Advertisment

ଅବସର ନେଲା ଶ୍ରୀଜେଶଙ୍କ ଜର୍ସି ନମ୍ବର ୧୬

ଅବସର ନେଲା ଜର୍ସି ନମ୍ବର ୧୬ । ସିନିୟର ହକି ଟିମ ଇଣ୍ଡିଆର କୌଣସି ଖେଳାଳି ଆଉ ଏହି ଜର୍ସିକୁ ପିନ୍ଧିପାରିବେ ନାହିଁ ।

ଅଦ୍ୟତନ ହୋଇଛି
Hockey India Retires Sreejesh's No.16 Jersey

Jersey retired

Advertisment

ଅବସର ନେଲା ଜର୍ସି ନମ୍ବର ୧୬ । ହକି ଇଣ୍ଡିଆ ବୁଧବାର ଭେଟେରାନ ଗୋଲକିପର ପିଆର ଶ୍ରୀଜେଶଙ୍କ ଜର୍ସିକୁ ଅବସର ଦେଇଛି । ଫଳରେ ସିନିୟର ହକି ଟିମ ଇଣ୍ଡିଆର କୌଣସି ଖେଳାଳି ଆଉ ଏହି ଜର୍ସିକୁ ପିନ୍ଧିପାରିବେ ନାହିଁ । ନିକଟରେ ପ୍ୟାରିସ୍ ଅଲିମ୍ପିକ୍ସର ବ୍ରୋଞ୍ଜ ମେଡାଲ ମ୍ୟାଚ୍ ସହ ହକିକୁ ବିଦାୟ କହିଥିଲେ ଶ୍ରୀଜେଶ ।

Advertisment

ମ୍ୟାଚରେ ଶ୍ରୀଜେଶଙ୍କ ମ୍ୟାଚ ବିଜୟ ପ୍ରଦର୍ଶନ ପରେ ଲଗାତାର ଦୁଇଟି ଅଲିମ୍ପିକ୍ସରେ ହକିରେ ପଦକ ଜିତିବାକୁ ଦୀର୍ଘ ବର୍ଷ ପରେ ସଫଳ ହୋଇଛି ଭାରତ । ଏଥିସହିତ ଭାରତୀୟ ହକି ଟିମର ଭେଟେରାଲ ଗୋଲକିପରଙ୍କୁ ନୂଆ ଦାୟିତ୍ୱ ମଧ୍ୟ ମିଳିଛି । ଜୁନିୟର ହକି ଟିମ ଇଣ୍ଡିଆର ମୁଖ୍ୟ କୋଚ୍ ହେବାକୁ ଯାଉଛନ୍ତି ଶ୍ରୀଜେସ୍।

ଅଧିକ ପଢ଼ନ୍ତୁ: ସସ୍‌ପେଣ୍ଡ ହେବାପରେ କ'ଣ କହିଲେ ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ

Advertisment

ହକି ଇଣ୍ଡିଆ ସାଧାରଣ ସମ୍ପାଦକ ଭୋଳାନାଥ ସିଂହ ଘୋଷଣା କରିଛନ୍ତି ଯେ, "ପ୍ରାୟ ଦୁଇ ଦଶନ୍ଧୀ ଧରି ଭାରତୀୟ ହକି ପାଇଁ ଜର୍ସି ନମ୍ବର ୧୬ର ପ୍ରମୁଖ ଅବଦାନ ରହିଛି । ସେଥିପାଇଁ ଜର୍ସି ନମ୍ବର ୧୬କୁ ଅବସର ଦେଉଛୁ । ଶ୍ରୀଜେଶ ଏବେ ଜୁନିୟର ଟିମର ମୁଖ୍ୟ କୋଚ୍ ଭାବେ କାମ କରିବେ । ଜୁନିୟର ଟିମରେ ଜର୍ସି ନମ୍ବର ୧୬କୁ ଅବସର ଦିଆଯାଇନି ।"

Advertisment

Hockey India PR Sreejesh Jersey
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ