Advertisment

Rohit Sharma Vs MS Dhoni: ଏମ୍.ଏସ୍ ଧୋନୀ ବନାମ ରୋହିତ ଶର୍ମା; କିଏ ସଫଳତମ କ୍ୟାପଟେନ୍ ?

କିଏ ଟିମ୍ ଇଣ୍ଡିଆର ସଫଳତମ କ୍ୟାପଟେନ୍ ? କାହା ନାଁରେ ଅଛି ଅଧିକ ରେକର୍ଡ ? ୨୦୨୫ ଚାମ୍ପିୟନ୍ସ ଟ୍ରଫି ଜିତିବା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଆରମ୍ଭ ହୋଇଛି ଚର୍ଚ୍ଚା। କାହା ନାଁରେ ଅଧିକ ରେକର୍ଡ ଓ ଟ୍ରଫି ଅଛି ତାକୁ ନେଇ ଆରମ୍ଭ ହୋଇଛି ଫ୍ୟାନ ଓ୍ବାର।

ଅଦ୍ୟତନ ହୋଇଛି
Who Holds More Records for Team India?

Who Holds More Records for Team India?

Advertisment

ଏମ୍.ଏସ୍ ଧୋନୀ ବନାମ ରୋହିତ ଶର୍ମା। କିଏ ଟିମ୍ ଇଣ୍ଡିଆର ସଫଳତମ କ୍ୟାପଟେନ୍ ? କାହା ନାଁରେ ଅଛି ଅଧିକ ରେକର୍ଡ ? ୨୦୨୫ ଚାମ୍ପିୟନ୍ସ ଟ୍ରଫି ଜିତିବା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଆରମ୍ଭ ହୋଇଛି ଚର୍ଚ୍ଚା। କାହା ନାଁରେ ଅଧିକ ରେକର୍ଡ ଓ ଟ୍ରଫି ଅଛି ତାକୁ ନେଇ ଆରମ୍ଭ ହୋଇଛି ଫ୍ୟାନ ଓ୍ବାର। ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଦୁହିଁଙ୍କ ରେକର୍ଡ ।

Advertisment

ରୋହିତ ଶର୍ମା ତାଙ୍କ ଅଧିନାୟକତ୍ୱରେ ଦ୍ୱିତୀୟ ଥର ପାଇଁ ଭାରତକୁ ICC ଟୁର୍ଣ୍ଣାମେଣ୍ଟରେ ବିଜୟୀ କରାଇଛନ୍ତି। ଗତ ବର୍ଷ ଭାରତ ଟି-୨୦ ବିଶ୍ୱକପ୍ ଜିତିଥିଲା। ଆଉ ଏବେ ଚାମ୍ପିୟନ୍ସ୍ ଟ୍ରଫି ଜିତିଛନ୍ତି। ଦୁଇଟି ICC ଟ୍ରଫି ଜିତିବାରେ ଭାରତର ରୋହିତ ଦ୍ୱିତୀୟ ଅଧିନାୟକ। ମହେନ୍ଦ୍ର ସିଂ ଧୋନୀ ଅଧିନାୟକ ଥିବା ସମୟରେ ତିନୋଟି ICC ଟ୍ରଫି ଜିତିଛନ୍ତି । ଧୋନୀ ୨୦୧୧ ମସିହାରେ ODI ବିଶ୍ୱକପ୍‌ରେ ଭାରତକୁ ଚାମ୍ପିଅନ୍ କରାଇଥିଲେ। ହେଲେ ରୋହିତ ଏପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଜିତିପାରି ନାହାଁନ୍ତି। ଯଦିଓ ୨୦୨୩ ମସିହାରେ ଭାରତ ବିଶ୍ୱକପ ଫାଇନାଲରେ ପହଞ୍ଚିଥିଲା, ଅଷ୍ଟ୍ରେଲିଆ ବିପକ୍ଷରେ ପରାଜୟର ସମ୍ମୁଖୀନ ହୋଇଥିଲା।

ଅଧିକ ପଢ଼ନ୍ତୁ: ରୋହିତଙ୍କ ପରେ ମୁହଁ ଖୋଲିଲେ ଜାଡେଜା; ଦିନିକିଆରୁ ଅବସରକୁ ନେଇ କହିଲେ ଏମିତି...

Advertisment

ସେହିପରି ଯଦି ଆମେ ଚାମ୍ପିୟନ୍ସ ଟ୍ରଫି ଦେଖିବା, ତେବେ ଧୋନି ଏବଂ ରୋହିତ ଉଭୟ ଅଧିନାୟକ ଭାବରେ ଥରେ ଚାମ୍ପିଅନ୍ସ ଟ୍ରଫି ଟାଇଟଲ ଜିତିଛନ୍ତି। ଧୋନିଙ୍କ ଅଧିନାୟକତ୍ୱରେ, ଭାରତ ୨୦୧୩ ଚାମ୍ପିଅନ୍ସ ଟ୍ରଫି ଜିତିଥିବା ବେଳେ ରୋହିତ ସଦ୍ୟ ୨୦୨୫ ଚାମ୍ପିଅନ୍ସ ଟ୍ରଫିକୁ ହାତେଇବାରେ ସଫଳ ହୋଇଛନ୍ତି।

ସେହିଭଳି ଟି-ଟ୍ୱେଣ୍ଟି ଓ୍ବାର୍ଲ୍ଡକପରେ ମଧ୍ୟ ଧୋନୀ ଓ ରୋହିତ ଉଭୟ ଅଧିନାୟକ ଭାବେ ଥରେ ଏହି ଟାଇଟଲ ଜିତିଛନ୍ତି। ଧୋନିଙ୍କ ଅଧିନାୟକତ୍ୱରେ, ଭାରତ ୨୦୦୭ରେ ପାକିସ୍ତାନକୁ ହରାଇ ଟି୨୦ ବିଶ୍ୱକପ ଜିତିଥିବା ବେଳେ ରୋହିତଙ୍କ ଅଧିନାୟକତ୍ୱରେ ଗତବର୍ଷ ଭାରତ ଦକ୍ଷିଣ ଆଫ୍ରିକାକୁ ହରାଇ ବିଶ୍ୱକପ୍ ଜିତିଥିଲା । ମହେନ୍ଦ୍ର ସିଂହ ଧୋନି ଏବଂ ରୋହିତ ଶର୍ମା ଉଭୟ ଦୁଇଥର ଏସିଆ କପ୍ ଜିତିଛନ୍ତି। ଧୋନି ୨୦୧୦ ଏବଂ ୨୦୧୬ରେ ଜିତିଥିବା ବେଳେ ୨୦୧୮ ଏବଂ ୨୦୨୩ରେ ରୋହିତ ଏସିଆ କପ୍ ଜିତିଛନ୍ତି ।

Advertisment

ଏବେ ଯଦି ଆମେ IPL କଥା ଚିନ୍ତା କରିବା, ତେବେ ଧୋନିଙ୍କ ଅଧିନାୟକତ୍ୱରେ, ଚେନ୍ନାଇ ସୁପର କିଙ୍ଗ୍ସ ପାଞ୍ଚ ଥର ଚାମ୍ପିୟନ ହୋଇଥିବା ବେଳେ। ରୋହିତଙ୍କ ଅଧିନାୟକତ୍ୱରେ ମୁମ୍ୱାଇ ଇଣ୍ଡିଆନ୍ସ୍ ମଧ୍ୟ ପାଞ୍ଚଥର ଚାମ୍ପିୟନ ହୋଇଛି । ସେହିପରି ଧୋନୀ ୨ଥର ଚାମ୍ପିଅନ୍ସ ଲିଗ୍ ଟି୨୦ ଟାଇଟଲ ଜିତିଛନ୍ତି ଓ ରୋହିତ କେବଳ ଥରୁଟିଏ ଜିତିବାରେ ସଫଳ ହୋଇଛନ୍ତି ।

ତେବେ ଯଦି ଆମେ ମୋଟାମୋଟି କହିବାକୁ ଯିବା ତେବେ ମାହି ଓ ହିଟମ୍ୟାନ ଦୁଇଜଣ ହିଁ ଭାରତୀୟ କ୍ରିକେଟ ଦଳର ସଫଳତମ କ୍ୟାପଟେନ। ଯଦି ରୋହିତ ଆଗାମୀ ODI ବିଶ୍ୱକପରେ ଭାରତକୁ ଚମ୍ପିଆନ କରାଇ ପାରିବ ତ ରେକର୍ଡ ହିସାବରେ ସେ ଧୋନୀଙ୍କ ସମକ୍ଷକ ହୋଇପାରିବେ। 

ଅଧିକ ପଢ଼ନ୍ତୁ: ଆଇପିଏଲରେ ତମାଖୁ ଓ ମଦ ବିଜ୍ଞାପନକୁ ବାରଣ, ଚିଠି ଲେଖିଲା ସ୍ବାସ୍ଥ୍ୟ ମନ୍ତ୍ରାଳୟ

MS Dhoni Team India Rohit Sharma Captain Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ