Advertisment

Cristiano Ronaldo Salary: ମଣିଷ ନା ଟଙ୍କା ଛାପିବାର ମେସିନ, ଏହି ଚୁକ୍ତିରୁ ମିଳିବ ଆହୁରି ଅନେକ କିଛି

କ୍ରିଷ୍ଟ୍ରିୟାନୋ ରୋନାଲ୍ଡୋଙ୍କୁ ବର୍ଷକୁ ଦରମା ପାଖାପାଖି ୨୦୦୦କୋଟି ଟଙ୍କା ମିଳିବ । ଏହା ସହ ସାଇନିଂ ବୋନସ ପ୍ରଥମ ବର୍ଷ ୨୬୪.୬ କୋଟି ଓ ଦ୍ବିତୀୟ ବର୍ଷରେ ୪୧୦.୪ କୋଟି ମିଳିବ ।

ଅଦ୍ୟତନ ହୋଇଛି
Cristiano Ronaldo Salary

Cristiano Ronaldo Salary

Advertisment
cristiano ronaldocristiano ronaldo

ପୁଣି ଚର୍ଚ୍ଚ।ରେ କ୍ରିଷ୍ଟ୍ରିୟାନୋ ରୋନାଲ୍ଡୋ । ସାଉଦି ଆରବର ଫୁଟବଲ କ୍ଲବ ଅଲ ନାସର ସହ କ୍ରିଷ୍ଟ୍ରିୟାନୋ ରୋନାଲ୍ଡୋଙ୍କ କଣ୍ଟ୍ରାକ୍ଟ ଆଉ ୨ବର୍ଷ ବଢିଛି । ୨୦୨୭ ଯାଏ ରୋନାଲ୍ଡୋ ଏହି କ୍ଲବ ସହ ରହିବେ । ତେବେ ସବୁଠୁ ବଡ଼ କଥା ହେଲା ରୋନାଲ୍ଡୋଙ୍କୁ ଏହି ୨ବର୍ଷରେ ଏତେ ଟଙ୍କା ମିଳିବ ଯାହାର କଳ୍ପନା କରିବା ସହଜ ନୁହେଁ । ଚାଲନ୍ତୁ ଜାଣିବା ରୋନାଲ୍ଡୋଙ୍କୁ କେତେ ଟଙ୍କା ଦରମା ମିଳିବା ସହ ବୋନସ ମିଳିବ ।

Advertisment
cristiano ronaldocristiano ronaldo

କ୍ରିଷ୍ଟ୍ରିୟାନୋ ରୋନାଲ୍ଡୋଙ୍କୁ ବର୍ଷକୁ ଦରମା ପାଖାପାଖି ୨୦୦୦କୋଟି ( ୧୭୮ ମିଲିୟନ ପାଉଣ୍ଡ) ମିଳିବ । ଏହା ସହ ସାଇନିଂ ବୋନସ ପ୍ରଥମ ବର୍ଷ ୨୬୪.୬ କୋଟି(୨୪.୫ ମିଲିୟନ ପାଉଣ୍ଡ) ଓ ଦ୍ବିତୀୟ ବର୍ଷରେ ୪୧୦.୪ କୋଟି( ୩୮ ମିଲିୟନ ପାଉଣ୍ଡ) ମିଳିବ ।

cristiano ronaldocristiano ronaldo

ରୋନାଲ୍ଡୋ ସାଉଦି ପ୍ରୋ ଲିଗ ଜିତିଲେ ୮ମିଲିୟନ ପାଉଣ୍ଡ ଅର୍ଥାତ ୮୬.୪କୋଟି ଟଙ୍କା ବୋନସ ପାଇବେ । ଏହା ଛଡା ଏସିଆନ ଚାମ୍ପିୟନ୍ସ ଲିଗ ଜିତିଲେ ୬.୫ ମିଲିୟନ ପାଉଣ୍ଡ ଅର୍ଥାତ ୭୦.୨ କୋଟି ଟଙ୍କା ମିଳିବ ।

Advertisment
cristiano ronaldocristiano ronaldo

ରୋନାଲ୍ଡୋ ଯଦି ଗୋଲ୍ଡେନ ବୁଟ୍ ଜିତନ୍ତି ତାଙ୍କୁ ୪୩.୨ କୋଟି ଟଙ୍କା ମିଳିବ । କେବଳ ଏତିକି ନୁହେଁ ପ୍ରତି ଗୋଲ୍ ପିଛା ତାଙ୍କୁ ପ୍ରଥମ ବର୍ଷ ୮୬.୪ ଲକ୍ଷ ଟଙ୍କା ଓ ଦ୍ବିତୀୟ ବର୍ଷ ୧କୋଟିରୁ ଅଧିକ ଟଙ୍କା ମିଳିବ । ଗୋଲ୍ କରିବାରେ ସାହାଯ୍ୟ କରିବାରେ ପ୍ରଥମ ବର୍ଷ ୪୩.୨ ଲକ୍ଷ ଓ ଦ୍ବିତୀୟ ବର୍ଷ ୫୦ ଲକ୍ଷରୁ ଅଧିକ ଟଙ୍କା ମିଳିବ ।

cristiano ronaldocristiano ronaldo

ରୋନାଲ୍ଡୋ ଅଲ ନାସରରେ ୧୫ ପ୍ରତିଶତ ଅଂଶୀଦାର ରହିବେ । ଯାହାର ମୂଲ୍ୟ ୩୫୬.୪ କୋଟି ଟଙ୍କା ରହିଛି । ଏହା ବାଦ ତାଙ୍କର ସ୍ପନସରସିପ ଡିଲ୍ ରହିଛି ୬୪୮ କୋଟି ଟଙ୍କା । ଏହା ସହ ପ୍ରାଇଭେଟ ଜେଟ୍ ଉପରେ ଖର୍ଚ୍ଚ କରିବାକୁ ୪୩.୨ କୋଟି ଟଙ୍କା ମିଳିବ । ଏହିଭଳି ଭାବେ କ୍ରିଷ୍ଟ୍ରିୟାନୋ ରୋନାଲ୍ଡୋ ଏବେ ବିଶ୍ବରେ ସର୍ବାଧିକ ରୋଜଗାର କରୁଥିବା ଆଥଲେଟ ପାଲଟିଛନ୍ତି ।

Advertisment
Football Saudi Arabia Cristiano Ronaldo
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ