Advertisment

ବିଶ୍ୱକପ୍‌ ଫାଇନାଲକୁ ଯିବ କିଏ, ଭବିଷ୍ୟବାଣୀ କଲେ ଗାଙ୍ଗୁଲି

୨୦୦୩ ବିଶ୍ୱକପ୍‌ ଫାଇନାଲରେ ନେତୃତ୍ୱ ନେଇଥିଲେ ଗାଙ୍ଗୁଲି।

ଅଦ୍ୟତନ ହୋଇଛି
 Saurav Ganguly

Saurav Ganguly

Advertisment

ଟି-ଟ୍ୱେଣ୍ଟି ବିଶ୍ୱକପ୍‌କୁ କ୍ରିକେଟ୍‌ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ। ଟାଇଟଲ୍ ନେବ କିଏ? ବିଶ୍ୱକପ୍‌ର ବିଜେତା କିଏ ହେବ? ଏନେଇ ଅନେକ ଆଶଙ୍କା ମନକୁ ଆସିଥିବା ବେଳେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଭବିଷ୍ୟବାଣୀ କରିଛନ୍ତି।

Advertisment

ବିଶ୍ୱକପ୍‌ରେ ଷ୍ଟେଜ୍‌-୧୨ରେ ଭାରତ ଲଗାତାର ୨ଟି ମ୍ୟାଚ ଜିତିଥିବା ବେଳେ ତୃତୀୟ ମ୍ୟାଚ୍‌ ହାରିଯାଇଛି। ଭାରତ ପ୍ରଥମ ମ୍ୟାଚରେ ପାକିସ୍ତାନ ଓ ଦ୍ୱିତୀୟ ମ୍ୟାଚରେ ନେଦରଲ୍ୟାଣ୍ଡକୁ ହରାଇଥିଲା। କିନ୍ତୁ ସାଉଥଆଫ୍ରିକା ବିପକ୍ଷ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଭାରତ ହାରିଯାଇଥିଲା। ତେବେ ଆଗକୁ ଭାରତ ଦିଗ କୁଆଡେ ଯିବ, ଅନେକ ପ୍ରଶ୍ନ ମଧ୍ୟରେ ଗାଙ୍ଗୁଲିଙ୍କ ମତ ନୂଆ ଉନ୍ମାଦନା ସୃଷ୍ଟି କରିଛି।

ଭାରତ ଫାଇନାଲକୁ ଯିବ ବୋଲି ଭବିଷ୍ୟବାଣୀ କରିଛନ୍ତି ଗାଙ୍ଗୁଲି । କାହିଁକିନା ୨୦୦୩ ବିଶ୍ୱକପ୍‌ ଫାଇନାଲରେ ନେତୃତ୍ୱ ଗାଙ୍ଗୁଲି ନେଇଥିଲେ। ହେଲେ ପର୍ଥରେ ସାଉଥଆଫ୍ରିକା ଠୁ ହାରିବା ପରେ ଭାରତ ଟପ୍‌ ଅର୍ଡର ଉପରେ ପ୍ରଶ୍ନ ଉଠିଛି। 

Advertisment

ଏଭଳି ସ୍ଥିତିରେ ଗାଙ୍ଗୁଲି କହିଛନ୍ତି ଯେ ଭାରତ ମାତ୍ର ଗୋଟିଏ ମ୍ୟାଚ୍‌ ହିଁ ହାରିଛି। ଭାରତ ନିଶ୍ଚିତ କ୍ୱାଲିଫାଏ କରିବ। ସମସ୍ତେ ଭଲ ଖେଳୁଛନ୍ତି। ଭାରତ କ୍ୱାଲିଫାଏ କରିବ ବୋଲି ମୋର ଆଶା। ଭାରତ ଫାଇନାଲକୁ ଯିବା ନେଇ ମୁଁ ବହୁତ ଆଶାବାଦୀ।  

T20 World Cup Saurav Ganguly
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ