Ind vs Aus
ମହିଳା କ୍ରିକେଟରେ ଭାରତର ଐତିହାସିକ ବିଜୟ। ଟେଷ୍ଟ ମ୍ୟାଚରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି ଟିମ୍ ଇଣ୍ଡିଆ। ୮ ୱିକେଟରେ କଙ୍ଗାରୁ ଦଳକୁ ହରାଇ ଇତିହାସ ରଚିଛି ଭାରତୀୟ ମହିଳା ଟିମ୍। ଚତୁର୍ଥ ଇନିଂସରେ ୭୫ ରନ୍ ଟାର୍ଗେଟକୁ ୨ ୱିକେଟ ହରାଇ ହାସଲ କରିନେଇଛି ଭାରତ।
ସୂଚନା ଅନୁସାରେ ମୁମ୍ବାଇର ୱାଙ୍ଖେଡ ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିଲା ଏହି ମ୍ୟାଚ୍। ଏହି ମ୍ୟାଚ୍ରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ମାତ୍ର ୨୧୯ ରନ୍ କରି ଅଲଆଉଟ୍ ହୋଇଥିଲା। ଭାରତୀୟ ବୋଲରଙ୍କ ସାମ୍ନାରେ କଙ୍ଗାରୁ ଦଳର କୌଣସି ବ୍ୟାଟ୍ସମ୍ୟାନ୍ ଅଧିକ ସମୟ ତିଷ୍ଠି ପାରିନଥିଲେ। ଭାରତ ପକ୍ଷରୁ ପୂଜା ଭାସ୍ତ୍ରକର ୪ଟି ୱିକେଟ ନେଇଥିବାବେଳେ ସ୍ନେହା ରାଣା ୩ଟି ୱିକେଟ ଅକ୍ତିଆର କରିଥିଲେ। ଅଷ୍ଟ୍ରେଲିଆକୁ ପ୍ରଥମ ଇନିଂସରେ ମାତ୍ର ୨୧୯ ରନ୍ରେ ଅଲଆଉଟ କରିବା ପରେ ଭାରତ ପ୍ରଥମ ଇନିଂସରେ କରିଥିବା ବଡ଼ ସ୍କୋର। ପ୍ରଥମ ଇନିଂସରେ କଙ୍ଗାରୁ ସାମ୍ନାରେ ୪୦୬ ରନ୍ର ବିଶାଳ ସ୍କୋର କରିଥିଲା ଟିମ୍ ଇଣ୍ଡିଆ। ଭାରତ ପକ୍ଷରୁ ଦିପ୍ତି ଶର୍ମା ୭୮, ସ୍ମ୍ରିତି ମାନ୍ଧନା ୭୪ ଓ ଜେମିମା ରୋଡିଗ୍ରସ୍ ୭୩ ରନ୍ କରିଥିଲେ।
ତେବେ ମ୍ୟାଚ୍ର ଦ୍ୱିତୀୟ ଇନିଂସରେ ଲଢ଼ୁଆ ପ୍ରଦର୍ଶନ କରିଥିଲା ଅଷ୍ଟ୍ରେଲିଆ। ଦ୍ୱିତୀୟ ଇନିଂସ ଆରମ୍ଭରୁ ଭଲ ପ୍ରଦର୍ଶନ କରି କିଛି ସମୟ ପାଇଁ ଭାରତକୁ ଚାପରେ ପକାଇଥିଲା କଙ୍ଗାରୁ। କିନ୍ତୁ ଭାରତ ଲଗାତର ବ୍ୟବଧାନରେ ୱିକେଟ ହାସଲ କରି ଦମଦାର କମ୍ବ୍ୟାକ୍ କରିଥିଲା। ଅଷ୍ଟ୍ରେଲିଆକୁ ଦ୍ୱିତୀୟ ଇନଂସରେ ୨୬୧ ରନ୍ରେ ଅଲଆଉଟ କରିଥିଲା। ଭାରତ ପକ୍ଷରୁ ସ୍ନେହା ରାଣା ୪ଟି, ହରମନପ୍ରୀତ କୌର ଓ ରାଜେଶ୍ୱରୀ ଗାଇକୈଡ ଦୁଇଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ।
ଅଷ୍ଟ୍ରେଲିଆକୁ ଦ୍ୱିତୀୟ ଇନିଂସରେ ୨୬୧ ରନ୍ରେ ଅଲଆଉଟ କରିବା ପରେ ଭାରତକୁ ଏହି ମ୍ୟାଚ୍ରେ ବିଜୟଲାଭ କରିବାକୁ ମାତ୍ର ୭୫ ରନ୍ର ଆବଶ୍ୟକ ଥିଲା। ତେବେ ଏହି ଲକ୍ଷ୍ୟକୁ ଏତି ସହଜରେ ହାସଲ କରିନେଇଥିଲା ଭାରତ। ମାତ୍ର ଦୁଇ ୱିକେଟ ବିନିମୟରେ ଐତିହାସକ ବିଜୟ ହାସଲ କରିଥିଲା ଟିମ୍ ଇଣ୍ଡିଆ । ତେବେ ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମ ଥର ଅଷ୍ଟ୍ରେଲିଆକୁ ପରାସ୍ତ କରି ଇତିହାସ ରଚିଛି ଭାରତ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Ind_vs_Aus_1703403132.jpg)