Advertisment

ଇଂଲଣ୍ଡକୁ ଡବଲ ଝଟକା, ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାଇଁ କ୍ୱାଲିଫାଏ କରିପାରିବନି ଇଂଲଣ୍ଡ !

୨୦୨୫ରେ ପୁଣି ଫେରୁଛି ଆଇସିସି ଚାମ୍ପିଅନ୍ସ ଟ୍ରଫି। ଏହାକୁ ଆୟୋଜିତ କରିବାର ଅଧିକାର ମିଳିଛି ପାକିସ୍ତାନକୁ। ତେବେ ଏହି ଚାମ୍ପିଅନ୍ସ ଟ୍ରଫି କ୍ୱାଲିଫାଏକୁ ନେଇ ଏବେ ବେଶ୍ ଚର୍ଚ୍ଚା ହେଉଛି।

ଅଦ୍ୟତନ ହୋଇଛି
England

England

Advertisment

ଦିନିକିଆ ବିଶ୍ୱକପ୍‌ରେ ଭାରତଠୁ ପରାଜୟ ପରେ ଇଂଲଣ୍ଡକୁ ଲାଗିଛି ଡବଲ୍ ଝଟକା। ପ୍ରଥମେ ତ ଦିନିକିଆ ବିଶ୍ୱକପ୍‌ର ସେମିଫାଇନାଲ ରେସ୍‌ରୁ ଏକ ପ୍ରକାର ବିଦା ହୋଇସାରିଛି ଟିମ୍ ଇଂଲଣ୍ଡ। ଏହା ସହ ଚାମ୍ପିଅନ୍ସ ଟ୍ରଫି ପାଇଁ କ୍ୱାଲିଫାଏ କରିନପାରେ ଇଂଲଣ୍ଡ। ଜୋଶ୍ ବଟଲରଙ୍କ ଅଧିନାୟକତ୍ୱରେ ଖେଳୁଥିବା ଇଂଲଣ୍ଡ ଚଳିତ ବିଶ୍ୱକପ୍‌ର ପଏଣ୍ଟ୍ସ ଟେବୁଲରେ ଏବେ ଶେଷ ସ୍ଥାନରେ ରହିଛି। ଏପର୍ଯ୍ୟନ୍ତ ଇଂଲଣ୍ଡ ୬ଟି ମ୍ୟାଚ୍‌ ଖେଳି ମାତ୍ର ଗୋଟିଏ ମ୍ୟାଚ୍‌ରେ ବିଜୟ ହାସଲ କରିଛି। ତେବେ ଏପରି ସ୍ଥିତିରେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ଯେ ଖାଲି ଚଳିତ ବିଶ୍ୱକପ୍‌ର ସେମିଫାଇନାଲ ରେସ୍‌ରୁ ବାଦ୍ ପଡ଼ିଛି ତା ନୁହେଁ। ଯଦି ଆଉ ତିନୋଟି ମ୍ୟାଚ୍‌ରେ ଏଭଳି ପ୍ରଦର୍ଶନ ଜାରି ରଖେ ତେବେ ୨୦୨୫ରେ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପାଇଁ ମଧ୍ୟ କ୍ୱାଲିଫାଏ କରିପାରିବନି ଇଂଲଣ୍ଡ।

Advertisment

୨୦୨୫ରେ ପୁଣି ଫେରୁଛି ଆଇସିସି ଚାମ୍ପିଅନ୍ସ ଟ୍ରଫି। ଏହାକୁ ଆୟୋଜିତ କରିବାର ଅଧିକାର ମିଳିଛି ପାକିସ୍ତାନକୁ। ତେବେ ଏହି ଚାମ୍ପିଅନ୍ସ ଟ୍ରଫି କ୍ୱାଲିଫାଏକୁ ନେଇ ଏବେ ବେଶ୍ ଚର୍ଚ୍ଚା ହେଉଛି। କାହିଁକି ନା ଚଳିତ ବିଶ୍ୱକପ୍‌ର ଲିଗ୍ ମ୍ୟାଚ୍‌ ଶେଷ ପରେ ପଏଣ୍ଟ ଟେବୁଲର ଟପ୍ ୭ଟି ଟିମ୍ ଚାମ୍ପିଅନ୍ସ ଟ୍ରଫି ପାଇଁ ସିଧାସଳଖ କ୍ୱାଲିଫାଏ କରିବେ। ଅଷ୍ଟମ ଦଳ ଭାବେ ଆୟୋଜିତ ପାକିସ୍ତାନ ଯୋଗ୍ୟତା ଅର୍ଜନ କରିବ।

ତେଣୁ ବର୍ତ୍ତମାନ ବିଶ୍ୱକପ୍‌ର ପଏଣ୍ଟ୍ସ ଟେବୁଲ କଥା ଯଦି କହିବା ତାହାଲେ ନବମ ଓ ଦଶମ ସ୍ଥାନରେ ରହିଛନ୍ତି ବାଂଲାଦେଶ ଓ ଇଂଲଣ୍ଡ। ଯଦି ବିଶ୍ୱକପ୍‌ର ସମସ୍ତ ଲିଗ୍‌ ମ୍ୟାଚ୍‌ ଶେଷ ହେବା ପରେ ବି ପଏଣ୍ଟ ଟେବୁଲ ଏହି ପରି ରୁହେ। ତେବେ ଚାମ୍ପିଅନ୍ସ ଟ୍ରଫି ପାଇଁ ଇଂଲଣ୍ଡ ଓ ବାଂଲାଦେଶ କ୍ୱାଲିଫାଏ କରିପାରିବନି।

Advertisment

ଚଳିତ ଦିନିକିଆ ବିଶ୍ୱକପ୍‌ରେ ଆହୁରି ୩ଟି ମ୍ୟାଚ୍‌ ଖେଳିବ ଇଂଲଣ୍ଡ। ଯଦି ଚାମ୍ପିଅନ୍ସ ଟ୍ରଫିରେ କ୍ୱାଲିଫାଏ କରିବାକୁ ହେଲେ ଇଂଲଣ୍ଡକୁ ପରବର୍ତ୍ତୀ ତିନୋଟି ମ୍ୟାଚ୍‌ରେ ଅତିକମ୍‌ରେ ୨ଟି ମ୍ୟାଚ୍‌ରେ ବିଜୟଲାଭ କରିବାକୁ ହେବ। କେବଳ ୨ଟି ମ୍ୟାଚ୍‌ରେ ବିଜୟଲାଭ ସହ ଅନ୍ୟ ଦଳର ହାର୍ ଜିତ୍‌ ଉପରେ ଇଂଲଣ୍ଡ ଦଳକୁ ନିର୍ଭର କରିବାକୁ ପଡ଼ିବ।

India England 2023 Men's World Cup ICC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ