Advertisment

ହର୍ଷଲ ପଟେଲଙ୍କ ହାଟ୍ରିକ ୱିକେଟ ହାସଲ ; ବିରାଟଙ୍କ ଖୁସି କହିଲେ ନ ସରେ

ରବିବାର ଖେଳାଯାଇଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମୁମ୍ବାଇ ଇଣ୍ଡିଆନ୍ସକୁ ୬ ୱିକେଟ୍‌ରେ ହରାଇ ୧୬୫ ରନ କରିଥିଲା।  ଦଳ ପକ୍ଷରୁ ଗ୍ଲେନ ମ୍ୟାକ୍ସେଓ୍ବଲ ୩୭ ବଲରେ ୫୬ ରନ କରିଥିଲେ । ଜାବବରେ ମୁମ୍ବାଇ ଇଣ୍ଡିଆନ୍ସ ୧୧୧ରନରେ ଅଲ ଆଉଟ୍ ହୋଇଥିଲା ।

ଅଦ୍ୟତନ ହୋଇଛି
Harshal patel claims a hat trick

Harshal patel claims a hat trick

Advertisment

 ନୂଆଦିଲ୍ଲୀ: ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସକୁ ୫୪ ରନରେ ପରାସ୍ତ କରି ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ପହଞ୍ଚିଲା ବିରାଟ କୋହଲିଙ୍କ ରୟାଲ ଚାଲ଼େଞ୍ଜର୍ସ ବାଙ୍ଗାଲୋର ଟିମ୍  । ରବିବାର ଖେଳାଯାଇଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମୁମ୍ବାଇ ଇଣ୍ଡିଆନ୍ସକୁ ୬ ୱିକେଟ୍‌ରେ ହରାଇ ୧୬୫ ରନ କରିଥିଲା।  ଦଳ ପକ୍ଷରୁ ଗ୍ଲେନ ମ୍ୟାକ୍ସେଓ୍ବଲ ୩୭ ବଲରେ ୫୬ ରନ କରିଥିଲେ । ଜାବବରେ ମୁମ୍ବାଇ ଇଣ୍ଡିଆନ୍ସ ୧୧୧ରନରେ ଅଲ ଆଉଟ୍ ହୋଇଥିଲା । RCB  ପକ୍ଷରୁ ହର୍ଷଲ ପଟେଲ ହାଟ୍ରିକ୍ ସହ ୧୭ ରନ ଦେଇ ୪ଟି ଓ୍ବିକେଟ୍ ନେଇଥିଲେ ୫୬ରଓ୍ୱର ଇନିଂସ ସହ ୨ ଟି ୱିକେଟ୍ ନେଇଥିବା ଗ୍ଲେନ ମ୍ୟାକ୍ସେଓ୍ବଲ ମ୍ୟାନ ଅଫ ଦ ମ୍ୟାଚ ହୋଇଛନ୍ତି ।

Advertisment

ଏହି ମ୍ୟାଚ୍‌ରେ ଆରସିବି ୨୦ ଓଭରରେ ୬ ଉଇକେଟ ହରାଇ ୧୬୫ ରନ କରିଥିବାବେଳେ। ମୁମ୍ବାଇ ଏହାକୁ ଲକ୍ଷ୍ୟ କରି ୧୮.୧ ଓଭରରେ ୧୧୧ ରନରେ ସୀମିତ ରହିଛନ୍ତି। ଏହା ପରେ ମୁମ୍ବାଇକୁ ୟୁଏଇ ପର୍ଯ୍ୟାୟରେ ଲଗାତାର ତୃତୀୟ ଏବଂ ସିଜିନ୍‌ରେ ୬ଷ୍ଠ ଥର ପାଇ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଅନ୍ୟପକ୍ଷରେ ୬ଷ୍ଠ ଥର ପାଇଁ ଜିତି  ଆରସିବି ପ୍ଲେ ଅଫ ଆଡକୁ ବଢୁଛି। ଆରସିବି ଏବେ ୧୨ ପଏଣ୍ଟ ପାଇଥିବାବେଳେ ତାଲିକାରେ ୩ ନମ୍ବରରେ ରହିଛି। ମୁମ୍ବାଇ ୭ ନମ୍ବରରେ ରହିଛି। ଏହି ମ୍ୟାଚରେ ହର୍ଷଲ ପଟେଲ କମାଲ ବ୍ୟାଟିଂ କରିଥିବାବେଳେ ହାଟ୍ରିକ ୱିକେଟ ନେବାରେ ସଫଳ ହୋଇଛନ୍ତି। ହର୍ଷଦ ନିଜର ୩ଟି ବଲ୍‌ରେ ହାର୍ଦ୍ଦିକ, ପୋଲାର୍ଡ ଏବଂ ଚହଲଙ୍କ ୱିକେଟ ନେଇ ଆରସିବିର ବିଜୟ ସୁନିଶ୍ଚିତ କରିଥିଲେ। ହର୍ଷଲ ପଟେଲ ଆଇପିଏଲରେ ବାଙ୍ଗାଲୋର ପକ୍ଷରୁ ହାଟ୍ରିକ ୱିକେଟ ହାସଲ କରିବାରେ ତୃତୀୟ ବୋଲର। ହର୍ଷଲଙ୍କର ଏହି ହାଟ୍ରିକ୍‌ରେ ଖୁସିରେ ନାଚି ଉଠିଥିଲେ ବିରାଟ। କାରଣ ଗତ ୨ଟି ମ୍ୟାଚରେ ଆରସିବିକୁ ଲଗାତାର ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। 

Also Read

Advertisment

ସେହିଭଳି ଅନ୍ୟ ଏକ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସକୁ ୨ ୱିକେଟରେ ପରାସ୍ତ କରିଛି ଚେନ୍ନାଇ ସୁପର କିଙ୍ଗସ୍ । ଏହି ମ୍ୟାଚରେ ଟସ ଜିତି କେକେଆର ପ୍ରଥମେ ବ୍ୟାଟିଂ କରିଥିଲା । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୭୧ ରନ ସଂଗ୍ରହ କରିଥିଲା । କେକେଆର ପକ୍ଷରୁ ରାହୁଲ ତ୍ରିପାଠୀ ୪୫ ରନ କରିଥିବା ବେଳେ ନିତିଷ ରାଣା ୩୭ ଏବଂ ଦୀନେଶ କାର୍ତ୍ତିକ ୨୬ ରନ ସଂଗ୍ରହ କରିଥିଲେ । ଚେନ୍ନାଇର ଶାର୍ଦ୍ଧୁଳ ଠାକୁର ଓ ହାଜେଲଉଡ୍ ୨ଟି ଲେଖାଏଁ ଓ୍ବିକେଟ ପାଇଥିଲେ।  ଜବାବରେ ଚେନ୍ନାଇ ସୁପର କିଙ୍ଗସ୍ ୮ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଚେନ୍ନାଇ ସୁପର କିଙ୍ଗସର ପାଓ ଡ୍ଯୁପ୍ଲେସି ୪୩ , ରୁତୁରାଜ ଗାଏକଓ୍ବାଡ୍ ୪୦ ଓ ଶେଷ ଆଡକୁ ରବିନ୍ଦ୍ର ଜାଡେଜା ୮ ଟି ବଲରେ ୨୨ରନ କରି ମ୍ୟାଚ ଜିତାଇଥିଲେ । ଅଲରାଉଣ୍ଡର ସଫଳତା ଲାଗି ରବିନ୍ଦ୍ର ଜାଡେଜା ମ୍ୟାନ ଅପ ଦ ମ୍ୟାଚ ହୋଇଛନ୍ତି ।

ସୂଚନାଥାଉ କି, ଚେନ୍ନାଇ ସୁପର୍ କିଙ୍ଗ୍ସ ପକ୍ଷରୁ ଫାପ୍ ଡୁପ୍ଲେସିସ୍ ୩୦ଟି ବଲ୍‌ରୁ ୪୩ ରନ କରିଥିବା ବେଳେ ଋତୁରାଜ୍ ଗାଇକ୍ୱାଡ୍ ୪୦ ଓ ମୋଇନ୍ ଅଲି ୩୨ ରନ କରିଥିଲେ। ଏହି ବିଜୟ ସହ ଚେନ୍ନାଇ ସୁପର୍ କିଙ୍ଗ୍ସ ପଏଣ୍ଟ ଟେବୁଲର ଶୀର୍ଷରେ ରହି ପ୍ଲେ ଅଫର ନିକଟତର ହୋଇଛି। ଅନ୍ୟପକ୍ଷରେ କୋଲକାତା ନାଇଟ୍ ରାଇଡର୍ସ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି। ପ୍ରଥମେ ବ୍ୟାଟିଂ କରି ନାଇଟ୍ ରାଇଡର୍ସ୍ ପାୱାର ପ୍ଲେ ରେ ୫୦ ରନ୍ କରିଥିଲା। କ୍ରମାଗତ ଭାବେ ୱିକେଟ୍ ପଡିବାରୁ ୧୭୧ ରନ୍‌ରେ ସିମିତ ହୋଇଥିଲା ନାଇଟ୍ ରାଇଡର୍ସ୍। ୧୭୧ ରନ୍‌ର ପିଛା କରି ସୁପର୍ କିଙ୍ଗ୍ସ ୨୦ ଓଭରରେ ୧୭୨ ରନ୍‌ କରି ୨ ପଏଣ୍ଟ ହାସଲ କରିଥିଲା। କୋଲକାତା ନାଇଟ୍ ରାଇଡର୍ସ ୧୦ ଟି ମ୍ୟାଚ୍‌ରୁ ମାତ୍ର ୪ ଟି ମ୍ୟାଚ୍‌ରେ ବିଜୟ ହାସଲ କରିପାରିଛି। ତେବେ ପ୍ଲେ ଅଫ୍‌ରେ ଜାଗା ସ୍ଥିର କରିବାକୁ ହେଲେ ଆଗାମୀ ସମସ୍ତ ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇଡର୍ସକୁ ଜିତିବାକୁ ପଡିବ। ଆଜି ମୁମ୍ବାଇ ଇଣ୍ତିଆନ୍ସ୍ ଅବଂ ରୟାଲ୍ ଚ୍ୟାଲେଞ୍ଜର ମଧ୍ୟରେ ସଂଧ୍ୟା ୭ ଟା ରେ ମୁକାବିଲା ହେବ। 

Advertisment
IPL 2021 Mumbai Indians RCB
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ