GT vs SRH IPL 2023 Match
କ୍ରିକେଟ୍ ପ୍ରାୟ ସମସ୍ତଙ୍କୁ ପସନ୍ଦ । କ୍ରିକେଟ୍ ପ୍ରେମୀଙ୍କୁ ଅହୁରି ଆକୃଷ୍ଟ କରିବା ପାଇଁ IPL ହେଉ କି ଦିନିକିଆ ମ୍ୟାଚ୍ ସବୁଥିରେ ଚିୟରଗର୍ଲଙ୍କୁ ନିୟୋଜିତ କରାଯାଇଥାଏ । ଯେଉଁମାନେ ନୃତ୍ୟ ପରିବେଷଣ କରିବା ସହ କ୍ରିକେଟ୍ ପ୍ରେମୀଙ୍କୁ ଅଧିକ ଉତ୍ସାହିତ କରାଥା’ନ୍ତି । ହେଲେ ନିକଟରେ ଏକ IPL ମ୍ୟାଚ୍ରେ ଜଣେ ଚିୟରଗର୍ଲଙ୍କୁ ନେଇ କିଛି ବିବାଦ ସାମ୍ନାକୁ ଆସିଛି ।
ସୋମବାର ଅର୍ଥାତ୍ ଗତକାଲି ଗୁଜୁରାଟ ଟାଇଟାନ୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚ୍ ଥିଲା । ସେଠାରେ ଜଣେ ଚିୟରଗର୍ଲ ନୃତ୍ୟ ପରିବେଷଣ କରୁଥିବା ଦେଖିବାକୁ ମିଳିଥିଲା । ଚିୟରଗର୍ଲ ଜଣକଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନଥିବା ସତ୍ତ୍ୱେ ମଧ୍ୟ ସେ IPLରେ ନାଚୁଥିଲେ । ତାଙ୍କର ଗୋଟିଏ ହାତ ଭାଙ୍ଗିଯାଇଥିବାବେଳେ ହାତଟି ପ୍ଲାଷ୍ଟର ହୋଇଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ବିବାଦ ସାମ୍ନାକୁ ଆସିଛି ।
ଏପରି ଘଟଣାକୁ ନେଇ କିଛି ଦର୍ଶକ ବିସିସିଆକୁ ସମାଲୋଚନା କରିଥିବାବେଳେ କିଛି ଲୋକ ବିସିସିଆଇକୁ ପ୍ରଶ୍ନ କରିଛନ୍ତି । ସାମାଜିକ ଗଣମାଧ୍ୟମ ଟ୍ୱିଟରରେ ଚିୟରଗର୍ଲଙ୍କ ନୃତ୍ୟ ପରିବେଷଣ ବେଳର କିଛି ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଚିୟରଗର୍ଲଙ୍କ କର୍ତ୍ତବ୍ୟ ନିଷ୍ଠା ସ୍ପଷ୍ଟ ବାରି ହୋଇପଡ଼ୁଛି ।
ଚିୟରଗର୍ଲଙ୍କ ନୃତ୍ୟ ପରିବେଷଣ ବେଳର କିଛି ଫଟୋ କେବଳ ସୋସିଆଲ ମିଡିଆ ଟ୍ୱିଟର କାହିଁକି, ଇନ୍ଷ୍ଟାଗ୍ରାମ୍ ଓ ୟୁଟ୍ୟୁବ୍ରେ ମଧ୍ୟ ଦେଖିବାକୁ ମିଳିଛି । ଯାହାକି ବର୍ତ୍ତମାନ ଭାଇରାଲ ଟ୍ରେଣ୍ଡ ପାଲଟିଛି । ଖାଲି ସେତିକି ନୁହେଁ, ବିସିସିଆକୁ ସାଧାରଣରେ ପ୍ରଶ୍ନ ପରେ କିଛି ଜାତୀୟ ଗଣମାଧ୍ୟମରେ ମଧ୍ୟ ଏହା ବ୍ରେକିଂ ନ୍ୟୁଜ୍ ପାଲଟିଥିଲା ।
ସୋସିଆଲ ମିଡିଆରେ ପୋଷ୍ଟ କରାଯାଥିବା ଚିୟରଗର୍ଲଙ୍କ ଫଟୋରେ କିଛି ଲୋକ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଥିବାବେଳେ କେହି କେହି ହୃଦୟରୁ ତାଙ୍କୁ ସାଲ୍ୟୁଟ୍ ଜଣାଇଛନ୍ତି ।
One cheerleader arm is fractured but BCCI and IPL authorities want her to cheer for SRH.
Such a shame. #GTvsSRHpic.twitter.com/Q55kAX6fpq
— Rowan (@JustLikeGon) May 15, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1684216255.jpg)