ଏତେ ବଡ଼ ଫୁଟବଲର୍‌!!! ତଥାପି ୟୁଟ୍ୟୁବ୍‌ରେ ଖୋଲିପାରିବେନି ଆକାଉଣ୍ଟ, ଜାଣନ୍ତୁ କାହିଁକି...

ପ୍ରସିଦ୍ଧ ପର୍ତ୍ତୁଗୀଜ୍ ଫୁଟବଲର୍ କ୍ରିଷ୍ଟିଆନୋ ରୋନାଲଡୋଙ୍କର ପ୍ରାୟ ୨୬୦ ନିୟୁତ ଡଲାରର ସମ୍ପତ୍ତି ରହିଛି । ଏହା ହିଁ ତାଙ୍କୁ ବିଶ୍ୱର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଆଥଲେଟ୍ କରିଥାଏ ।

Cristiano Ronaldo

ପ୍ରସିଦ୍ଧ ପର୍ତ୍ତୁଗୀଜ୍ ଫୁଟବଲର୍ କ୍ରିଷ୍ଟିଆନୋ ରୋନାଲଡୋଙ୍କର ପ୍ରାୟ ୨୬୦ ନିୟୁତ ଡଲାରର ସମ୍ପତ୍ତି ରହିଛି । ଏହା ହିଁ ତାଙ୍କୁ ବିଶ୍ୱର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଆଥଲେଟ୍ କରିଥାଏ । ବର୍ତ୍ତମାନ ସେ ସାଉଦି ପ୍ରୋ ଲିଗ୍ କ୍ଲବ୍ ଅଲ୍ ନାସର ସହିତ ହୋଇଥିବା ଚୁକ୍ତିରୁ ବର୍ଷକୁ ପ୍ରାୟ ୨୦୦ ମିଲିୟନ୍ ଡଲାର୍ (ପ୍ରାୟ ୨,୧୦୦ କୋଟି) ଟଙ୍କା ରୋଜଗାର କରୁଛନ୍ତି ।

ଏହା ସହ ସୋସିଆଲ ମିଡିଆରୁ ମଧ୍ୟ ସେ ବହୁ ଟଙ୍କା ରୋଜଗାର କରୁଛନ୍ତି । ବିଶେଷକରି ଇନଷ୍ଟାଗ୍ରାମରେ ତାଙ୍କର କୋଟି କୋଟି ଫଲୋଅର୍ସ ରହିଛନ୍ତି । ୨୦୨୩ ରେ ମିଳିଥିବା ରିପୋର୍ଟ ଅନୁଯାୟୀ, କ୍ରିଷ୍ଟିଆନୋ ରୋନାଲଡୋ ପ୍ରତି ଇନଷ୍ଟାଗ୍ରାମ ପୋଷ୍ଟ ପାଇଁ ୩.୨୩ ମିଲିୟନ (୨୬ କୋଟି ଟଙ୍କା) ଚାର୍ଜ କରନ୍ତି । ବିଶେଷ କରି ବିନାନ୍ସ, ଏରାକୁଲିସ୍, ନାଇକ୍, ହର୍ବାଲାଇଫ୍, କ୍ଲିଅର୍ ହେୟାର କେୟାର, ଏବଂ ହୁପ୍ ଭଳି ବଡ ବଡ ବ୍ରାଣ୍ଡ ସହ ତାଙ୍କର ଏଣ୍ଡୋର୍ସମେଣ୍ଟ ଡିଲ୍ ଅଛି ।

ତେବେ ଆପଣ ଜାଣନ୍ତି କି, ରୋନାଲଡୋଙ୍କ ପାଖରେ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ତିଆରି କରିବାକୁ ଅନୁମତି ନାହିଁ । ସେ ଚାହିଁଲେ ବି ୟୁଟ୍ୟୁବ୍ ଚ୍ୟାନେଲ୍ କରିପାରିବେନି। ତେବେ ଏହାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସାରା ବିଶ୍ୱରେ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ସହ କ୍ରିଷ୍ଟିଆନୋ ରୋନାଲଡୋ ସର୍ବଶ୍ରେଷ୍ଠ ଫୁଟବଲର୍‌ଙ୍କ ମଧ୍ୟରେ ଗଣା ହୁଅନ୍ତି । ରିପୋର୍ଟରେ କୁହାଯାଇଛି ଯେ ଏହି ୩୯ ବର୍ଷୀୟ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଆରମ୍ଭ କରିପାରିବେ ନାହିଁ କାରଣ ଏହା ଏତେ ସଂଖ୍ୟକ ଲୋକଙ୍କୁ ଆକର୍ଷିତ କରିବ ଯେ, ଏଥିପାଇଁ କମ୍ପାନୀର ଆର୍ଥିକ ଅବସ୍ଥା ପ୍ରଭାବିତ ହୋଇପାରେ ।

୨୦୨୩ ରେ କ୍ରିଷ୍ଟିଆନୋ ରୋନାଲଡୋ ଟିକ୍‌ଟକ୍‌ରେ ନିଜର ଆକାଉଣ୍ଟ ଖୋଲିଥିଲେ । ସାଙ୍ଗେ ସାଙ୍ଗେ କୋଟି କୋଟି ପ୍ରଶଂସକ ତାଙ୍କ ସହ ଯୋଡ଼ି ହୋଇଯାଇଥିଲେ । ତାଙ୍କର ଭିଡିଓଗୁଡିକ ଲକ୍ଷ ଲକ୍ଷ ଭ୍ୟୁ ପାଇଲା । କିନ୍ତୁ ଟିକ୍‌ଟକ୍‌ କୌଣସି ସ୍ପଷ୍ଟ କାରଣ ନ ଦେଇ ତାଙ୍କର ଆକାଉଣ୍ଟକୁ ବନ୍ଦ କରିଦେଲା ।

ତେବେ କିଛି ରିପୋର୍ଟରୁ ଜଣା ପଡ଼ିଛି ଯେ, ରୋନାଲଡୋଙ୍କୁ ଏତେ ମାତ୍ରାରେ ଟଙ୍କା ଦେବାକୁ କମ୍ପାନୀ ଅସମର୍ଥ ଥିଲା । ଏଣୁ ରୋନାଲଡୋଙ୍କୁ ୟୁଟ୍ୟୁବ୍‌ରେ ମଧ୍ୟ ଚ୍ୟାନେଲ ଖୋଲିବା ଉପରୋ ରୋକ୍ ଲଗାଯାଇଛି । ଯଦିଓ ସେ ୟୁଟ୍ୟୁବ୍ କିମ୍ବା ଟିକ୍‌ଟକ୍ ବ୍ୟବହାର କରନ୍ତି ନାହିଁ, ତେବେ ମଧ୍ୟ ଅନ୍ୟ ସୋସିଆଲ ମିଡିଆରେ ତାଙ୍କର କୋଟି କୋଟି ଅନୁଗାମୀ ରହିଛନ୍ତି । ତାଙ୍କର ଇନଷ୍ଟାଗ୍ରାମରେ ୬୩୩ ମିଲିୟନରୁ ଅଧିକ, X ରେ ୧୧୨ ମିଲିୟନ ଏବଂ ଫେସବୁକରେ ୧୭୦ ମିଲିୟନ ଫଲୋଅର୍ସ ଅଛନ୍ତି ।