IND vs AUS
ମୁମ୍ବାଇ ୱାନ୍ ଡେ ରେ ଟିମ୍ ଇଣ୍ଡିଆ ଆଗରେ ୧୮୯ ରନ୍ ର ଟାର୍ଗେଟ ରଖିଛି ଅଷ୍ଟ୍ରେଲିଆ । ୩୫ ଓଭର ୪ଟି ବଲରେ ମାତ୍ର ୧୮୮ ରନ୍ କରି ଦଳ ଅଲଆଉଟ ହୋଇଛି । ମିଚେଲ ମାର୍ଶ ସର୍ବାଧିକ ୮୧ ରନ କରିଛନ୍ତି । ଆଉ କେହି ବଡ଼ ସ୍କୋର କରିପାରିନାହାନ୍ତି । ଏପରିକି ଶେଷ ୫ଟି ୱିକେଟ ପଡ଼ିଛି ମାତ୍ର ୧୯ ରନରେ ।
Advertisment
ସାମି ଓ ସିରାଜଙ୍କୁ ମିଳିଛି ୩ଟି ଲେଖାଏଁ ୱିକେଟ । ୧୮୯ ବିଜୟ ଲକ୍ଷ୍ୟର ପିଛା କରି ଟିମ୍ ଇଣ୍ଡିଆ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ମାତ୍ର ୧୬ ରନରେ ୩ଟି ୱିକେଟ ହରାଇଛି ଦଳ । ପୁରା ମ୍ୟାଚରେ ପେସ୍ ବୋଲରଙ୍କ ଦବଦବା ଦେଖିବାକୁ ମିଳିଛି ।
ଟିମ ଇଣ୍ଡିଆର କାମଚଳା ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଏହାକୁ ଦଳର ଦୁଇ ଦ୍ରୁତ ବୋଲର ମହମ୍ମଦ ଶାମି ଓ ମହମ୍ମଦ ସିରାଜ ଠିକ ସାବ୍ୟସ୍ତ କରିଥିଲେ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)