Advertisment

ପାକିସ୍ତାନ ଉପରେ ଭାରି ପଡ଼ିଲା ଜିମ୍ବାୱେ; ୧ ରନ୍‌ରେ ହାରିଲା ପାକିସ୍ତାନ

ଚଳିତ ଟି-୨୦ ବିଶ୍ୱକପରେ ସବୁଠାରୁ ବଡ଼ ବିପର୍ଯ୍ୟୟ ଘଟାଇଛି ଜିମ୍ବାୱେ। ପାକିସ୍ତାନ ଭଳି ଶକ୍ତିଶାଳୀ ଦଳକୁ ଜିମ୍ବାୱେ ୧ ରନରେ ହରାଇ ଇତିହାସ ସୃଷ୍ଟି କରିଛି।

author-image
Manoranjan Behera
PAK vs ZIM

PAK vs ZIM

ପୁଣିଥରେ ପାକିସ୍ତାନକୁ ହାର୍‌ର ସାମ୍ନା କରିବାକୁ ପଡ଼ିଲା । ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ କ୍ରମାଗତ ଭାବେ ଦ୍ୱିତୀୟ ମ୍ୟାଚ୍‌ ହାରିଯାଇଛି ପାକିସ୍ତାନ । ଜିମ୍ବାୱେଠାରୁ ୧ ରନ୍‌ରେ ପରାସ୍ତ ହୋଇଛି ପାକିସ୍ତାନ । ୧୩୧ ରନ୍‌ ଟାର୍ଗେଟ୍‌ର ପିଛା କରି ପାକିସ୍ତାନ ୧୨୯ ରନ୍‌ରେ ସୀମିତ ରହିଲା । ତେବେ ବିଶ୍ୱକପ୍‌ରେ ପ୍ରଭାବଶାଳୀ ଦଳ ଭାବେ ଗଣାଯାଉଥିବା ଟିମ୍‌ ପାକିସ୍ତାନ ଏବେ ବିପର୍ଯ୍ୟୟର ସାମ୍ନା କରୁଛି ।

Advertisment

ଟି-୨୦ ବିଶ୍ୱକପରେ ଜିମ୍ବାୱେ ପ୍ରଥମଥର ପାଇଁ ପାକିସ୍ତାନକୁ ହରାଇବାର ରେକର୍ଡ କରିଛି। ପର୍ଥରେ ଐତିହାସିକ ବିଜୟ ପରେ ଜିମ୍ବାୱେ ଖେଳାଳିମାନେ ଷ୍ଟାଡିୟମରେ ଉପସ୍ଥିତ ପ୍ରଶଂସକଙ୍କ ସହ ହାତ ମିଳାଇ ଉତ୍ସବ ମନାଇଛନ୍ତି।

ଚଳିତ ବିଶ୍ୱକପର ସୁପର ୧୨ରେ ଏହା ଜିମ୍ବାୱେର ପ୍ରଥମ ବିଜୟ। ସେହିପରି ପାକିସ୍ତାନ କ୍ରମାଗତ ଦ୍ୱିତୀୟ ମ୍ୟାଚ୍‌ ହାରି ବିଶ୍ୱକପରୁ ବିଦା ହେବା ସ୍ଥିତିକୁ ଚାଲି ଆସିଛି। ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନ ପ୍ରତିପକ୍ଷ ଭାରତ ଠାରୁ ହାରିଥିଲା। ଏବେ ଦଳ ଜିମ୍ବାୱେ ଠାରୁ ହାରିଛି। ଜିମ୍ବାୱେ ବିଜୟରେ ନାୟକ ସାଜି ୩ ୱିକେଟ ଦଖଲ କରିଥିବା ସିକନ୍ଦର ରାଜା ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ପାକିସ୍ତାନକୁ ହରାଇବା ପରେ ଜିମ୍ବାୱେ ଖେଳାଳିମାନେ ଖୁସିରେ କାନ୍ଦି ମଧ୍ୟ ପକାଇଥିଲେ।

Advertisment
Cricket
Advertisment
Advertisment