Advertisment

ଫାଇନାଲ ଟିକେଟ୍‌ ପାଇଁ ଆଜି ମୁହାଁମୁହିଁ ହେବେ ଚେନ୍ନାଇ-ଗୁଜରାଟ

କ୍ୱାଲିଫାୟାର ୱାନ୍‌ରେ ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ।

ଅଦ୍ୟତନ ହୋଇଛି
CSK vs GT IPL 2023 Qualifier 1

Chennai Super Kings vs Gujarat Titans

Advertisment

ଆଇପିଏଲ୍‌ରେ ଆଜି ହେବ ମହାମୁକାବିଲା । କ୍ୱାଲିଫାୟାର ୱାନ୍‌ରେ ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ। ଚେନ୍ନାଇର ଏମ୍ ଏ ଚିଦାମ୍ବରମ୍ ଷ୍ଟାଡିୟମ୍‌ରେ ସଂଧ୍ୟା ୭ଟା ୩୦ରେ ଏହି ମ୍ୟାଚ୍ ଖେଳାଯିବ। ଗୁଜରାଟ ଟାଇଟନ୍ସ ୨୦ ପଏଣ୍ଟ ସହ ଟେବୁଲ ଟପ୍ପର ଥିବା ବେଳେ ଚେନ୍ନାଇ ୧୭ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି ।

Advertisment

ଅଧିକ ପଢ଼ନ୍ତୁ: ଅଲିମ୍ପିକ୍‌ ଚାମ୍ପିଅନ୍‌ ନୀରଜ ଚୋପ୍ରା ବିଶ୍ୱ ମାନ୍ୟତାରେ ନଂ ୧

ପ୍ରଥମ ଟିମ୍ ଭାବେ ଗୁଜରାଟ ପ୍ଲେ ଅଫ୍ ରେ ପହଞ୍ଚି ନିଜର ଦବ୍ ଦବା ଜାରି ରଖିଥିଲା। ତେବେ ଆଜିର ମ୍ୟାଚ୍ ଉଭୟଙ୍କ ପାଇଁ ଗୁରୁତ୍ବ ରଖୁଛି । ଆଜିର ମ୍ୟାଚ୍ ଯିଏ ଜିତିବ ସିଏ ସିଧା ଫାଇନାଲ୍ ଖେଳିବ । ତେବେ ଆଜିର ମ୍ୟାଚ୍ ଯିଏ ହାରିବ ତା ପାଇଁ ମଧ୍ୟ ଫାଇନାଲ୍ ଯିବା ଲାଗି ଆଉ ଏକ ସୁଯୋଗ ରହିଛି । କ୍ୱାଲିଫାୟାର ୨ ରେ ଆଜିର ପରାଜିତ ଟିମ୍ ଏଲିମିନେଟର ବିଜେତା ଟିମ୍ ସହ ମୁକାବିଲା କରିବ। ବିଜୟୀ ଟିମ୍‌କୁ ଫାଇନାଲ୍ ଖେଳିବାର ସୁଯୋଗ ମିଳିବ। 

ଆସନ୍ତାକାଲି ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଏଲିମିନେଟର ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ୨୬ରେ ଖେଳାଯିବ କ୍ବାଲିଫାୟର ୨ । ଏହା ପରେ ଆସନ୍ତା ୨୮ରେ ହେବ ଫାଇନାଲ୍ ଫାଇଟ୍ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସଂନ୍ଧ୍ୟା ୭ଟା ୩୦ରେ ଏହି ହାଇଭୋଲ୍ ଟେଜ୍ ମ୍ୟାଚ୍ ଖେଳାଯିବ।

Advertisment
Cricket Chennai Super Kings IPL 2023
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ