Advertisment

ପ୍ରଥମ T-20ରେ ହାରିଲା ଭାରତ, ରେକର୍ଡ ଭାଙ୍ଗିଲା ସାଉଥ୍ ଆଫ୍ରିକା

୫ଟି ବଲ୍‌ ବାକିଥାଇ ମ୍ୟାଚକୁ କବଜା କରିନେଇଥିଲା ସାଉଥ୍ ଆଫ୍ରିକା।

ଅଦ୍ୟତନ ହୋଇଛି
IND vs SA

IND vs SA

Advertisment

ଦିଲ୍ଲୀ: ପ୍ରଥମ T20ରେ ହାରିଲା ଭାରତ। ୭ ୱିକେଟ୍‌ରେ ଦକ୍ଷିଣ ଆଫ୍ରିକା ଠାରୁ ହାରିଲା। ଭାନ ଡେର ଦୁସେନଙ୍କ ୭୫ ଓ ମିଲରଙ୍କ ୬୪ ରନର ବିସ୍ଫୋରକ ଇନିଂସ ଫଳରେ ବିଶାଳ ରନ୍‌ର ଲକ୍ଷ୍ୟକୁ ହାସଲ କରିପାରିଛି ସାଉଥ୍ ଆଫ୍ରିକା। ଇଣ୍ଡିଆ-ସାଉଥ ଆଫ୍ରିକା ପ୍ରଥମ ଟି-ଟ୍ୱେଣ୍ଟିରେ ପ୍ରଥମେ ବ୍ୟାଟିଂ କରିଥିଲା ଭାରତ। ଦିଲ୍ଲୀରେ ଖେଳାଯାଉଥିବା ଏହି ମ୍ୟାଚରେ ଟସ୍ ଜିତିବା ପରେ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା। 

Advertisment

ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ରେ ଈଶାନ କିଶନ ଓ ହାର୍ଦ୍ଦିକ ପାଣ୍ଡ୍ୟା ବିସ୍ଫୋରକ ବ୍ୟାଟିଂ କରିଥିଲେ। ଏମାନଙ୍କ ସହ ଅଧିନାୟ ଋଷଭ ପନ୍ତ ମଧ୍ୟ ଦମଦାର ଖେଳ ଦେଖାଇଥିଲେ। ଆଜି ପନ୍ତ ପ୍ରଥମଥର ପାଇଁ ଭାରତର କମାଣ ସମ୍ଭାଳିଛନ୍ତି।

ଈଶାନଙ୍କ ୭୬, ପାଣ୍ଡ୍ୟାଙ୍କ ଅପରାଜିତ ୩୧ ଓ ପନ୍ତଙ୍କ ୨୯ ରନ୍‌ ବଳରେ ଟିମ୍‌ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭର୍‌ରେ ୪ ୱିକେଟ ହରାଇ ବିଶାଳ ୨୧୧ ରନ କରିଥିଲା। ଏହି ମ୍ୟାଚ୍‌ ଜିତିବା ପାଇଁ ୨୧୨ ରନ୍‌ର ଟାର୍ଗେଟ ଦେଇଥିଲା। ୫ଟି ବଲ୍‌ ବାକିଥାଇ ମ୍ୟାଚକୁ କବଜା କରିନେଇଥିଲା ସାଉଥ୍ ଆଫ୍ରିକା। 

Advertisment
Cricket T20 Ind Vs SA
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ