ଚର୍ଚ୍ଚାରେ କୋହଲି ଓ ଗମ୍ଭୀରଙ୍କ ସାକ୍ଷାତକାର: ତୁଟି ଗଲା କି ସବୁ ବିବାଦ ? 

ତୁଟି ଗଲା କି ସବୁ ବିବାଦ ? ସବୁ ଘଟଣାର ହୋଇଗଲା କି ଅନ୍ତ ? ବିରାଟ କୋହଲି ଓ ଗୌତମ ଗମ୍ଭୀରଙ୍କୁ ନେଇ ଏବେ ଏମିତି ଚର୍ଚ୍ଚା କରୁଛନ୍ତି ଫ୍ୟାନ୍‌ । ଚର୍ଚ୍ଚା କରିବାର କାରଣ ବି ରହିଛି । 

Gautam Gambhir and Virat kohli

ଚର୍ଚ୍ଚାରେ କୋହଲି ଓ ଗମ୍ଭୀରଙ୍କ ସାକ୍ଷାତକାର । ତୁଟି ଗଲା କି ସବୁ ବିବାଦ ? ସବୁ ଘଟଣାର ହୋଇଗଲା କି ଅନ୍ତ ? ଏମିତି ଚର୍ଚ୍ଚା ଏବେ ବିରାଟ କୋହିଲ ଓ ଗୌତମ ଗମ୍ଭୀରଙ୍କୁ ନେଇ କରୁଛନ୍ତି ଫ୍ୟାନ୍‌ । ଚର୍ଚ୍ଚା କରିବାର କାରଣ ବି ରହିଛି । ଯାହା କେହି ଭାବିନଥିଲେ, ତାହା କରି ଦେଖାଇଛି ବିସିସିଆଇ। କ୍ରିକେଟ୍‌ ପଡିଆର ଦୁଇ ମହାରଥୀ ତଥା ବିରାଟ କୋହଲି ଓ କୋଚ ଗୌତମ ଗମ୍ଭୀରଙ୍କ ଏକ ସାକ୍ଷାତକାର ସାମ୍ନାକୁ ଆସିଛି। ଯାହାର ଭିଡିଓ ବିସିସିଆଇ ନିଜର ଅଫିସିଆଲ୍‌ ‘X’ ଆକାଉଣ୍ଟରେ ସେୟାର କରିଛି ।

ଏଭଳି ସାକ୍ଷାତକାର ବାଲଂଦେଶ ଟେଷ୍ଟ ସିରିଜ୍‌ ପୂର୍ବରୁ ଆସିଛି । ପୂର୍ବରୁ କୋହିଲ ଓ ଗମ୍ଭୀରଙ୍କ ବହୁତ ବିବାଦ ଦେଖିବାକୁ ମିଳିଛି । ଯେମିତି ଆଇପିଏଲ୍‌କୁ ନେଇ ହେଉ କି ପଡ଼ିଆ ବାହାରେ ହେଉ । ଯାହା ସବୁବେଳେ ଚର୍ଚ୍ଚାରେ ରହି ଆସିଛି । ତେବେ ସେୟାର ହୋଇଥିବା ଭିଡିଓରେ ଉଭୟ ବ୍ୟାଟର୍‌ ୨୦୧୧ ବିଶ୍ୱକପ୍‌ ଖେଳିଥିବା ସ୍ମରଣୀୟ ପାଳି ବିଷୟରେ ଆଲୋଚନା କରିଥିଲେ । କିପରି ବିଶ୍ୱକପ୍‌ ଫାଇନାଲରେ ଧୈର୍ଯ୍ୟର ସହ ପାଳି ଖେଳିଥିଲେ । ଆଉ ଦେଶକୁ ୨୮ ବର୍ଷ ପରେ ଦିନିକିଆ ବିଶ୍ୱକପ୍‌ ଟ୍ରଫି ଜିତାଇବାରେ ସହଯୋଗ କରିଥିଲେ ।  

ସେହିପରି ସାକ୍ଷାତକାର ଆରମ୍ଭରୁ ବିରାଟଙ୍କୁ କୋଚ୍‌ ଗମ୍ଭୀର କହିଛନ୍ତି ଯେ, ମୋର ମନେ ଅଛି ତୁମେ ଅଷ୍ଟ୍ରେଲିଆ ସିରିଜ୍‌ରେ ଜୋରଦାର ପ୍ରଦର୍ଶନ କରିଥିଲ। ତୁମ ବ୍ୟାଟ୍‌ରୁ ଢେର୍‌ ସାରା ରନ୍‌ ବାହାରିଥିଲା। ସେହି ଗସ୍ତରେ ତୁମେ ଅଲ୍‌ଗା ଜୋସ୍‌ରେ ଥିଲ । ତୁମର ସେହି ସିରିଜ୍‌ ବ୍ୟାଟିଂ ଦେଖିଲେ, ମୋତେ ମୋର ନାପିଅରରେ ଖେଳିଥିବା ଇନିଂସ କଥା ମନେ ପଡିଯାଏ । ୨୦୧୪-୧୫ରେ ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷରେ ଚାରୋଟି ଟେଷ୍ଟ ମ୍ୟାଚ୍‌ ଖେଳି ୬୯୨ ରନ୍‌ ସଂଗ୍ରହ କରିଥିଲେ । ୮୬.୫୦ ପ୍ରତିଶତରେ ରନ୍‌ ସଂଗ୍ରହ କରିଥିଲେ ବିରାଟ । ସେହିପରି ୨୦୦୯ରେ ନ୍ୟୁଜିଲାଣ୍ଡ ଗସ୍ତରେ ଥିଲା ଟିମ୍‌ ଇଣ୍ଡିଆ। ନାପିଅରରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଉପରେ ପରାଜୟର ବିପଦ ଥିଲା । ଯେଉଁଠି ଗୌତମ ଗମ୍ଭୀର ୪୩୬ ବଲ୍‌ ଖେଳି ୧୩୭ ରନ୍‌ କରିଥିଲେ । ଆଉ ଭାରତକୁ ପରାଜୟରୁ ରକ୍ଷା କରିଥିଲେ । 

ଏହାପରେ ଗୌତମ ଗମ୍ଭୀରଙ୍କୁ ବିରାଟ କୋହଲି ପଚାରିଥିଲେ କି, ଯେତେବେଳେ ଆପଣ ମୈଦାନରେ ବିରୋଧୀ ଟିମ୍‌ଙ୍କ ସହିତ ଲଢେଇ କରନ୍ତି, ସେମାନେ ନିଜର କମ୍ଫଟ ଜୋନ୍‌ରୁ ବାହାରକୁ ଆସନ୍ତି, ଆଉ ଆଉଟ୍‌ ହୋଇଯାଆନ୍ତି । ଏହା ଆପଣଙ୍କୁ ମୋଟିଭେଟ୍‌ କରେକି । ଏହାର ଉତ୍ତର ଦେଇ ହସିକି ଗମ୍ଭୀର କହିଥିଲେ କି,  ମୋତେ ଲାଗୁଛି କି ପଡିଆରେ ମୋ ଠାରୁ ତୁମେ ବୋଧେ ଅଧିକ ଲଢେଇ କରିଥାଅ । ଏହାର ଉତ୍ତର ତୁମେ ମୋ ଠାରୁ ଅଧିକ ଭଲରେ ଦେଇପାରିବ ।