Advertisment

ଦାଦନ ଖଟୁଛନ୍ତି ଅନ୍ତର୍ଜାତୀୟ ଖେଳାଳି

ଦିନେ ହାତରେ ହକିଷ୍ଟିକ୍ ଧରି ନିଜର ପଡ଼ିଆରେ ନିଜର ଯାଦୁ ଦେଖାଉଥିବା ସନ୍ତୋଷ ଏବେ ଘରେ ଚାଷବାସ କରୁଛନ୍ତି। ଚାଷ କାମ ସରିଲେ ଗୋଆ ଯାଇ ଦାଦନ ଖଟୁଛନ୍ତି। ବଡ଼ କଥା ହେଉଛି ଇଗ୍ନେଶ, ପ୍ରବୋଧ ଓ ଦୀପଗ୍ରେସଙ୍କ ଭଳି ୧୦ରୁ ଅଧିକ ହକି ଖେଳାଳି ସନ୍ତୋଷଙ୍କ ଗାଁରୁ ବାହାରିଛନ୍ତି। ମାତ୍ର ସନ୍ତୋଷ ସରକାରଙ୍କ ନଜର ଆଢୁଆଳରେ ରହିଯାଇଛନ୍ତି।

ଅଦ୍ୟତନ ହୋଇଛି
ଦାଦନ ଖଟୁଛନ୍ତି ଅନ୍ତର୍ଜାତୀୟ ଖେଳାଳି

ଅନ୍ତର୍ଜାତୀୟ ଖେଳାଳି

Advertisment

ସୁନ୍ଦରଗଡ଼: ଅଲିମ୍ପିକ୍ସରେ ଭାରତର ସର୍ବକାଳୀନ ପ୍ରଦର୍ଶନ ପରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ଚିନ୍ତା କରୁଛନ୍ତି ରାଜ୍ୟ ସରକାର। ତେବେ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଥିବା ଜାତୀୟ ଓ ଅନ୍ତର୍ଜାତୀୟ ଖେଳାଳି ଆଜି ବି ଅବହେଳିତ ଅବସ୍ଥାରେ କିଏ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ଦାଦାନ ଖଟିବାକୁ ଯାଉଛି ତ କିଏ ଚାକିରି ଖଣ୍ଡେ ପାଇଁ କରୁଛି ସଂଘର୍ଷ। ପୁଳାପୁଳା ସାର୍ଟିଫିକେଟ୍ ଏବଂ ମେଡାଲ୍ ଦିନେ ଖେଳ ପଡ଼ିଆରେ ଝାଳ ବୁହାଇ ଏସବୁ ହାସଲ କରିଥିଲେ ମାତ୍ର ଆଜି ଏହା ତାଙ୍କ ପାଇଁ ମୂଲ୍ୟହୀନ। ଆମେ କହୁଛୁ ଜାତୀୟ ହକି ଖେଳାଳି ସୁନ୍ଦରଗଡ଼ ଲୁଲୁକିଡିହିର ସନ୍ତୋଷ ମାଝୀଙ୍କ କଥା।

Advertisment

ଦିନେ ହାତରେ ହକିଷ୍ଟିକ୍ ଧରି ନିଜର ପଡ଼ିଆରେ ନିଜର ଯାଦୁ ଦେଖାଉଥିବା ସନ୍ତୋଷ ଏବେ ଘରେ ଚାଷବାସ କରୁଛନ୍ତି। ଚାଷ କାମ ସରିଲେ ଗୋଆ ଯାଇ ଦାଦନ ଖଟୁଛନ୍ତି। ବଡ଼ କଥା ହେଉଛି ଇଗ୍ନେଶ, ପ୍ରବୋଧ ଓ ଦୀପଗ୍ରେସଙ୍କ ଭଳି ୧୦ରୁ ଅଧିକ ହକି ଖେଳାଳି ସନ୍ତୋଷଙ୍କ ଗାଁରୁ ବାହାରିଛନ୍ତି। ମାତ୍ର ସନ୍ତୋଷ ସରକାରଙ୍କ ନଜର ଆଢୁଆଳରେ ରହିଯାଇଛନ୍ତି। ସରକାରୀ ପ୍ରୋତ୍ସାହନ ଅଭାବରୁ ସେ ବାଧ୍ୟ ହୋଇ ଦାଦନ ଖଟିବାକୁ ଯାଉଥିବା କହିଛନ୍ତି। ଅନ୍ୟପଟେ ଖେଳାଳିଙ୍କ ଉନ୍ନତି ପାଇଁ ପଦକ୍ଷେପ ନିଆଯାଉଥିବା ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପଓ୍ୱନ କଲ୍ୟାଣ କହିଛନ୍ତି।  

ସେହିପରି ଆଉ ଦୁଇ ପ୍ରତିଭା ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରର ଖୋ ଖୋ ଖେଳାଳି ସତ୍ୟଜିତ ସିଂ ଓ ଜଗନ୍ନାଥ ମୁର୍ମୁ। ଉଭୟଙ୍କ ଘର ମୟୂରଭଂଜ ଜିଲ୍ଲାରେ ହୋଇଥିବା ବେଳେ ବାଲେଶ୍ୱରରେ ରହି ପଢ଼ାପଢ଼ି କରୁଛନ୍ତି ଏବଂ ଚାକିରି ପାଇଁ ଚେଷ୍ଟା ବି କରୁଛନ୍ତି ସତ୍ୟଜିତ୍। ସାଉଥ୍ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ରାଜ୍ୟ ଓ ଜାତୀୟ ସ୍ତରରେ ଖେଳି ମେଡାଲ ଏତେ ଜିତିଛନ୍ତି ଯେ ଘରେ ରଖିବାକୁ ଜାଗା ନାହିଁ।

Advertisment

ସେହିପରି ଜଗନ୍ନାଥ ରାଜ୍ୟ ଓ ଜାତୀୟ ସ୍ତରରେ ଖୋ ଖୋ ଖେଳି ଅନେକ ପୁରସ୍କାର ପାଇଛନ୍ତି ମାତ୍ର ଏମାନଙ୍କ ଭାଗ୍ୟ ଭବିଷ୍ୟତ କେବଳ ଏହି ମେଡାଲ୍ ଓ ସାର୍ଟିଫିକେଟରେ ସୀମିତ ରହିଯାଇଛି। ଉଭୟଙ୍କୁ ଏଯାଏଁ କୌଣସି ସରକାରୀ ପ୍ରୋତ୍ସାହନ କି ଚାକିରି ମିଳିପାରିନଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଖେଳାଳିଙ୍କୁ ପରିଚୟ ପତ୍ର ଦେବା ପାଇଁ ବ୍ୟବସ୍ଥା କରାଯାଉଛି। ପରିଚୟ ପତ୍ର ପାଇବା ପରେ ସେମାନେ ସରକାରୀ ଚାକିରି ପାଇପାରିବେ ବୋଲି ଜିଲ୍ଲା କ୍ରୀଡ଼ା ଅଧିକାରୀ କହିଛନ୍ତି।  

ରିପୋର୍ଟ: ବିିଜୟ ବରୁଆ ଓ ରଶ୍ମିରଂଜନ ଦାଶ  

Odisha News Odisha Government Indian Hockey
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ