Advertisment

ଶେଷ ମିନିଟ୍‌ରେ ସ୍ପେନ୍‌ ଠାରୁ ମ୍ୟାଚ୍‌ ଛଡାଇ ନେଲା ହଲାଣ୍ଡ

ଶେଷ ଅଧଘଣ୍ଟା ଖେଳିବାକୁ ଆସିଥିବା ଦୁଇ ଦଳ ପାର୍ଶ୍ଵ ପରିବର୍ତ୍ତନ କରି ପୁଣି ନୂଆ ଷ୍ଟ୍ରାଟେଜିରେ ଖେଳ ଆରମ୍ଭ କରିଥିଲେ। ତୃତୀୟ  କ୍ୱାର୍ଟରରେ ୨ଟି ଗୋଲ ଦେଖିବାକୁ ମିଳିଥିଲା। ଏହି ଦୁଇଟି ଗୋଲ ଦେଇଥିଲା ସ୍ପେନ।

Spain vs Holland

Spain vs Holland

Advertisment

ଭୁବନେଶ୍ୱର(ନିରଞ୍ଜନ ରେଡ୍ଡୀ): କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା FIH ଓଡିଶା ହକି ପୁରୁଷ ବିଶ୍ୱକପର ଆଜି ଥିଲା ତୃତୀୟ ଦିନ। ତୃତୀୟ ମ୍ୟାଚରେ ସାମ୍ନାସାମ୍ନି ହୋଇଥିଲେ ଦୁଇ ଶକ୍ତିଶାଳୀ ଦଳ ସ୍ପେନ ଏବଂ ହଲାଣ୍ଡ। ଏହି ମ୍ୟାଚରେ ସ୍ପେନକୁ ୩-୨ଗୋଲରେ ହରାଇଲା ହଲାଣ୍ଡ। ସ୍ପେନ ତାର ପ୍ରଥମ ଲିଗ ମ୍ୟାଚରେ ବିଶାଳ ୧୭-୦ ଗୋଲ ବ୍ୟବଧାନରେ ଆମେରିକାକୁ ହରାଇ ବିଶ୍ୱକପ ଅଭିଯାନ ଆରମ୍ଭ କରିଥିବା ବେଳେ ହଲାଣ୍ଡ ତାର ପ୍ରଥମ ଲିଗ ମ୍ୟାଚରେ କୋରିଆକୁ ୧୨-୫ଗୋଲରେ ହରାଇ ବିଶ୍ୱକପରେ ମୁଣ୍ଡ ଟେକିଥିଲା।

Advertisment

ଆଜି ଦୁଇଦଳ ପଡିଆକୁ ଓହ୍ଲାଇ ଫାଷ୍ଟ ହାଫରେ ସ୍ପେନ ସୁଇମିଙ୍ଗପୁଲ ପାର୍ଶ୍ୱ ଗୋଲ ପୋଷ୍ଟ ପଟୁ ଖେଳ ଆରମ୍ଭ କରିଥିବା ବେଳେ ହଲାଣ୍ଡ ହକି ଅଭ୍ୟାସ ପଡ଼ିଆ ପାର୍ଶ୍ଵ ଗୋଲ ପୋଷ୍ଟ ସାମ୍ନାରେ ଖେଳ ଆରମ୍ଭ କରିଥିଲା।  ପ୍ରଥମ କ୍ୱାର୍ଟର ମାତ୍ର ଗୋଟିଏ ଦେଖିବାକୁ ମିଳିଥିଲା। ନେଦରଲ୍ୟାଣ୍ଡସ ମ୍ୟାଚର ୯ମିନିଟରେ ଏକ ପେନାଲିଟି କଣ୍ଣର ସୁଯୋଗ ସୃଷ୍ଟି କରିଥିଲା। ତାହା ପେନାଲିଟି ସୁଟ ଆଉଟ ହୋଇ ଗୋଲ ହୋଇଥିଲା।

ଦଳ ପାଇଁ ଏହି ଗୋଲଟି ଦେଇଥିଲେ ସ୍କଟେନ ସେଲଡନ । ପ୍ରଥମ କ୍ୱାର୍ଟର ଶେଷ ସୁଦ୍ଧା ହଲାଣ୍ଡ ୧-୦ ଗୋଲ ରେ ଆଗୁଆ ରହିଥିଲା। ଦ୍ୱିତୀୟ କ୍ୱାର୍ଟର ବି ଦୁଇ ଦଳ ମଧ୍ୟରେ ଘମାଘୋଟ ଲଢ଼େଇ ହେଲା । ଏହି କ୍ୱାର୍ଟରରେ ବି ଗୋଟିଏ ଗୋଲ ଦେଖିବାକୁ ମିଳିଥିଲା। ଫାଇଦା ନେଇଥିଲା ହଲାଣ୍ଡ। ସ୍ପେନର ଡିଫେଣ୍ଡର ଗୋଲ ପୋଷ୍ଟ ଫାଙ୍କା ଛାଡିଥିବା ସୁଯୋଗ ନେଇ ଡଚ ଖେଳାଳି ଜନସେନ ଗୁସ  ଏକ ସୁନ୍ଦର ଭାବେ ଫିଲ୍ଡ ଗୋଲ ଦେଇ ହାଫ ଟାଇମ ଶେଷ ସୁଦ୍ଧା ଦଳୀୟ ଗୋଲ ସ୍କୋର ୨-୦କୁ ବୃଦ୍ଧି କରାଇଥିଲେ।

Advertisment

ଶେଷ ଅଧଘଣ୍ଟା ଖେଳିବାକୁ ଆସିଥିବା ଦୁଇ ଦଳ ପାର୍ଶ୍ଵ ପରିବର୍ତ୍ତନ କରି ପୁଣି ନୂଆ ଷ୍ଟ୍ରାଟେଜିରେ ଖେଳ ଆରମ୍ଭ କରିଥିଲେ। ତୃତୀୟ  କ୍ୱାର୍ଟରରେ ୨ଟି ଗୋଲ ଦେଖିବାକୁ ମିଳିଥିଲା। ଏହି ଦୁଇଟି ଗୋଲ ଦେଇଥିଲା ସ୍ପେନ। ମ୍ୟାଚର ୩୮ମିନିଟରେ  ଖାତା ଖୋଲିଲା ସ୍ପେନ। ଲାକାଲେ ବୋରା (LACALLE Borja)  ଦଳ ପାଇଁ ଏହି ପ୍ରଥମ ଗୋଲ ସ୍କୋର କରିଥିବା ବେଳେ ୪୫ମିନିଟ ରେ ମିଳିଥିବା ଏକ ପେନାଲିଟି କର୍ଣ୍ଣର କୁ ଅତି ସୁନ୍ଦର ଭାବେ ଗୋଲରେ ରୂପାନ୍ତରିତ କରି ତୃତୀୟ କ୍ୱାର୍ଟର  ଶେଷ ସୁଦ୍ଧା ଦଳକୁ ୨-୨ ଗୋଲ ରେ ସମାନ ସ୍ଥିତି କୁ ଆଣିଥିଲେ କୁନିଲ ପାଉ।

ଶେଷ କ୍ୱାର୍ଟରରେ ଉଭୟ ଖେଳାଳିଙ୍କ ବଡି ଲାଙ୍ଗୁଏଜ ବଦଳି ଯାଇଥିଲା। ଆକ୍ରମଣ ପ୍ରତି ଆକ୍ରମଣରେ ପୁରା ଶେଷ ୧୫ମିନିଟ ମ୍ୟାଚ ଦେଖିବାକୁ ମିଳିଥିଲା।ହଲାଣ୍ଡକୁ ଦୁଇଟି ପେନାଲିଟି କର୍ଣ୍ଣର ମିଳିଥିଲା। ହେଲେ ସେଥିମଧ୍ୟରୁ ୫୯ମିନିଟରେ ବୁକେନ୍ସ ମାଇଲସ ଗୋଲରେ ପରିଣତ କରି ଦଳକୁ ୩-୨ଗୋଲରେ ବିଜୟର ସ୍ୱାଦ ଦେଇଥିଲେ। ସ୍ପେନ ତାର ଶେଷ ଲିଗ ମ୍ୟାଚ ଆସନ୍ତା ୨୮ତାରିଖରେ କୋରିଆ ସହ ଖେଳିବାକୁ ଥିବା ବେଳେ ହଲାଣ୍ଡ ତାର ଶେଷ ଲିଗମ୍ୟାଚରେ ଆମେରିକାକୁ ସାମ୍ନା କରିବ।

Advertisment
Bhubaneswar Kalinga Stadium Hockey World Cup Junior Men’s Hockey World Cup
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ