• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଏସିଆନ୍ ଗେମସ୍ ଫାଇନାଲରେ ଭାରତ । ବାଂଲାଦେଶକୁ ୯ ୱିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଛି ଟିମ୍‌ ଇଣ୍ତିଆ । ୯୭ ରନର ବିଜୟ ଲକ୍ଷ୍ୟକୁ ମାତ୍ର ୯.୨ ଓଭରରେ ହାସଲ କରିନେଇଛି । ତିଳକ ବର୍ମାଙ୍କ ମାତ୍ର ୨୫ ବଲରୁ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ଫାଇନାଲରେ ପହଞ୍ଚିଛି । ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରୁ ବିଜୟୀ ଟିମ୍ ସହ ଫାଇନାଲ ମ୍ୟାଚ୍ ଖେଳିବ ଭାରତ ।

ହାଙ୍ଗଝୌ ଏସିଆନ ଗେମ୍ସର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିସାରିଥିବା ଭାରତ ଖାତାରେ ଆଜି ଆହୁରି ଅନେକ ପଦକ ସାମିଲ ହେବା ସମ୍ଭାବନା ରହିଛି । ଆଜିର ମୁଖ୍ୟ ଫୋକସରେ ରହିବ ପୁରୁଷ ହକିର ଫାଇନାଲ । ଭାରତୀୟ ସମୟ ଅପରାହ୍ନ ୪ଟାରେ ହକି ଫାଇନାଲରେ ଭାରତ ଓ ଜାପାନ ମଧ୍ୟରେ ମୁକାବିଲା ହେବ ।  ଆଜି ୨୦୧୮ ଏସୀୟ କ୍ରୀଡାର ପୁଣି ଥରେ ପୁନରାବୃତ୍ତି ହେବାକୁ ଯାଉଛି । ଗତଥର ରୌପ୍ୟ ପଦକ ପାଇଥିବା ଭାରତ ଏଥର ଏହାକୁ ସ୍ୱର୍ଣ୍ଣରେ ପରିଣତ କରିବାକୁ ଚେଷ୍ଟା କରିବ । ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକାକଳା ମାଧ୍ୟମରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି ।  ସେ ପୁରୀ ବେଳାଭୂମିରେ ୨୦ଫୁଟ ଲମ୍ବର ହକି ଷ୍ଟିକ୍ ତିଆରି କରିଛନ୍ତି ।

ସେହିଭଳି ମେଡାଲ ଇଭେଣ୍ଟରେ ଆଜି ତୀରନ୍ଦାଜୀ, ଅଶ୍ୱଚାଳନା, ଜୁ-ଜିତସୁ, ବ୍ରିଜଓ କାନୋଇ ଉପରେ ନଜର ରହିବ । ସେପଟେ ଆଜି ଏସିଆନ ଗେମସର ମ୍ୟାଟକୁ ଓହ୍ଲାଇବେ ବଜରଙ୍ଗ ପୁନିଆଙ୍କ ସମେତ ଅନ୍ୟ କୁସ୍ତିଯୋଦ୍ଧାମାନେ ।