Advertisment

ହାରିଲା ପାକିସ୍ତାନ, ବିଶ୍ୱକପ୍‌ ନେଲା ଇଂଲଣ୍ଡ

ହାରିଲା ପାକିସ୍ତାନ, ବିଶ୍ୱକପ୍‌ ନେଲା ଇଂଲଣ୍ଡ

ଅଦ୍ୟତନ ହୋଇଛି
T-20 World Cup 2022

T20 world cup

Advertisment

ହାରିଲା ପାକିସ୍ତାନ, ବିଶ୍ୱକପ୍‌ ନେଲା ଇଂଲଣ୍ଡ। ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍‌ ନେଲା ଇଂଲଣ୍ଡ। ପାକିସ୍ତାନକୁ ହରାଇ ଇଂଲଣ୍ଡ ଟି-୨୦ ବିଶ୍ୱକପ୍ ଚାମ୍ପିଅନ୍ ହୋଇଛି। ପାକିସ୍ତାନକୁ ୫ ଓ୍ବିକେଟ୍‌ରେ ହରାଇ ଟାଇଟଲ୍ ଜିତିଲା ଇଂଲଣ୍ଡ। ଷ୍ଟୋକ୍ସଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ଚାମ୍ପିଅନ୍ ହୋଇଛି।

Advertisment

ମେଲବର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡ (ଏମ୍‌ସିଜି)ରେ ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ପାକିସ୍ତାନକୁ ଇଂଲଣ୍ଡ ୫ ୱିକେଟ୍‌ରେ ପରାସ୍ତ କରିଛି। ଇଂଲଣ୍ଡ ୧୯ ଓଭରରେ ୫ ୱିକେଟ୍‌ ହରାଇ ୧୩୮ ରନ୍‌ କରିଛି। ଏଥି ସହିତ ଇଂଲଣ୍ଡ ଚାମ୍ପିଅନ୍‌ ହୋଇଛି।

ଟସ୍‌ ଜିଣି ଇଂଲଣ୍ଡ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଲା ପରେ ପାକିସ୍ତାନ ବ୍ୟାଟିଂ କରିଥିଲା। ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୮ଟି ୱିକେଟ୍‌ ‌ହରାଇ ୧୩୭ ରନ୍‌ ସଂଗ୍ରହ କରିଥିଲା। ଫଳରେ ଇଂଲଣ୍ଡକୁ ୧୩୮ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା। ପ୍ରଥମ ପାଳିରେ ଇଂଲଣ୍ଡର ବୋଲରମାନେ ଦମଦାର ପ୍ରଦର୍ଶନ କରିଥିଲେ। ଫଳରେ ପାକିସ୍ତାନ ବଡ଼ ସ୍କୋର କରିପାରି ନ ଥିଲା। ଶାନ୍‌ ମସୁଦ ପାକିସ୍ତାନ ପାଇଁ ବ୍ୟକ୍ତିଗତ ଭାବେ ସର୍ବାଧିକ ରନ୍‌ କରିଥିଲେ। ସେ ୨୮ଟି ବଲ୍‌ ଖେଳି ୩୮ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ୨ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ଅଧିନାୟକ ବାବର ଆଜମ ୨୮ଟି ବଲ୍‌ ଖେଳି ୩୨ ରନ୍‌ କରିଥିଲେ। ସେ ୨ଟି ଚୌକା ମଧ୍ୟ ମାରିଥିଲେ। ସଦାବ୍‌ ଖାନ ୧୪ଟି ବଲ୍‌ ଖେଳି ୨ଟି ଚୌକା ସହାୟତାରେ ୨୦ ରନ୍‌ କରିଥିଲେ। ପାକିସ୍ତାନର ଅନ୍ୟ ଖେଳାଳିମାନେ ସଂପୂର୍ଣ୍ଣ ରୂପେ ଫ୍ଲପ୍‌ ହୋଇଥିଲେ।

Advertisment
World Cup 2022 ICC T20 World Cup 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ