Advertisment

ଭୁଲ ହେଲା ସବୁ ପୂର୍ବାନୁମାନ, ମୁମ୍ବାଇ ନୁହେଁ ଗୁଜରାଟରୁ ହିଁ ଖେଳିବେ ହାର୍ଦ୍ଦିକ

ଆଜି ଖେଳାଳି ରିଟେନ୍‌ସନ୍‌ ଲିଷ୍ଟ ଆସିବା ପରେ ଚିତ୍ର ପୂରା ସ୍ପଷ୍ଟ ହୋଇଯାଇଛି। ଅନ୍ୟ କେଉଁ ଦଳକୁ ନୁହେଁ ବରଂ ଗୁଜରାଟ ଟାଇଟନ୍ସ ପାଇଁ ହିଁ ଆଇପିଏଲରେ ହାର୍ଦ୍ଦିକ ଖେଳିବେ ବୋଲି ସ୍ପଷ୍ଟ ହୋଇଛି।

ଅଦ୍ୟତନ ହୋଇଛି
Hardik Pandya

Hardik Pandya

Advertisment

ସବୁ ଚର୍ଚ୍ଚାର ଘଟିଲା ଅନ୍ତ। ଗୁଜରାଟ ଟାଇଟନ୍ସରେ ରହିଲେ ହାର୍ଦ୍ଦିକ ପାଣ୍ଡ୍ୟା। ଆଇପିଏଲ ମିନି ଅକ୍ସନ ପୂର୍ବରୁ ବେଶ୍ ଚର୍ଚ୍ଚାରେ ରହିଥିଲେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ହାର୍ଦ୍ଦିକ ଗୁଜରାଟ ଟାଇଟନ୍ସ ଛାଡ଼ି ପୁଣି ଥରେ ମୁମ୍ବାଇ ଇଣ୍ଡିଆନ୍ସ ଯିବେ ବୋଲି ଜୋରସୋରରେ ଚର୍ଚ୍ଚା ଜାରି ରହିଥିଲା। ଏମିତି କି ମୁମ୍ବାଇର ଯୋଗ ଦେଇ ରୋହିତଙ୍କ ସ୍ଥାନରେ ସେ ଅଧିନାୟକ ହେବେ ବୋଲି ମଧ୍ୟ କୁହାଯାଉଥିଲା। କିନ୍ତୁ ଏହି ସବୁ ଚର୍ଚ୍ଚାରେ ଆଜି ପଡ଼ିଛି ପୂର୍ଣ୍ଣଚ୍ଛେଦ । ଗୁଜରାଟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ରିଟେନ୍‌ କରିଛି। ଏହାସହ ପାଣ୍ଡ୍ୟଙ୍କୁ ନେଇ ଯେଉଁସବୁ ପୂର୍ବନୁମାନ ହେଉଥିଲା ସେ ସବୁ ମିଛ ପ୍ରମାଣିତ ହୋଇଛି।

Advertisment

ଆଇପିଏଲ୍‌ ମିନି ଅକ୍ସନ ପୂର୍ବରୁ ନଭେମ୍ବର ୨୬ ତାରିଖ ସୁଦ୍ଧା ସବୁ ଟିମ୍‌ କେଉଁ ଖେଳାଳିଙ୍କୁ ଦଳରୁ ରିଲିଜ୍‌ କରିବେ ଓ କାହାକୁ ରଖିବେ ସେନେଇ ତାଲିକା ପ୍ରକାଶ କରିବାକୁ କୁହାଯାଇଥିଲା । ତେବେ ଖେଳାଳି ରିଟେନସନ୍‌ ତାରିଖ ଯେତେ ପାଖେଇ ଆସୁଥିଲା ହାର୍ଦ୍ଦିକଙ୍କୁ ନେଇ ଭିନ୍ନ ଭିନ୍ନ ଖବର ସାମ୍ନାକୁ ଆସୁଥିଲା। ଏମିତି କି ମୁମ୍ବାଇ ସହ ହାର୍ଦ୍ଦିକଙ୍କ ଡିଲ୍ ଫାଇନାଲ ହୋଇଯାଇଛି ଏବଂ ଏହା ବଦଳରେ କୌଣସି ଖେଳାଳିଙ୍କୁ ମୁମ୍ବାଇ ଗୁଜରାଟ ସହ ଟ୍ରେଡ୍ କରିବନି ବରଂ ମୁମ୍ବାଇ ପର୍ସରୁ ୧୫ କୋଟି ଟଙ୍କା ସିଧାସଳଖ ଗୁଜରାଟ ପାଖକୁ ଯିବ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା। କିନ୍ତୁ ଆଜି ଖେଳାଳି ରିଟେନ୍‌ସନ୍‌ ଲିଷ୍ଟ ଆସିବା ପରେ ଚିତ୍ର ପୂରା ସ୍ପଷ୍ଟ ହୋଇଯାଇଛି। ଅନ୍ୟ କେଉଁ ଦଳକୁ ନୁହେଁ ବରଂ ଗୁଜରାଟ ଟାଇଟନ୍ସ ପାଇଁ ହିଁ ଆଇପିଏଲରେ ହାର୍ଦ୍ଦିକ ଖେଳିବେ ବୋଲି ସ୍ପଷ୍ଟ ହୋଇଛି।

ସୂଚନା ଅନୁସାରେ ୨୦୨୨ରେ ମୁମ୍ବାଇ ଛାଡ଼ି ଗୁଜରାଟ ଟାଇଟନ୍ସର ଅଧିନାୟକ ହୋଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ପାଣ୍ଡ୍ୟାଙ୍କ ନେତୃତ୍ୱରେ ଗୁଜରାଟ ୨୦୨୨ରେ ଚାମ୍ପିୟନ ହୋଇଥିବାବେଳେ ୨୦୨୩ରେ ଫାଇନାଲରେ ଚେନ୍ନାଇ ପାଖରୁ ପରାଜୟ ବରଣ କରିଥିଲା। ଏହା ପୂର୍ବରୁ ହାର୍ଦ୍ଦିକ ୨୦୧୫ ମସିହାରେ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗ ଦେଇଥିଲେ। ୨୦୧୫ରୁ ୨୦୨୧ ମସିହା ପର୍ଯ୍ୟନ୍ତ ମୁମ୍ବାଇରେ ରହି ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା।

Advertisment
India Hardik Pandya Mumbai Indians IPL Gujarat Titans
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ