Advertisment

ଆଇପିଏଲ ଫାଇନାଲରେ ଚେନ୍ନାଇ, ଧୋନୀଙ୍କ ପ୍ରହାରରେ ଦିଲ୍ଲୀ ଧରାଶାୟୀ

୧୭୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ଚେନ୍ନାଇ ସୁପର କିଙ୍ଗସ୍। ଚେନ୍ନାଇ ପକ୍ଷରୁ ୪୪ଟି ବଲରେ ୬୩ ରନ୍‌ କରି ଆଉଟ୍ ହୋଇଥିଲେ ରବିନ ଉଥାପା। ସେହିପରି ଋତୁରାଜ ୫୦ ବଲରେ ୭୦ ରନ୍ କରି ଆଉଟ୍‌ ହୋଇଥିଲେ।

ଅଦ୍ୟତନ ହୋଇଛି
CSK vs Delhi

CSK vs Delhi

Advertisment

ନୂଆଦିଲ୍ଲୀ: IPL ଫାଇନାଲରେ ଚେନ୍ନାଇ ସୁପରକିଙ୍ଗ୍ସ। ଦିଲ୍ଲୀ କ୍ୟାପିଟାଲ୍ସକୁ ୪ ୱିକେଟରେ ହରାଇ ଫାଇନାଲରେ ଚେନ୍ନାଇ। କ୍ୱାଲିଫାୟର-୧ ଜିତି ଫାଇନାଲକୁ ଗଲା ଚେନ୍ନାଇ।  ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ଆଇପିଏଲର ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ ଆଗରେ ୧୭୩ ରନର ବିଜୟ ଲକ୍ଷ୍ୟ ରଖିଥିଲା ଦିଲ୍ଲୀ କ୍ୟାପିଟାଲ୍ସ। ରିଷଭ ପନ୍ଥଙ୍କ ଦିଲ୍ଲୀ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ୱିକେଟ ହରାଇ ୧୭୨ ରନ କରିତିଲା। ଦଳ ପକ୍ଷରୁ ଓପନର ପୃଥ୍ବୀ ସ ଓ କ୍ୟାପଟେନ୍ ରିଷଭ ପନ୍ଥ ଉଭୟ ଅର୍ଦ୍ଧଶତକ ହାସଲ କରିଛନ୍ତି।

Advertisment

୧୭୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ଚେନ୍ନାଇ ସୁପର କିଙ୍ଗସ୍। ଚେନ୍ନାଇ ପକ୍ଷରୁ ୪୪ଟି ବଲରେ ୬୩ ରନ୍‌ କରି ଆଉଟ୍ ହୋଇଥିଲେ ରବିନ ଉଥାପା। ସେହିପରି ଋତୁରାଜ ୫୦ ବଲରେ ୭୦ ରନ୍ କରି ଆଉଟ୍‌ ହୋଇଥିଲେ। କିନ୍ତୁ ଧୋନୀ ଧୁଆଁଦାର ବ୍ୟାଟିଂ ଆଗରେ ଦିଲ୍ଲୀ ଧରାଶାୟୀ ହୋଇଥିଲା। ୬ଟି ବଲ୍‌ରେ ଧୋନୀ ୧୮ ରନ୍‌ କରି ମ୍ୟାଚକୁ ଦିଲ୍ଲୀ ହାତରୁ ଛଡାଇ ନେଇଥିଲେ। ମାତ୍ର ୨ଟି ବଲ୍ ବାକିଥାଇ ଚେନ୍ନାଇ ବିଜୟ ହାସଲ କରିଛି। 

ଚେନ୍ନାଇ ଟିମ୍ ଚଳିତ ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରି ଆସୁଥିଲେ ମଧ୍ୟ ଶେଷ ତିନିଟି ମ୍ୟାଚ ହାରି ଥିବାରୁ ଦଳ ଆଜିର ମ୍ୟାଚ୍ ଜିତିବାକୁ ଚେଷ୍ଟା କରିଥିଲା।  ଟିମ୍ ସର୍ବାଧିକ ୨୦ ପଏଣ୍ଟ ପାଇ ଲିଗ୍ ଶ୍ରେଷ୍ଠ ଦଳ ଭାବେ ପ୍ଲେ ଅଫକୁ ଯାଇଥିଲା। ଆସନ୍ତାକାଲି ଦ୍ୱିତୀୟ କ୍ୱାଲିଫାୟରରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକତା ନାଇଟ ରାଇଡର୍ସ ମଧ୍ୟରେ ଟକ୍କର ହେବ।

Advertisment
IPL 2021 UAE CSK DC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ