Advertisment

ଟିମ୍‌ ଇଣ୍ଡିଆ ହେଡ୍‌କୋଚ୍‌ ପ୍ରସଙ୍ଗ: ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ଗମ୍ଭୀର, କହିଲେ….

ମୁଖ୍ୟ ପ୍ରଶିକ୍ଷକ ହେବା ପାଇଁ ଗମ୍ଭୀର ମଧ୍ୟ ସବୁଜ ସଙ୍କେତ ଦେଇଛନ୍ତି । ଗମ୍ଭୀର କହିଛନ୍ତି ଯେ ଭାରତୀୟ ଦଳକୁ ପ୍ରଶିକ୍ଷଣ ଦେବାଠାରୁ ଅଧିକ ସମ୍ମାନ ଆଉ କେଉଁଥିରେ ନାହିଁ ।

ଅଦ୍ୟତନ ହୋଇଛି
Gautam Gambhir

Gautam Gambhir

Advertisment

ଟି -୨୦ ବିଶ୍ୱକପ ୨୦୨୪ ସହିତ ଟିମ୍ ଇଣ୍ଡିଆର ବର୍ତ୍ତମାନର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଦ୍ରାବିଡ୍‌ଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ବିସିସିଆଇ ମଧ୍ୟ ନୂଆ ହେଡ୍‌ କୋଚ୍‌ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି । ଟିମ୍‌ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ପାଇଁ ବିସିସିଆଇ ମେ’ ୧୩ରୁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଥିଲା । ଆବେଦନ କରିବାର ଶେଷ ତାରିଖ ଥିଲା ମେ’ ୨୭ ।

Advertisment

ରିପୋର୍ଟ ଅନୁଯାୟୀ, ଟିମ୍‌ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଦୌଡରେ ପୂର୍ବତନ ଟିମ୍ ଇଣ୍ଡିଆ ଓପନର୍ ଗୌତମ ଗମ୍ଭୀରଙ୍କ ନାମ ଆଗରେ ରହିଛି । ଗମ୍ଭୀରଙ୍କ ମେଣ୍ଟରସିପ୍‌ରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଆଇପିଏଲ୍ ୨୦୨୪ ଟାଇଟଲ୍ ଜିତିଥିଲା । ତେବେ ଫାଇନାଲ ମ୍ୟାଚ୍‌ରେ ଗୌତମ ଗମ୍ଭୀର ଓ ବିସିସିଆଇ ସଚିବ ଜୟ ଶାହଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । କୁହାଯାଉଛି ଯେ ଟିମ୍‌ ଇଣ୍ଡିଆ ହେଡ୍‌କୋଚ୍‌ ପାଇଁ ଗମ୍ଭୀରଙ୍କ ନାମ ପ୍ରାୟ ଚୂଡାନ୍ତ । କେବଳ ଔପଚାରିକ ଘୋଷଣା ବାକି ରହିଛି ।

ତେବେ ଗମ୍ଭୀରଙ୍କୁ ନେଇ ଜାରି ରହିଥିବା ଚର୍ଚ୍ଚା ମଧ୍ୟରେ ବଡ଼ ସଙ୍କେତ ଦେଇଛନ୍ତି ଗୌତମ । ମୁଖ୍ୟ ପ୍ରଶିକ୍ଷକ ହେବା ପାଇଁ ଗମ୍ଭୀର ମଧ୍ୟ ସବୁଜ ସଙ୍କେତ ଦେଇଛନ୍ତି । ଗମ୍ଭୀର କହିଛନ୍ତି ଯେ ଭାରତୀୟ ଦଳକୁ ପ୍ରଶିକ୍ଷଣ ଦେବାଠାରୁ ଅଧିକ ସମ୍ମାନ ଆଉ କେଉଁଥିରେ ନାହିଁ । ଅବୁଧାବିରେ ଏକ ଇଭେଣ୍ଟରେ ଗମ୍ଭୀର କହିଛନ୍ତି, 'ମୁଁ ଭାରତୀୟ ଦଳକୁ ପ୍ରଶିକ୍ଷଣ ଦେବାକୁ ପସନ୍ଦ କରିବି । ନିଜର ଜାତୀୟ ଦଳକୁ (ଭାରତୀୟ ଦଳ) ପ୍ରଶିକ୍ଷଣ ଦେବାଠାରୁ ଅଧିକ ସମ୍ମାନ ଆଉ କେଉଁଥିରେ ନାହିଁ ବୋଲି ସେ କହିଛନ୍ତି ।

Advertisment

ଗମ୍ଭୀର ଆହୁରି କହିଛନ୍ତି, ଯେ ମୁଁ ଭାରତକୁ ବିଶ୍ୱକପ୍‌ ଜିତିବାରେ ସାହାଯ୍ୟ କରିବି ନାହିଁ, ବରଂ ୧୪୦ କୋଟି ଭାରତୀୟ ହିଁ ଭାରତକୁ ବିଶ୍ୱକପ ଜିତିବାରେ ସାହାଯ୍ୟ କରିବେ। ତେବେ ନିକଟରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ମଧ୍ୟ ଗୌତମ ଗମ୍ଭୀରଙ୍କୁ ସମର୍ଥନ କରିଥିଲେ ।

ସୂଚନା ଅନୁସାରେ ଗୌତମ ଗମ୍ଭୀର ୪ ଡିସେମ୍ବର ୨୦୧୮ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ । ଅବସର ନେବାର କିଛି ମାସ ପରେ ସେ ରାଜନୀତିରେ ଡେବ୍ୟୁ କରିଥିଲେ । ୨୦୧୯ ନିର୍ବାଚନ ପୂର୍ବରୁ ଗମ୍ଭୀର ବିଜେପିରେ ସାମିଲ ହୋଇଥିଲେ ଏବଂ ନିର୍ବାଚନ ଲଢ଼ିଥିଲେ ଓ ଜିତିଥିଲେ । ଗୌତମ ଗମ୍ଭୀର ୨୦୧୬ରେ ରାଜକୋଟ୍‌ରେ ଇଂଲଣ୍ଡ ବିପକ୍ଷରେ ଭାରତ ପାଇଁ ଶେଷ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ ।

Advertisment

ଗୌତମ ଗମ୍ଭୀର କୌଣସି ଜାତୀୟ କିମ୍ବା IPL ଦଳରେ ମୁଖ୍ୟକୋଚ୍‌ ଭାବେ ଦାୟିତ୍ୱ ତୁଲାଇ ନାହାନ୍ତି । କିନ୍ତୁ ସେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ୍‌ ଓ କୋଲକାତା ନାଇଟ ରାଇଡର୍ସର ମେଣ୍ଟର ଭାବେ କାର୍ଯ୍ୟ କରିଛନ୍ତି । ମେଣ୍ଟର ଭାବେ ଗମ୍ଭୀର ଲକ୍ଷ୍ନୌକୁ ପ୍ରଥମ ସିଜିନ୍‌ରେ ପ୍ଲେ ଅଫ୍‌କୁ ନେଇଥିଲେ । ସେହିପରି ଗମ୍ଭୀରଙ୍କ ମେଣ୍ଟରସିପ୍‌ କେକେଆର ଚଳିତ ବର୍ଷ ଟ୍ରଫି ଜିତିବାରେ ସଫଳ ହୋଇଛି ।

BCCI Gautam Gambhir Head Coach
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ