Advertisment

ବିଜୟରୁ ଭାରତର ବିଶ୍ୱକପ୍ ଅଭିଯାନ, ୨-୦ ଗୋଲରେ ସ୍ପେନ୍‌କୁ ଦେଲା ମାତ୍

ଦ୍ୱିତୀୟ ଗୋଲ୍ ଦେଲେ ହାର୍ଦ୍ଦିକ ସିଂହ । ଅମିତ ରୋହିଦାସ ଦେଇଥିଲେ ପ୍ରଥମ ଗୋଲ୍ ।

ଅଦ୍ୟତନ ହୋଇଛି
India vs Spain Hockey World Cup 2023

Hockey World Cup

Advertisment

ବିର୍ସା ମୁଣ୍ଡା ଷ୍ଟାଡିୟମରେ ଇତିହାସ ରଚିଲା ଭାରତ । ବିଜୟରୁ ଆରମ୍ଭ ହେଲା ଟିମ୍ ଇଣ୍ଡିଆର ବିଶ୍ୱକପ୍ ଅଭିଯାନ । ପ୍ରଥମ ମ୍ୟାଚରେ ସ୍ପେନକୁ ୨-୦ ଗୋଲରେ ମାତ୍ ଦେଇଛି ଭାରତ । ହୋମ ଗ୍ରାଉଣ୍ଡରେ ଆଜି ଦେଶ ପାଇଁ ପ୍ରଥମ ଗୋଲ୍ ସ୍କୋର କରିଥିଲେ ଓଡ଼ିଆ ଖେଳାଳି ତଥା ଟିମ୍ ଇଣ୍ଡିଆ ଉପଅଧିନାୟକ ଅମିତ ରୋହିଦାସ ।

Advertisment

ହରମନପ୍ରୀତ୍ ସିଂଙ୍କଠାରୁ ପାସ୍ ପାଇ ପେନାଲଟି କର୍ଣ୍ଣରକୁ ଗୋଲରେ ପରିଣତ କରିଥିଲେ ଅମିତ । ଏଥିସହ ୧-୦ ଗୋଲରେ ଆଗୁଆ ହୋଇଯାଇଥିଲା ଭାରତ । ବିଶ୍ୱକପ୍‌ର ଏହି ଗୋଲ୍ ଥିଲା ଭାରତ ପାଇଁ ୨ଶହ ତମ ଗୋଲ୍ । ଏହାପରେ ମ୍ୟାଚ୍‌ର ସେକେଣ୍ଡ କ୍ୱାର୍ଟରରେ ଦ୍ୱିତୀୟ ଗୋଲ୍ ସ୍କୋର କରିଥିଲେ ହାର୍ଦ୍ଦିକ ସିଂ । ୨-୦ ଗୋଲ୍‌ରେ ଆଗୁଆ ହୋଇଯାଇଥିଲା ଭାରତ । ଏହାପରେ ମ୍ୟାଚ୍ ସରିବା ଯାଏଁ ସ୍ପେନ୍ ଆଉ ଗୋଲ୍ ଦେଇପାରିନଥିଲା । ଫଳରେ ଭାରତ ୨-୦ ଗୋଲରେ ବିଜୟୀ ହୋଇଛି ।

ଅଧିକ ପଢ଼ନ୍ତୁ:୪୭ ବର୍ଷ ପରେ ହକି ବିଶ୍ୱକପ୍ ମୁକୁଟ ଜିତିପାରିବ କି ଭାରତ

Hockey World Cup 2023 Hockey India Hockey World Cup
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ