IPL
ଶେଷ ହେଲା ଅପେକ୍ଷା, ଘୋଷଣା ହେଲା ଆଇପିଏଲ ସିଜିନ୍-୧୭ର କ୍ରୀଡାସୂଚୀ। ବହୁଦିନ ଧରି ଆଇପିଏଲ କ୍ରୀଡାସୂଚୀ ଅପେକ୍ଷା କରିଥିଲେ କ୍ରିକେଟ୍ ପ୍ରେମୀ। ଶେଷରେ ଆଜି ଆଇପିଏଲ କ୍ରୀଡାସୂଚୀ ଘୋଷଣା କରାଯାଇଚି। ମାର୍ଚ୍ଚ ୨୨ରୁ ଆରମ୍ଭ ହେବ ଫାଟାଫଟ୍ କ୍ରିକେଟ୍ର ମହାକୁମ୍ଭ ଆଇପିଏଲ। ଆଇପିଏଲ ସିଜିନ୍-୧୭ର ପ୍ରଥମ ମ୍ୟାଚ୍ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ଓ ଡୁପ୍ଲେସିସ୍ଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ଚେନ୍ନାଇର ଖେଳାଯିବ।
ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଥମ ୨୧ ମ୍ୟାଚ୍ର କ୍ରୀଡାସୂଚୀ ଜାରି କରାଯାଇଛି। ଦୁଇ ସପ୍ତାହ ମଧ୍ୟରେ ଏହି ୨୧ଟି ମ୍ୟାଚ୍ ଖେଳାଯିବ। ୧୦ଟି ଭିନ୍ନ ଭିନ୍ନ ସହରରେ ୨୧ଟି ଖେଳାଯିବ। ତେବେ ଜାରି ହୋଇଥିବା କ୍ରୀଡାସୂଚୀରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦିଲ୍ଲୀ କ୍ୟାପିଟାଲ୍ସ ଆରମ୍ଭରୁ ତା’ର ଘୋରେଇ ମ୍ୟାଚ୍ରେ ଭାଇଜାଗରେ ଖେଳିବ। ତେବେ ଆଇପିଏଲ ସିଜିନ୍-୧୭ର ଅନ୍ୟ ମ୍ୟାଚ୍ର ସୂଚୀ ପରେ ଘୋଷଣା କରାଯିବ। ଉଦଘାଟନୀ ମ୍ୟାଚ୍ ରାତି ୮ଟାରେ ଖେଳାଯିବ ଏବଂ ଅନ୍ୟ ମ୍ୟାଚ୍ ସବୁ ୩.୩୦ କିମ୍ବା ସନ୍ଧ୍ୟା ୭.୩୦ରେ ଖେଳାଯିବ।
ଆଇପିଏଲ ୨୦୨୪ ମଧ୍ୟ ଗତ ସିଜିନ୍ ପରି ହେବ। ଚଳିତ ସିଜିନ୍ରେ ମଧ୍ୟ ୭୪ଟି ମ୍ୟାଚ୍ ଖେଳାଯିବ। କିନ୍ତୁ ଗତ ବର୍ଷ ଏହି ଟୁର୍ଣ୍ଣାମେଣ୍ଟ ୬୦ ଦିନରେ ଶେଷ ହୋଇଥିବାବେଳେ ଚଳିତ ବର୍ଷ ୬୭ ଦିନ ଖେଳାଯିବ। ସାଧାରଣ ନିର୍ବାଚକୁ ଦୃଷ୍ଟିରେ ରଖି ଆଇପିଏଲ କ୍ରୀଡାସୂଚୀକୁ ଏକ ସପ୍ତାହ ଅଧିକ ବୃଦ୍ଧି କରାଯାଇଛି। ୨୦୧୯ରେ ମଧ୍ୟ ଯେତେବେଳେ ଦେଶରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା ସେ ସମୟରେ ମଧ୍ୟ ଏହି ପରି ଆଭିମୁଖ୍ୟ ଗ୍ରହଣ କରିଥିଲା ବିସିସିଆଇ। ସେତେବେଳେ ମଧ୍ୟ ଆଇପିଏଲ ଦୁଇଟି ଭାଗରେ ଖେଳାଯାଇଥିଲା। ତେବେ ଚଳିତ ବର୍ଷ ମେ‘ ୨୬ରେ ଆଇପିଏଲ ଫାଇନାଲ ଖେଳାଯିବାର ସମ୍ଭାବନା ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IPL_1708609148.jpg)