Advertisment

ବିଶ୍ୱକପ୍‌ ହକି ଟିମ୍‌: ହରମନ୍‌ ପ୍ରୀତ ସିଂ ଭାରତୀୟ ଦଳର ଅଧିନାୟକ, ଓଡ଼ିଶାର ଅମିତ ରୋହିଦାସ ଉପଅଧିନାୟକ

ହକି ବିଶ୍ୱକପ୍‌ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ହରମନ୍‌ ପ୍ରୀତ ସିଂ ଭାରତୀୟ ଦଳର ଅଧିନାୟକ ଭାବେ ନିଯୁକ୍ତ ହୋଇଥିବା ବେଳେ ଓଡ଼ିଶାର ଅମିତ ରୋହିଦାସଙ୍କୁ ଉପଅଧିନାୟକ ଦାୟିତ୍ୱ ମିଳିଛି।

ଅଦ୍ୟତନ ହୋଇଛି
 Hockey Men's World Cup 2023

Hockey Men's World Cup 2023

Advertisment

ହକି ବିଶ୍ୱକପ୍‌ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ହରମନ୍‌ ପ୍ରୀତ ସିଂ ଭାରତୀୟ ଦଳର ଅଧିନାୟକ ଭାବେ ନିଯୁକ୍ତ ହୋଇଥିବା ବେଳେ ଓଡ଼ିଶାର ଅମିତ ରୋହିଦାସଙ୍କୁ ଉପଅଧିନାୟକ ଦାୟିତ୍ୱ ମିଳିଛି। ସଞ୍ଜୀବ ନିଲମ ଖେସ୍ ମଧ୍ୟ ଦଳରେ ସାମିଲ୍ ହୋଇଛନ୍ତି। ଜାନୁଆରୀ ୧୩ରୁ ଓଡ଼ିଶାରେ ବିଶ୍ୱକପ୍ ହକି ଟୁର୍ଣ୍ଣାମେଣ୍ଟ ହେବ। ରାଉରକେଲା ଓ ଭୁବନେଶ୍ୱରରେ ମ୍ୟାଚ୍ ଖେଳାଯିବ। ୧୩ରେ ରାଉରକେଲାରେ ସ୍ପେନ୍ ବିପକ୍ଷରୁ ଭାରତର ଅଭିଯାନ ଆରମ୍ଭ ହେବାକୁ ଥିବାବେଳେ ପୁଲ୍ ଡିରେ ଭାରତ ସହ ସ୍ପେନ୍, ଇଂଲଣ୍ଡ ଓ ୱେଲ୍ସ ଟିମ୍ ସ୍ଥାନିତ ହୋଇଛନ୍ତି। 

Advertisment

ନୂଆବର୍ଷ ଜାନୁୟାରୀ ୧୩ରୁ ଭୁବନେଶ୍ୱରରେ ଆୟୋଜିତ ହେବ ହକି ବିଶ୍ୱକପ୍। ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାଙ୍ଗକୁ ଦୁଲୁକିବ କଳିଙ୍ଗ ଷ୍ଟାଡିୟମ। ଓଡ଼ିଶା କୁ ଛୁଟି ଆସିବେ ବିଦେଶୀ ଦର୍ଶକ। ଆଉ ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତ ହେଉଛି କମିଶନରେଟ ପୋଲିସ। ସେପଟେ ହକି ବିଶ୍ୱକପ୍‌ ପାଇଁ ରାଜଧାନୀ ଭୁବନେଶ୍ୱର ରେ ଉଠା ଦୋକାନ ସବୁ ଉଚ୍ଛେଦ କରାଯାଇଛି।ଏୟାରପୋର୍ଟରୁ ରଘୁନାଥପୁର, ହଂସପାଳରୁ ପାତ୍ରପଡ଼ା  ରାଜଧାନୀ ରାସ୍ତାକଡ଼ରେ ଗୋଟିଏ ବି ଉଠାଦୋକାନ ବର୍ତ୍ତିପାରୁନି ବିଏମ୍‌ସିର ବୁଲ୍‌ଡୋଜର ଆଗରୁ। ରାତିରେ କହି ସକାଳେ ଭାଙ୍ଗୁଛି BMC। ତେଣୁ ସମୟ ଅଭାବରୁ କ’ଣ କରିବେ କ’ଣ ନାହିଁ ତାହା ଲୋକମାନେ ଜାଣପାରୁ ନାହାନ୍ତି। 

ହକି ବିଶ୍ୱକପ୍‌ ପ୍ରସ୍ତୁତି ପାଇଁ ବିଏମ୍‌ସିର ଏଭଳି ଦମନଲୀଳା ଦେଖିବାକୁ ମିଳିଛି। ରାତିରେ ସୂଚନା ଦେଲେ ସକାଳୁ ବୁଲିଲା ବୁଲ୍‌ଡୋଜର। ଏତେ କମ୍‌ ସମୟ ଯେ କ’ଣ ସାଇତିବେ କ’ଣ ଛାଡିବେ ଜାଣି ପାରିଲେନି ରାସ୍ତାକଡ଼ ଦୋକାନୀ। ଏନେଇ ଉଠା ଦୋକାନୀ ଅସନ୍ତୋଷ ପ୍ରକାଶ କରିଛନ୍ତି। 

Advertisment
Hockey World Cup 2023 Hockey World Cup
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ