Astrospeak
  • Live TV
  • Read In English

ଇନଷ୍ଟାଗ୍ରାମରେ ମ୍ୟାକ୍ସୱେଲଙ୍କୁ ବ୍ଲକ୍‌ କରିଥିଲେ କୋହଲି, ପରେ ଉଭୟ ହୋଇଗଲେ ଘନିଷ୍ଠ ବନ୍ଧୁ

ଏକ ପଡ୍‌କାଷ୍ଟରେ ମ୍ୟାକ୍ସୱେଲ ଆଲୋଚନା କରି କହିଛନ୍ତି ଯେ, ଆରସିବି ଆସିବା ପରେ ସେ ଜାଣିବାକୁ ପାଇଥିଲେ ଯେ କୋହଲି ତାଙ୍କୁ ଇନଷ୍ଟାଗ୍ରାମରେ ବ୍ଲକ୍‌ କରିଛନ୍ତି ।

Virat Kohli
Virat Kohli

ଦିନେ ତାଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ବ୍ଲକ୍‌ କରିଥିଲେ । ଆଉ ପରେ ଦୁହେଁ ହୋଇଗଲେ ଘନିଷ୍ଠ ବନ୍ଧୁ । ଆମେ କହୁଛୁ ଟିମ୍‌ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲି ଓ ଅଷ୍ଟ୍ରେଲିଆ ଅଲରାଉଣ୍ଡର ଗ୍ଲେନ୍‌ ମ୍ୟାକ୍ସୱେଲଙ୍କ କଥା । ବିରାଟ କୋହଲି ତାଙ୍କ ସହ ଆରସିବିରେ ଖେଳୁଥିବା ଅଷ୍ଟ୍ରେଲିଆ ଷ୍ଟାର ଅଲରାଉଣ୍ଡର ଗ୍ଲେନ୍‌ ମ୍ୟାକ୍ସୱେଲଙ୍କୁ ଇନଷ୍ଟାଗ୍ରାମରେ ପ୍ରଥମେ ବ୍ଲକ୍‌ କରିଥିଲେ । କିନ୍ତୁ ପରେ ଉଭୟ ଘନିଷ୍ଠ ବନ୍ଧୁ ହୋଇଯାଇଥିଲେ । ତେବେ କୋହଲି, ମ୍ୟାକ୍ସୱେଲଙ୍କୁ କାହିଁକି ବ୍ଲକ୍‌ କରିଥିଲେ ଏବଂ ତା ପରେ ଉଭୟ କିପରି ଘନିଷ୍ଠ ବନ୍ଧୁ ହେଲେ ସେ ବିଷୟରେ କହିଛନ୍ତି ମ୍ୟାକ୍ସୱେଲ ।

ବାସ୍ତବରେ, ୨୦୧୭ରେ ଭାରତ ବିପକ୍ଷ ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆର ଗ୍ଲେନ୍ ମ୍ୟାକ୍ସୱେଲ ବିରାଟ କୋହଲିଙ୍କୁ ନକଲ କରିଥିଲେ । ଏହି ସିରିଜ୍‌ରେ କୋହଲିଙ୍କ କାନ୍ଧରେ ଆଘାତ ଲାଗିଥିଲା । ଏହା ପରେ ମ୍ୟାକ୍ସୱେଲ କାନ୍ଧ ଧରି କୋହଲିଙ୍କୁ ନକଲ କରିଥିଲେ । ଏହା ପରେ ହିଁ କୋହଲି ଇନଷ୍ଟାଗ୍ରାମରେ ମ୍ୟାକ୍ସୱେଲଙ୍କୁ ବ୍ଲକ୍‌ କରିଥିଲେ ।

ଏକ ପଡ୍‌କାଷ୍ଟରେ ମ୍ୟାକ୍ସୱେଲ ଆଲୋଚନା କରି କହିଛନ୍ତି ଯେ, ଆରସିବି ଆସିବା ପରେ ସେ ଜାଣିବାକୁ ପାଇଥିଲେ ଯେ କୋହଲି ତାଙ୍କୁ ଇନଷ୍ଟାଗ୍ରାମରେ ବ୍ଲକ୍‌ କରିଛନ୍ତି । ମ୍ୟାକ୍ସୱେଲ ୨୦୨୧ରେ RCBରେ ଯୋଗ ଦେଇଥିଲେ । ବର୍ତ୍ତମାନ ସୁଦ୍ଧା କୋହଲି ଏବଂ ମ୍ୟାକ୍ସୱେଲ ଏକାଠି ଚାରୋଟି ଆଇପିଏଲ ସିଜିନ୍‌ ଖେଳିଛନ୍ତି ।

ମ୍ୟାକ୍ସୱେଲ ପଡ୍‌କାଷ୍ଟରେ କହିଛନ୍ତି, "ଯେତେବେଳେ ମୁଁ ଜାଣିଲି ଯେ ମୁଁ ଆରସିବି ଯାଉଛି, ବିରାଟ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ମୋତେ ମେସେଜ୍‌ ପଠାଇ ମୋତେ ସ୍ୱାଗତ କରିଥିଲେ । ଯେତେବେଳେ ମୁଁ ପ୍ରି-ଆଇପିଏଲ୍ ଟ୍ରେନିଂ କ୍ୟାମ୍ପ ପାଇଁ ଆସିଥିଲି, ଆମେ କିଛି ସମୟ ଆଲୋଚନା କରିଥିଲୁ ଏବଂ ଏକାଠି କିଛି ସମୟ ଟ୍ରେନିଂରେ ବିତାଇଥିଲୁ । ତା’ପରେ ମୁଁ ସୋସିଆଲ ମିଡିଆରେ ତାଙ୍କୁ ଫଲୋ କରିବାକୁ ଇଚ୍ଛା ପ୍ରକାଶ କରିଥିଲି । କିନ୍ତୁ ସେ ମୋତେ ଇନଷ୍ଟାଗ୍ରାମରେ ବ୍ଲକ୍‌ କରିଥିଲେ ।

ଏହାପରେ ମୁଁ କୋହଲିଙ୍କ ପାଖକୁ ଯାଇ ତାଙ୍କୁ ପଚାରିଲି ତୁମେ ମୋତେ ଇନଷ୍ଟାଗ୍ରାମରେ ବ୍ଲକ୍‌ କରିଛ କି ? କୋହଲି କହିଥିଲେ ହଁ । ୨୦୧୭ ଟେଷ୍ଟ ସିରିଜ୍‌ ସମୟରେ ଯେତେବେଳେ ତୁମେ ମୋର ପରିହାସ କରିଥିଲ, ସେତେବେଳେ ମୁଁ ତୁମକୁ ଇନଷ୍ଟାଗ୍ରାମରେ ବ୍ଲକ୍‌ କରିଥିଲି ବୋଲି ମ୍ୟାକ୍ସୱେଲଙ୍କୁ କୋହଲି କହିଥିଲେ । ତେବେ ପରବର୍ତ୍ତୀ ସମୟରେ କୋହଲି ଓ ମ୍ୟାକ୍ସୱେଲ ଘନିଷ୍ଠ ବନ୍ଧୁ ହୋଇଯାଇଥିଲେ ।