Advertisment

ନୀରଜଙ୍କ ପାଖକୁ ଛୁଟିଲା ପୁରସ୍କାରର ସୁଅ

ଟୋକିଏ ଅଲିମ୍ପିକ୍ସରେ ଦେଶ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜଙ୍କ ସଫଳତାରେ ତାଙ୍କ ନିକଟକୁ ଅଜସ୍ର ଶୁଭେଚ୍ଛା ସହ ପୁରସ୍କାର ଅଜାଡ଼ି ହୋଇ ପଡିଛି।

ନୀରଜଙ୍କ ପାଖକୁ ଛୁଟିଲା ପୁରସ୍କାରର ସୁଅ

Niraj Chopra

Advertisment

ନୂଆଦିଲ୍ଲୀ: ଟୋକିଏ ଅଲିମ୍ପିକ୍ସରେ ଦେଶ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜଙ୍କ ସଫଳତାରେ ତାଙ୍କ ନିକଟକୁ ଅଜସ୍ର ଶୁଭେଚ୍ଛା ସହ ପୁରସ୍କାର ଅଜାଡ଼ି ହୋଇ ପଡିଛି।  ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ନୀରଜ ଚୋପ୍ରାଙ୍କୁ ୬ କୋଟି ଟଙ୍କା ପୁରସ୍କାର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ପଞ୍ଚକୁଲାରେ ନିର୍ମିତ ହେଉଥିବା ଆଥଲେଟିକ୍ସ ଫର୍ ଏକ୍ସିଲେନ୍ସ କେନ୍ଦ୍ରର ମୁଖ୍ୟ ଭାବେ ନିଯୁକ୍ତ କରିବାକୁ ସେ ଘୋଷଣା କରିଛନ୍ତି । ନୀରଜ ଚୋପ୍ରାଙ୍କୁ ହରିୟାଣାରେ କ୍ଲାସ୍ ଓ୍ୱାନ୍ ସରକାରୀ ଚାକିରୀ ସହ ଶସ୍ତାରେ ଫ୍ଲାଟ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି।

Advertisment

ସେହିପରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ମଧ୍ୟ ନୀରଜ ଚୋପ୍ରାଙ୍କୁ ୨ କୋଟି ଟଙ୍କା ନଗଦ ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି। କ୍ରିକେଟ୍ ମହାକୁମ୍ଭ ଆଇପିଏଲର ଟିମ ଚେନ୍ନାଇ ସୁପର କିଙ୍ଗସ୍ ଏବଂ ବିସିସିଆଇ ନୀରଜଙ୍କୁ ୧ କୋଟି ଲେଖାଏଁ ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି । ନୀରଜଙ୍କ ନାଁରେ ୮ ହଜାର ୭୫୮ ନମ୍ବର ଥିବା ସ୍ୱତନ୍ତ୍ର ଜର୍ସି ସମ୍ମାନ ସୂଚକ ଭାବେ ଜାରି କରିବ ଚେନ୍ନାଇ ସୁପର କିଙ୍ଗସ।

ଗୁରୁଗ୍ରାମର ରିୟଲ ଇଷ୍ଟେଟ୍ କମ୍ପାନୀ ଏଲାନ ଗ୍ରୁପ୍ ଅଧ୍ୟକ୍ଷ ରାକେଶ କପୁର ନୀରଜ ଚୋପ୍ରାଙ୍କୁ ୨୫ ଲକ୍ଷ ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି । ସେହିପରି ଇଣ୍ଡିଗୋ ଏୟାରଲାଇନ୍ସ ନୀରଜ ଚୋପ୍ରାଙ୍କୁ ବର୍ଷକ ଲାଗି ବିମାନରେ ମାଗଣା ଯାତ୍ରା ସୁବିଧା ଯୋଗାଇ ଦେବାକୁ ଘୋଷଣା କରିଛି।

Advertisment

 ଟୋକିଓ ଅଲିମ୍ପିକ୍ସରେ ଇତିହାସ ସୃଷ୍ଟି କରିଛନ୍ତି ଆଥଲେଟ୍ ନୀରଜ ଚୋପ୍ରା  । ଜାଭଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ଇତିହାସ ରଚିଛନ୍ତି ନୀରଜ। ବ୍ୟକ୍ତିଗତ କ୍ରୀଡାରେ ସ୍ୱର୍ଣ୍ଣ ପଦକ ହାସଲ କରିବାରେ ସେ ଦ୍ୱିତୀୟ ଭାରତୀୟ ଏବଂ ଆଥଲେଟ୍ରେ ପ୍ରଥମ ଭାରତୀୟ ହୋଇଛନ୍ତି ।

ନୀରଜ ଚୋପ୍ରାଙ୍କ ପୂର୍ବରୁ ସୁଟିଂରେ ୨୦୦୮ ଅଲିମ୍ପିକ୍ସରେ ସୁଟର ଅଭିନବ ବିନ୍ଦ୍ରା ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ।  ନୀରଜ ନିଜର ପ୍ରଥମ ଥ୍ରୋରେ ୮୭. ୦୩ ମିଟର, ଦ୍ୱିତୀୟ ଥ୍ରେ୍ାରେ ୮୭. ୫୮ ଯଏବଂ ତୃତୀୟ ଥର ସେ ୭୬. ୭୯ ମିଟର ଜାଭଲିନ ଫିଙ୍ଗି ବିଜୟ ହାସଲ କରିଥିଲେ।

Advertisment

 ତେବେ ସବୁଠାରୁ ରୋମାଞ୍ଚକର ବିଷୟ ହେଉଛି ନୀରଜ ପ୍ରତି ଥ୍ରୋରେ ସମସ୍ତ ଖେଳାଳିଙ୍କୁ ପଛରେ ପକାଇ ସବା ଆଗରେ ରହିଥିଲେ।  ପ୍ରତି ଥର ପ୍ରଥମ ସ୍ଥାନରେ ରହି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ନୀରଜ। ଭାରତୀୟ ସେନାର ରାଜପୁତନା ରାଇଫଲ୍ସରେ ସୁବେଦାର ଭାବେ କାର୍ଯ୍ୟ କରୁଥିବା ନୀରଜ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ଜିତି ଦେଶ ପାଇଁ ଅସୁମାରୀ ଗୌରବ ଆଣିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏଥିପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପୂର୍ବରୁ ଫ୍ଲାଇଂ ଶିଖ୍ ମିଲ୍‌ଖା ସିଂ ଓ ସ୍ପ୍ରିଣ୍ଟ କୁଇନ୍ ପିଟି ଉଷା ଆଥଲେଟିକ୍ସରେ ପଦକ ଜିତିବାର ନିକଟତର ହୋଇଥିଲେ ମଧ୍ୟ ଅଳ୍ପକେ ବଞ୍ଚିତ ହୋଇଥିଲେ।

Tokyo Olympics Tokyo Olympics 2020
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ