Advertisment

ଭାରତୀୟ ଆଥଲେଟିକ୍ ଇତିହାସରେ କିର୍ତ୍ତୀମାନ ସୃଷ୍ଟି କଲେ ନିରଜ ଚୋପ୍ରା

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପରେ ପଦକ ଜିତିବାରେ ନିରଜ ହେଉଛନ୍ତି ଦ୍ୱିତୀୟ ଭାରତୀୟ।

World Athletics Championships

World Athletics Championships

Advertisment

ଭାରତୀୟ ଆଥଲେଟିକ୍ ଇତିହାସରେ ନୂଆ ଅଧ୍ୟାୟ। ୧୯ ବର୍ଷ ପରେ ବିଶ୍ୱ ଆଥ୍‌ଲେଟିକ୍ ଚାମ୍ପିଅନସିପ୍‌ରେ ରୌପ୍ୟ ପଦକ ଜିତି ନୂଆ କିର୍ତ୍ତୀମାନ ସୃଷ୍ଟି କରିଛନ୍ତି ନିରଜ ଚୋପ୍ରା। ନିରଜ ଜାଭେଲିନ୍ ଥ୍ରୋରେ ୮୮.୧୩ ମିଟର ଦୂରକୁ ଫିଙ୍ଗି ଭାରତ ପାଇଁ ଆଣି ଦେଇଛନ୍ତି ବଡ଼ ସଫଳତା ପୂର୍ବରୁ କେବଳ ଅଞ୍ଜୁ ବବି ଜର୍ଜ କାଂସ୍ୟ ପଦକ ଜିତି ଏଭଳି ସଫଳତା ହାସଲ କରିଥିଲେ। ଟୋକିଓ ଅଲିମ୍ପିକ୍ସର ଗୋଲେଡନ ବୟ ନିରଜଙ୍କ ଏ ନୂଆ ସଫଳତାକୁ ନେଇ ସବୁଠି ଖୁସି, ଛୁଟୁଛି ଶୁଭେଚ୍ଛାର ସୁଅ।

Advertisment

ଭାରତର ଗର୍ବ ନିରଜଙ୍କ ସଫଳତାରେ ଖୁସିରେ ଝୁମୁଛି ହରିୟାଣା ପାନିପଥ ସ୍ଥିତ ନିଜ ଗାଁ। ଉତ୍ସବରେ ବୁଡ଼ିଛି ଦେଶ। ଓ୍ୱାର୍ଲଡ ଆଥଲେଟିକ୍ ଚାମ୍ପିଆନସିପ୍ ଇତିହାସରେ ଯେଉଁ ଖୁସି ପାଇଁ ୧୯ ବର୍ଷର ଅପେକ୍ଷା ଥିଲା, ନିଜ ଭାଲ୍ଲାର ଦମ୍‌ରେ ସେଇ ଖୁସିକୁ ଆଜି ଦେଶବାସୀଙ୍କୁ ଭେଟି ଦେଇଛନ୍ତି ଟୋକିଓ ଅଲିମ୍ପିକ୍ସର ଗୋଲ୍ଡେନ୍ ବୟ ନିରଜ ଚୋପ୍ରା।

ଆମେରିକାର ଓରେଗନ୍ ବିଶ୍ୱ ଆଥଲେଟିକ ଚାମ୍ପିଅନସିପ୍ ଜାଫେଲିନ୍ ଥ୍ରୋ ଫାଇନାଲ୍‌ରେ ୮୮.୧୩ ମିଟର ଫିଙ୍ଗି ହାସଲ କରିଛନ୍ତି ସିଲଭର ମେଡାଲ୍ ଯୋଗ୍ୟତା ପର୍ଯ୍ୟାୟରେ ୮୮.୩୯ ମିଟରର ଥ୍ରୋ କରିଥିଲେ ମଧ୍ୟ ଫାଇନାଲ୍‌ରେ ତିନିଟି ଥ୍ରୋ ଫାଉଲ୍ ହେବା କାରଣରୁ ସ୍ୱର୍ଣ୍ଣରୁ ବଂଚିତ ହୋଇ ମାତ୍ର ତିନିଟି ବୈଧ ଥ୍ରୋରୁ ରୌପ୍ୟ ପଦକ ହାସଲ କରିବାରେ ସକ୍ଷମ ହୋଇଛନ୍ତି ନିରଜ। ଡିଫେଣ୍ଡିଂ ଚାମ୍ପିୟନ ଗ୍ରେନେଡାର ଆଣ୍ତେରସନ ପିଟରର୍ସ ୯୦.୪୬ ମିଟର ଦୂରକୁ ଜାଭେଲିନ୍ ଫିଙ୍ଗି ପୁଣି ପ୍ରଥମ ସ୍ଥାନ ହାସଲ କରିଥିଲେ। ପ୍ରତିକ୍ରିୟାରେ ନିରଜ କହିଛନ୍ତି ଆଗାମୀ ଚାମ୍ପିଅନସିପ୍‌ରେ ସ୍ୱର୍ଣ୍ଣ ଆଣିବାକୁ ନିଶ୍ଚୟ ଚେଷ୍ଟା କରିବି।

Advertisment

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପରେ ପଦକ ଜିତିବାରେ ନିରଜ ହେଉଛନ୍ତି ଦ୍ୱିତୀୟ ଭାରତୀୟ। ୨୦୦୩ରେ ଅଞ୍ଜୁ ବବି ଜର୍ଜ ଲଙ୍ଗ୍ ଜମ୍ପରେ କାଂସ୍ୟ ଜିତି ବିଶ୍ୱ ଚାମ୍ପିଅନସିପ୍‌ରେ ଭାରତକୁ ପ୍ରଥମ ପଦକ ଭେଟି ଦେଇଥିଲେ। ତେବେ ୧୯ ବର୍ଷ ପରେ ନିରଜଙ୍କ ଏ ସଫଳତାରେ ଖୁସି ଜାହିର କରିଛନ୍ତି ଅଞ୍ଜୁ।

ନିରଜଙ୍କ ଏ ଐତିହାସିକ ସଫଳତାକୁ ନେଇ ଚାରିଆଡ଼ୁ ଛୁଟିବାରେ ଲାଗିଛି ଶୁଭେଚ୍ଛାର ସୁଅ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ କ୍ରୀଡ଼ା ଇତିହାସ ପାଇଁ ଏହା ଏକ ସ୍ବତନ୍ତ୍ର ମୁହୂର୍ତ୍ତ କହି ଟୁଇଟ୍ କରିବା ସହ ନିରଜଙ୍କୁ ଏକ ମହାନ କ୍ରୀଡ଼ାବିତ୍ ଭାବେ ବର୍ଣ୍ଣନା କରିଛନ୍ତି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ମଧ୍ୟ ଟୁଇଟ୍ କରି ଶୁଭେଚ୍ଛା ଜଣାଇଥିଲା ବେଳେ, ହରିୟାଣା ମୁଖ୍ୟମନ୍ତ୍ରୀ ନିରଜ କେବଳ ରାଜ୍ୟ ନୁହେଁ ସାରା ଦେଶକୁ ଗର୍ବିତ କରିଛନ୍ତି ବୋଲି କହିଛନ୍ତି।

Advertisment

ଜାଭେଲିନ୍ ଥ୍ରୋରେ ନିରଜ ଅଲିମ୍ପିକ୍ସ, ଏସିଆନ୍ ଗେମ୍ସ, କମନ୍‌ୱେଲ୍ଥ ଗେମ୍ ଭଳି ସବୁ ଚାମ୍ପିଅନ୍ସିପ୍‌ରେ ସ୍ବର୍ଣ୍ଣପଦକ ହାସଲ କରି ଭାରତକୁ ଗୌରବାନ୍ବିତ କରିଛନ୍ତି। ଆଉ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନ୍ସିପ୍‌ରୁ ସ୍ୱର୍ଣ୍ଣ ନହେଲେ ବି ରୌପ୍ୟ ଜିତି ନିଜ ଓ ଭାରତୀୟ କ୍ରାଡ଼ା କ୍ଷେତ୍ରରେ ଯୋଡ଼ିଛନ୍ତି ସଫଳତାର ନୂଆ ଫର୍ଦ୍ଦ।

ରିପୋର୍ଟ: ନିରଞ୍ଜନ ରେଡ୍ଡୀ 

Neeraj Chopra World Athletics Championships
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ