Advertisment

ଗୁଜୁରାଟକୁ ହରାଇ ଆଇପିଏଲ୍‌ ଫାଇନାଲରେ ଚେନ୍ନାଇ ସୁପର କିଙ୍ଗ୍ସ

ଗୁଜରାଟ ଟାଇଟନ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ଅଦ୍ୟତନ ହୋଇଛି
CSK vs GT  IPL 2023 Qualifier 1

chennai beat Gujarat

Advertisment

ଗୁଜୁରାଟକୁ ହରାଇ ଆଇପିଏଲ୍‌ ଫାଇନାଲରେ ଚେନ୍ନାଇ ସୁପର କିଙ୍ଗ୍ସ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୩ର ପ୍ରଥମ କ୍ବାଲିଫାୟର-୧ରେ ଗୁଜରାଟ ଆଗରେ ୧୭୩ ରନର ଲକ୍ଷ୍ୟ ରଖିଥିଲା ଚେନ୍ନାଇ ସୁପରକିଙ୍ଗସ୍। ୧୭୪ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଗୁଜୁରାଟ ୧୦ ୱିକେଟ ହରାଇ ୧୫୭ ରନ୍‌ରେ ସୀମିତ ରହିଛି। ୧୫ ରନ୍‌ରେ ବିଜୟ ହୋଇଛି ସିଏସ୍‌କେ।   

Advertisment

ଏହି ମ୍ୟାଚରେ ଗୁଜରାଟ ଟାଇଟନ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ୍ ହରାଇ ୧୭୨ ରନ କରିଥିଲା। ଦଳର ଦୁଇ ଓପନର ଋତୁରାଜ ଗାଇକ୍ୱାଡ୍ ଓ ଦେବନ୍ କନୱେ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ।ଗାଇକ୍ୱାଡ୍ ୬୦ ରନ କରିଥିବା ବେଳେ ଓ କନଓ୍ବେ ୪୦ ରନ କରିଥିଲେ। କିନ୍ତୁ ଏହି ଦୁଇ ଓପନର ଆଉଟ ହେବା ପରେ ଦଳର ମଧ୍ୟକ୍ରମ ବିଫଳ ହୋଇଥିଲେ ଓ ଦଳ ଅଳ୍ପ ରନ ବ୍ୟବଧାନରେ ବେଶ କେତୋଟି ଓ୍ବିକେଟ ହରାଇଥିଲା।

ଅଧିନାୟକ ମହେନ୍ଦ୍ର ସିଂ ଧୋନି ମାତ୍ର ୧ ରନ କରି ଆଉଟ ହୋଇଥିଲେ। କେବଳ ରବୀନ୍ଦ୍ର ଜାଦେଜା ୨୨ ରନ କରି ଦଳୀୟ ସ୍କୋରକୁ ଏକ ଭଲ ସ୍ଥିତିକୁ ନେଇଯାଇଥିଲେ । ସେହିପରି ଅମ୍ବାତି ରାୟଡୁ ୧୭ରନ କରିଥିଲେ । ଗୁଜରାଟ ପକ୍ଷରୁ ମୋହିତ ଶର୍ମା ଓ ମହମ୍ମଦ ସମି ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

Advertisment

ଆଜିର ମ୍ୟାଚରେ ବିଜୟୀ ଦଳ ସିଧାସଳଖ ଫାଇନାଲକୁ ଯିବ। ଗୁଜୁରାଟ ପରାସ୍ତ ହୋଇଥିଲେ ବି ତାଙ୍କ ନିକଟରେ ଆଉ ଏକ ସୁଯୋଗ ରହିଛି। ଏଲିମିନେଟର୍‌ ପର୍ଯ୍ୟାୟର ବିଜୟୀ ଟିମ୍‌ ଗୁଜୁରାଟକୁ ଭେଟିବ।

Cricket CSK IPL 2023
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ