Advertisment

କ୍ୟାଚ୍ ଆଣିଦେଲା ବିଶ୍ବକପ୍ ଟ୍ରଫି; ୮୩ରେ କପିଲ୍ ଦେବଙ୍କ କ୍ୟାଚ୍, ୨୪ରେ ସୂର୍ଯ୍ୟକୁମାର

ଦୁଇଟି ବିଶ୍ୱକପ୍, ଦୁଇଟି ଅଭୁଲା କ୍ୟାଚ୍ । କୁହାଯାଏ ନା କ୍ୟାଚ୍ ବଦଳାଇ ଦିଏ ମ୍ୟାଚ୍ । ଏଠି ତ ଗୋଟିଏ କ୍ୟାଚ୍‌ ବିଶ୍ୱକପ୍ ଟ୍ରଫି ହିଁ ଆଣିଦେଲା।

T20 World Cup

T20 World Cup

Advertisment

ବାର୍ବଡାସରେ ଇତିହାସ ରଚିଛି ଟିମ୍‌ ଇଣ୍ଡିଆ । ୧୭ ବର୍ଷ ପରେ ଟି-୨୦ ବିଶ୍ୱକପ୍‌ ଜିତିଛି ଭାରତ । ଦଷିଣ ଆଫ୍ରିକାକୁ ୭ ରନ୍‌ରେ ପରାସ୍ତ କରି ଟାଇଟଲ୍‌ ହାତେଇଛି ଟିମ୍‌ ଇଣ୍ଡିଆ । ୨୦୦୭ ପରେ ୨୦୨୪ରେ ଟି-୨୦ ବିଶ୍ୱକପ୍‌ ଜିତିଛି ଭାରତ । କପିଲ ଦେବ, ଏମ୍‌‌‌‌‌‌‌ ଏସ୍‌‌ ଧୋନିଙ୍କ ପରେ ଏବେ ରୋହିତ ଶର୍ମା ଏହି ତାଲିକାରେ ସାମିଲ ହୋଇଛନ୍ତି, ଯାହାଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ କୌଣସି ଆଇସିସି ଟ୍ରଫି ଜିତିଛି ।

Advertisment

ତେବେ ଏହି ରୋମାଞ୍ଚକର ଫାଇନାଲ ମ୍ୟାଚ୍‌ରେ ସୂର୍ଯ୍ୟକୁମାର ଯାଦବ ଏମିତି ଏକ କ୍ୟାଚ୍‌ ଧରି‌ଥିଲେ ଯାହା ସବୁ କ୍ରିକେଟ ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ସୂର୍ଯ୍ୟକୁମାରଙ୍କ ଏହି କ୍ୟାଚ୍ ଦେଖି ପ୍ରଶଂସକ ଏବଂ ପୂର୍ବତନ କ୍ରିକେଟର ୧୯୮୩ ବିଶ୍ୱକପ୍ ଫାଇନାଲରେ କପିଲ ଦେବଙ୍କ ଦ୍ୱାରା ନିଆଯାଇଥିବା ଐତିହାସିକ କ୍ୟାଚ୍ ବିଷୟରେ ସ୍ମରଣ କରିଛନ୍ତି। ବାସ୍ତବରେ, ଗତକାଲି ସୂର୍ଯ୍ୟକୁମାର ଯାଦବଙ୍କ ଏହି କ୍ୟାଚ୍ ହିଁ ପୂରା ମ୍ୟାଚ୍‌ର ଟଣ୍ଣିଂ ପଏଣ୍ଟ ଥିଲା ।

ଦୁଇଟି ବିଶ୍ୱକପ୍, ଦୁଇଟି ଅଭୁଲା କ୍ୟାଚ୍ । କୁହାଯାଏ ନା କ୍ୟାଚ୍ ବଦଳାଇ ଦିଏ ମ୍ୟାଚ୍ । ଏଠି ତ ଗୋଟିଏ କ୍ୟାଚ୍‌ ବିଶ୍ୱକପ୍ ଟ୍ରଫି ହିଁ ଆଣିଦେଲା। ୨୫ ଜୁନ୍ ୧୯୮୩ ଲର୍ଡସ୍‌ରେ କପିଲ ଦେବଙ୍କ କ୍ୟାଚ୍ ଭାରତକୁ ବିଶ୍ୱକପ୍ ବିଜେତା କରିଥିଲା । ଆଉ ଗତକାଲି ବାର୍ବଡାସରେ ସୂର୍ଯ୍ୟକୁମାର ଯାଦବଙ୍କ କ୍ୟାଚ୍ ପୁଣି ଥରେ ଭାରତକୁ ବିଶ୍ୱକପ୍ ଟାଇଟାଲ୍ ଆଣି ଦେଇଛି ।

Advertisment

୧୯୮୩ ବିଶ୍ୱକପ୍‌ ଫାଇଲରେ ୱେଷ୍ଟଇଣ୍ଡିଜ୍‌ର ଭିଭେନ୍ ରିଚାର୍ଡଙ୍କ ଏକ ସଟ୍‌କୁ କ୍ୟାଚ୍ କରି ନେଇଥିଲେ କପିଲ୍ ଦେବ । ପଛୁଆ ଦୌଡ଼ି ଦୌଡ଼ି ଦମଦାର କ୍ୟାଚ୍‌ ଧରିଥିଲେ କପିଲ । ଆଉ ଗତକାଲି ଲଢ଼ୁଆ ମିଲର୍‌ଙ୍କ ଏକ ଲମ୍ବା ଛକାକୁ ବାଉଣ୍ଡରୀ ପାଖରୁ ଲମ୍ଫ ମାରି ବେଶ୍ କୁଶଳତା ସହ କ୍ୟାଚ୍ ଧରିଥିଲେ ସୂର୍ଯ୍ୟକୁମାର ଯାଦବ । ସେଇ ଗୋଟିଏ କ୍ୟାଚ୍ ପୁରା ମ୍ୟାଚର ପରିଣାମକୁ ବଦଳାଇ ଦେଇଥିଲା। ମିଲର୍‌ଙ୍କ ୱିକେଟ୍ ପରେ ଏକତରଫା ଭାବେ ଭାରତ ଏହି ମ୍ୟାଚ୍‌କୁ ନିଜ ନାଁରେ କରିବା ସହ ଟ୍ରଫି ମଧ୍ୟ ହାତେଇଥିଲା। ଭବିଷ୍ୟତରେ ଯେବେ ଯେବେ ୨୦୨୪ ବିଶ୍ବକପ୍ କଥା ଆସିବ ସେବେ ସେବେ ସୂର୍ଯ୍ୟକୁମାର ଯାଦବଙ୍କ ଏହି କ୍ୟାଚ୍ କ୍ରିକେଟ ପ୍ରେମୀଙ୍କ ମନେ ରହିବ ।

World Cup Suryakumar Yadav Kapil Dev
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ