Advertisment

ହାରିଲା ମୁମ୍ବାଇ, ଆଇପିଏଲ୍‌ ଫାଇନାଲରେ ମୁହାଁମୁହିଁ ହେବେ ଚେନ୍ନାଇ-ଗୁଜରାଟ

ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁମ୍ବାଇ ଓ ଗୁଜରାଟ କ୍ୱାଲିପାୟାର-୨ରେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଅଧିନାୟକ ରୋହିତ ଶର୍ମା।

IPL 2023

IPL 2023

Advertisment

IPL ଫାଇନାଲରେ ଗୁଜରାଟ ଟାଇଟନ୍ସ। କ୍ବାଲିଫାୟର-୨ରେ ମୁମ୍ବାଇକୁ ହରାଇଲା ଗୁଜରାଟ। ଗୁଜରାଟ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍ ହରାଇ ୨୩୩ ରନ୍‌ ସଂଗ୍ରହ କରିଥିଲା। ଜବାବରେ ସମସ୍ତ ୱିକେଟ୍‌ ହରାଇ ମୁମ୍ବାଇ ୧୭୧ ରନ୍‌ କରିବାରେ ସକ୍ଷମ ହୋଇଥିଲା। ମୁମ୍ବାଇ ଇଣ୍ଡିଆନ୍ସକୁ ୬୨ ରନ୍‌ରେ ହରାଇଛି ଶକ୍ତିଶାଳୀ ଗୁଜରାଟ ଟାଇଟନ୍ସ। ଆସନ୍ତା ରବିବାର ଫାଇନାଲ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟିବ। 

Advertisment

ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁମ୍ବାଇ ଓ ଗୁଜରାଟ କ୍ୱାଲିପାୟାର-୨ରେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଅଧିନାୟକ ରୋହିତ ଶର୍ମା। ଟିମ୍‌କୁ ଭଲ ଷ୍ଟାର୍ଟ ଦେଇଥିଲେ ଗିଲ୍‌ ଓ ଶାହ୍‌ । ପାୱର୍‌ପ୍ଲେର ଶେଷ ଓଭର୍‌ରେ ଆଉଟ୍‌ ହୋଇଥିଲେ ଓପନର୍‌ ରିଦ୍ଧିମାନ ଶାହ । କିନ୍ତୁ ବଡ଼ ସଟ୍‌ ଖେଳିବାରେ ପଛାଇନଥିଲେ ଗିଲ୍‌ । ଫିଲ୍ଡରେ ଛକା ଚୌକାର ବର୍ଷା କରିଥିଲେ । ମାତ୍ର ୪୯ ବଲ୍‌ରେ ଶତକ ମାରିଥିଲେ ଗିଲ୍‌।ଏହାପରେ ସେ ୬୦ ବଲ୍‌ରେ ୧୨୯ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ।

ପ୍ରଥମ ୱିକେଟ୍‌ ପତନ ପରେ ସାଇ ସୁଦର୍ଶନ ୪୩ ରନ ଯୋଡ଼ିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୨୮ ରନ କରିଥିଲେ । ମୁମ୍ବାଇ ପକ୍ଷରୁ ପିୟୁଷ ଚାୱଲା ଓ ଆକାଶ ମାଧୱାଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । 

Advertisment

ଗତ ୨୩ ତାରିଖରେ ଖେଳାଯାଇଥିବା କ୍ବାଲିଫାୟାର-୧ରେ ଗୁଜରାଟ ଦଳ ଚେନ୍ନାଇଠାରୁ ୧୫ ରନରେ ହାରିଯାଇଥିଲା । ସେହିପରି ଗତ ବୁଧବାର ଖେଳାଯାଇଥିବା ଏଲିମିନେଟର ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ୮୧ ରନରେ ଲକ୍ଷ୍ନୌକୁ ହରାଇଥିଲା।

MI Vs GT IPL 2023
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ