ରନ୍‌ ମେସିନ୍‌ କୋହଲିଙ୍କ ରେକର୍ଡ଼ ଭାଙ୍ଗିଲେ ହାର୍ଦ୍ଦିକ; ଜାଣନ୍ତୁ କେମିତି...

ଗ୍ୱାଲିଅରରେ ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ହାର୍ଦ୍ଦିକ ପାଣ୍ଡ୍ୟା ଖେଳିଥିଲେ ଚମତ୍କାର ଇନିଂସ । ଏଥିରେ ସେ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଛନ୍ତି ।

pandya overtakes virat

ବିରାଟଙ୍କ ରେକର୍ଡ଼ ଭାଙ୍ଗିଲେ ହାର୍ଦ୍ଦିକ ପାଣ୍ତ୍ୟା । ଭାରତୀୟ ଷ୍ଟାର ଅଲ୍‌ରାଉଣ୍ତର ହାର୍ଦ୍ଦିକ ପାଣ୍ତ୍ୟା ରନ୍‌ ମେସିନ୍‌ ବିରାଟ କୋହଲିଙ୍କ ରେକର୍ଡ଼କୁ ଭାଙ୍ଗିଛନ୍ତି । ଗ୍ୱାଲିଅରରେ ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ମ୍ୟାଚ୍‌ରେ ବିରାଟଙ୍କ ରେକର୍ଡ଼କୁ ଭାଙ୍ଗିଛନ୍ତି ପାଣ୍ତ୍ୟା। 

ଗ୍ୱାଲିଅରରେ ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ହାର୍ଦ୍ଦିକ ପାଣ୍ଡ୍ୟା ଖେଳିଥିଲେ ଚମତ୍କାର ଇନିଂସ । ହାର୍ଦ୍ଦିକଙ୍କ ଚମତ୍କାର ଇନିଂସ ଯୋଗୁଁ ଟିମ୍ ଇଣ୍ଡିଆ ମାତ୍ର ୧୧.୫ ଓଭରରେ ଏକପାଖିଆ ବିଜୟ ହାସଲ କରିଛି । ଭାରତୀୟ ଅଲରାଉଣ୍ଡର ବାଂଲାଦେଶ ବିପକ୍ଷ ମ୍ୟାଚକୁ ୬ ମାରି ଶେଷ କରିଥିଲେ । ତେବେ ଛକା ମାରି ସେ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଛନ୍ତି । 

 

ନ୍ୟୁ ମାଧବ୍‌ ରାଓ ସିନ୍ଧିଆ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ହାର୍ଦ୍ଦିକ ଟିମ୍ ଇଣ୍ଡିଆ ପାଇଁ ୧୬ ବଲ୍‌ରେ ଅପରାଜିତ ରହି ୩୯ ରନ୍ ସଂଗ୍ରହ କରିଥିଲେ । ଯେଉଁଥିରେ ସାମିଲ ଥିଲା ୫ ଚଉକା, ଓ ୨ ଛକା  । ଏହି ସମୟ ମଧ୍ୟରେ ସେ ଟିମ ଇଣ୍ଡିଆକୁ ଛକା ମାରି ବିଜୟ ଆଡକୁ ଆଗେଇ ନେଇଥିଲେ । ଏହା ପରେ ସେ ଟି-୨୦ ଇଣ୍ଟରନ୍ୟାସନାଲରେ ସର୍ବାଧିକ ଥର ଛକା ମାରି ଭାରତକୁ ବିଜୟର ମୁକୁଟ ପିନ୍ଧାଇଥିଲେ । 

ହାର୍ଦ୍ଦିକ ଟିମ୍ ଇଣ୍ଡିଆକୁ ଟି-୨୦ ଇଣ୍ଟରନ୍ୟାସନାଲରେ ୫ ଥର ଛକା ମାରି ବିଜୟୀ କରିଛନ୍ତି । ଯେଉଁଠି ବିରାଟ କୋହଲି କରିଛନ୍ତି ୪ ଥର । ଏପରି କରିବା ପରେ ହାର୍ଦ୍ଦିକ କିଙ୍ଗ କୋହଲିଙ୍କ ବଡ଼ ରେକର୍ଡକୁ ଭାଙ୍ଗିବାରେ ସକ୍ଷମ ହୋଇଥିଲେ । ଏହି ତାଲିକାରେ ପୂର୍ବତନ ଅଧିନାୟକ ଏମଏସ ଧୋନି ଏବଂ ବର୍ତ୍ତମାନର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ମଧ୍ୟ ଅଛନ୍ତି ।