Advertisment

ଛକା ଚୌକା ବର୍ଷା ପରେ ବି ପନ୍ତ ଗଣିବେ ୧୨ ଲକ୍ଷ ଫାଇନ୍‌; ଜାଣନ୍ତୁ କାରଣ..

ଗତକାଲି ଇଣ୍ଡିଆନ ପ୍ରିମିୟର ଲିଗରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟିଥିଲା ଦିଲ୍ଲୀ କ୍ୟାପିଟାଲ୍ସ। ଚେନ୍ନାଇକୁ ହରାଇ ଆଇପିଏଲ୍‌ ୨୦୨୪ରେ ପ୍ରଥମ ବିଜୟ ହାସଲ କରିଥିଲା ଦିଲ୍ଲୀ।

ଅଦ୍ୟତନ ହୋଇଛି
Rishabh Pant fined 1.2 Million Rupees

Rishabh Pant

Advertisment

ଚଳିତ ଆଇପିଏଲ୍‌ ସଂସ୍କରଣର ପ୍ରଥମ ମ୍ୟାଚ୍‌ ଜିତି ଖାତା ଖୋଲିଛି ଦିଲ୍ଲୀ କ୍ୟାପିଟାଲ୍ସ। ପୁଣିଥରେ ଦମଦାର ଆକ୍ସନରେ ଫେରିଛନ୍ତି ଋଷଭ ପନ୍ତ। ପନ୍ତଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଥିଲା ଛକା ଚୌକାର ବର୍ଷା। ମ୍ୟାଚ୍‌ ଦିଲ୍ଲୀ ଜିତିଥିଲେ ମଧ୍ୟ ଦଳକୁ ଏବେ ନିୟମ ଉଲଙ୍ଘନ ଆଧାରରେ ଗଣିବାକୁ ପଡ଼ିବ ଫାଇନ୍‌। ସ୍ଲୋ ଓଭର୍‌ ରେଟ୍‌ ପାଇଁ ଦିଲ୍ଲୀକୁ ୧୨ ଲକ୍ଷ ଟଙ୍କା ଫାଇନ୍‌ ଦେବାକୁ ପଡ଼ିବ।

Advertisment

ଗତକାଲି ଇଣ୍ଡିଆନ ପ୍ରିମିୟର ଲିଗରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟିଥିଲା ଦିଲ୍ଲୀ କ୍ୟାପିଟାଲ୍ସ। ଚେନ୍ନାଇକୁ ହରାଇ ଆଇପିଏଲ୍‌ ୨୦୨୪ରେ ପ୍ରଥମ ବିଜୟ ହାସଲ କରିଥିଲା ଦିଲ୍ଲୀ। କ୍ୟାପଟେନ୍‌ ପନ୍ତଙ୍କ ଅର୍ଦ୍ଧଶତକ ବଳରେ ଟିମ୍‌ ବଡ଼ ସ୍କୋର୍‌ କରିଥିଲା। ଅର୍ଦ୍ଧଶତକ ପରେ ବି ଋଷଭ ପନ୍ତଙ୍କୁ ଗଣିବାକୁ ପଡ଼ିବ ଜୋରିମାନା। ମନ୍ଥର ଗତିରେ ବୋଲିଂ ପାଇଁ ଏବେ ପନ୍ତ ଗଣିବେ ୧୨ ଲକ୍ଷ ଟଙ୍କା ଫାଇନ୍‌।

ଅଧିକ ପଢ଼ନ୍ତୁ: ପନ୍ତଙ୍କ ମାଡ଼ରେ ଚେନ୍ନାଇ ଚେପା, ୱାଙ୍ଖଡେରେ ଆଜି ମୁମ୍ବାଇ-ରାଜସ୍ଥାନ ଲଢ଼େଇ

Advertisment

ଡେଭିଡ୍‌ ୱାର୍ଣ୍ଣର ଆଉଟ୍‌ ହେବା ପରେ ପନ୍ତ କ୍ରିଜ୍‌କୁ ଆସିଥିଲେ। ପୁଣି ଥରେ ପୁରୁଣା ଅନ୍ଦାଜରେ ପନ୍ତଙ୍କୁ ଦେଖିବାକୁ ମିଳିଥିଲା। ୩୨ ବଲ୍‌ରେ ୪ ଚୌକା ଓ ୩ ଛକା ବଳରେ ୫୧ ରନ୍‌ କରିଥିଲେ। ଦିଲ୍ଲୀ ୧୯୨ ରନ୍‌ର ବଡ଼ ବିଜୟ ଲକ୍ଷ୍ୟ ଦେବା ପରେ ମାତ୍ର ୭ ରନ୍‌ରେ ଦୁଇ ଓପନର ଋତୁରାଜ ଗାଏକ୍ୱାଡ୍ ଓ ରାଚିନ ରବୀନ୍ଦ୍ରଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା ଚେନ୍ନାଇ ସୁପରକିଙ୍ଗ୍ସ। ତଥାପି ଅଜିଙ୍କ୍ୟ ରାହ‌ାଣେଙ୍କ ୪୫ ଓ ଡାରିଲ ମିଚେଲଙ୍କ ୩୪ ରନ୍ ବଳରେ ଲଢ଼ିଥିଲା। ଶେଷ ଆଡ଼କୁ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୩୭ ରନ୍‌ର ଧମାକାଦାର ପାଳି ଖେଳିଥିଲେ।

ଏହାପୂର୍ବରୁ ଗୁଜରାଟ ଟାଇଟନ୍ସର କ୍ୟାପଟେନ୍‌ ଶୁବମନ୍‌ ଗିଲ୍‌ ମଧ୍ୟ ଜୋରିମାନା ଗଣିଥିଲେ। ସ୍ଲୋ ଓଭର୍‌ ରେଟ୍‌ ପାଇଁ ତାଙ୍କୁ ୧୨ ଲକ୍ଷ ଟଙ୍କା ଗଣିବାକୁ ପଡ଼ିଥିଲା। ଆଇପିଏଲ୍‌ର କୋଡ୍‌ ଅଫ୍‌ କଣ୍ତକ୍ଟ ଉଲଙ୍ଘନ ଆଧାରରେ ପ୍ରଥମେ ଗିଲ୍‌ ଆଉ ଏବେ ପନ୍ତ ଗଣିବେ ଫାଇନ୍‌।

Advertisment

ଅଧିକ ପଢ଼ନ୍ତୁ: ବଦଳିଗଲେଣି ଆଙ୍ଗ୍ରି ୟଙ୍ଗମ୍ୟାନ୍‌; କୋହଲି-ଗମ୍ଭୀରଙ୍କ ବିରଳ ଦୃଶ୍ୟ..ଭିଡିଓ ଭାଇରାଲ..

Rishabh Pant Delhi Capitals
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ