Advertisment

India Vs England ODI: ବାରବାଟୀ ବ୍ୟାଟଲ: ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି

ମ୍ୟାଚ୍ ଦେଖିବାକୁ ସକାଳୁ ସକାଳୁ ଷ୍ଟାଡିୟମ ଭିତରେ ଓ ବାହାରେ ଲାଗିଛି ଖଚାଖଚ ଭିଡ଼। ପ୍ରିୟ ଖେଳାଳିଙ୍କୁ ଚିୟର ଅପ୍ ପାଇଁ ଦର୍ଶକ ମୁହଁରେ ରଙ୍ଗ ଲଗାଇ ଏବ ଟିମ୍ ଇଣ୍ଡିର ଜର୍ସି ପିନ୍ଧି ପ୍ରସ୍ତୁତ ରହିଛନ୍ତି ଫ୍ୟାନ୍ ଓ ଦର୍ଶକ।

ଅଦ୍ୟତନ ହୋଇଛି
India-England ODI

India-England ODI

Advertisment

କଟକ ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହୋଇଛି ସୁପର ସଣ୍ଡେରେ ମହା-ମୁକାବିଲା। ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଇଂଲଣ୍ଡ ଟିମ୍।ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଇଂଲଣ୍ଡ। ଦିନିକିଆରେ ଡେବ୍ୟୁ କରିବେ ବରୁଣ ଚକ୍ରବର୍ତ୍ତୀ। ଟି-ଟ୍ବେଣ୍ଟିରେ ଦମଦାର ପ୍ରଦର୍ଶନ କରିଥିଲେ ବରୁଣ।

Advertisment

ଅନ୍ୟପକ୍ଷରେ ଭାରତୀୟ ଟିମରେ ଦୁଇଟି ପରିବର୍ତ୍ତନ ହୋଇଛି। ବାଦ ପଡିଛନ୍ତି କୁଲଦୀପ ଓ ବରୁଣ। ଜୟସ୍ୱାଲଙ୍କ ସ୍ଥାନରେ ଖେଳିବେ ବିରାଟ କୋହଲି।

ଅନ୍ୟପକ୍ଷରେ ମ୍ୟାଚ୍ ଦେଖିବାକୁ ସକାଳୁ ସକାଳୁ ଷ୍ଟାଡିୟମ ଭିତରେ ଓ ବାହାରେ ଲାଗିଛି ଖଚାଖଚ ଭିଡ଼। ପ୍ରିୟ ଖେଳାଳିଙ୍କୁ ଚିୟର ଅପ୍ ପାଇଁ ଦର୍ଶକ ମୁହଁରେ ରଙ୍ଗ ଲଗାଇ ଏବ ଟିମ୍ ଇଣ୍ଡିର ଜର୍ସି ପିନ୍ଧି ପ୍ରସ୍ତୁତ ରହିଛନ୍ତି ଫ୍ୟାନ୍ ଓ ଦର୍ଶକ।

Advertisment

ଆଜିର ମ୍ୟାଚ୍ ଦେଖିବାକୁ ଫ୍ୟାନ୍ସଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ରହିଛି। ଦିନ ୧୧ଟାରେ ଖୋଲିଥିଲା ବାରବାଟୀ ଷ୍ଟାଡ଼ିୟମ ଗେଟ୍। ଷ୍ଟାଡ଼ିୟମ ଭିତରକୁ ପାଣିବୋତଲ୍, ଫଳ, ଖାଦ୍ୟ ସାମଗ୍ରୀ, ହେଲମେଟ୍, ଲାଠି, ଲାଇଟର୍ କିମ୍ବା ଦିଆସିଲି ଭଳି ସାମଗ୍ରୀ କେହି ନେଇପାରିବେ ନାହିଁ ବୋଲି ବାରଣ ହୋଇଛି। ସାଙ୍ଗରେ କେବଳ ମୋବାଇଲ୍ ସହ ଟିକଟ, ଚଷମା ନେଇପାରିବେ। ମ୍ୟାଚ୍ ବେଳେ ଷ୍ଟାଡ଼ିୟମରେ ମୃତୟନ ହୋଇଛନ୍ତି ୫୦ ପ୍ଲାଟୁନ୍ ଫୋର୍ସ।

ଅଧିକ ପଢ଼ନ୍ତୁ : India Vs England ODI: ବାରବାଟୀ ବ୍ୟାଟଲ: ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି।

Advertisment
India Vs England ODI Team India Barabati ODI
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ