଇଲେନି ବାରବାଟୀ ମ୍ୟାଚ୍‌ ଟିକେଟ୍‌, ଭାଙ୍ଗିଲେ ବ୍ୟାରିକେଡ୍‌

Barabati Stadium India Vs England ODI
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ